Home ଜିଲ୍ଲା ପରିକ୍ରମା ଧାମରାରେ ମଡେଲ ବସଷ୍ଟାଣ୍ଡରେ ସ୍ଥାନୀୟ ନିଯୁକ୍ତିକୁ ନେଇ କଂଗ୍ରେସ ଏବଂ ବିଜେଡି ପକ୍ଷରୁ ହରତାଳ, ୭...

ଧାମରାରେ ମଡେଲ ବସଷ୍ଟାଣ୍ଡରେ ସ୍ଥାନୀୟ ନିଯୁକ୍ତିକୁ ନେଇ କଂଗ୍ରେସ ଏବଂ ବିଜେଡି ପକ୍ଷରୁ ହରତାଳ, ୭ ଦିନ ମଧ୍ୟରେ ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

9

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରାରେ ୯କୋଟି ଟଙ୍କାରେ ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ଆଜି ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭାର୍ଚୁଆଲ ମୋଡରେ ଏହି ବସଷ୍ଟାଣ୍ଡଟିକୁ ଲୋକାର୍ପିତ କରିଥିଲେ। ଏହି ଶୁଭ ଅବସରରେ ବିଜେପି ର କର୍ମୀ ମାନେ ଏହି ଲୋକାର୍ପିତ ଉତ୍ସବକୁ ମନାଉଥିବା ବେଳେ ସ୍ଥାନୀୟ ବିଜୁ ଜନତା ଦଳ ଏବଂ କଂଗ୍ରେସ କର୍ମୀ ମାନେ ଆସି ହରତାଳ ଆରମ୍ଭ କରି ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁଯାଇ ଏହି ୨ ରାଜନୈତିକ ଦଳର କର୍ମୀ ମାନେ ଚଳିତ ସପ୍ତାହରେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି ଦାବୀ ପତ୍ରରେ ଧାମରା ବସଷ୍ଟାଣ୍ଡରେ ୨୭ଟି ପଦବୀ ପୂରଣ କରିବାକୁ ଆହ୍ୱାନ କରାଯାଇଥିଲା।ଏବଂ ଦଳମତ ନିର୍ବିଶେଷରେ ସ୍ଥାନୟ ଯୁବକ ମାନଙ୍କୁ ନିଯୁକ୍ତି ଦେବାକୁ ସେମାନେ ଦାବୀ ଜଣାଇଥିଲେ। ମାତ୍ର ବିଜେପି କର୍ମୀ ନିଜ ଦଳର ୧୪ ଜଣଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେଇଥିବାରୁ ଆଜି ଏହି ଲୋକର୍ପିତ ଉତ୍ସବ ପରିପ୍ରେକ୍ଷୀରେ ସେମାନେ ହରତାଳ ଆରମ୍ଭ କରିଥିଲେ। ପରେ ଚାନ୍ଦବାଲି ତହସିଲଦାର ସେମାନଙ୍କୁ ଡାକି ଏହାର ସୁସମାଧାନ କରିବାକୁ ଚାହିଁଥିଲେ ମାତ୍ର ସେମାନଙ୍କ ଦାବୀ ଅନୁଯାଇ ତୁରନ୍ତ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ସେମାନେ ଅଡି ବସିବା ସହ ଏବଂ ଦାବୀପତ୍ର ପ୍ରଦାନ କରିଥିଲେ। ତହସିଲଦାର ଭବତୋଷ ମଲିକ ଏବଂ ଦାବୀପତ୍ର ଗ୍ରହଣ କରିବା ସହ ଭଦ୍ରକ ଜିଲ୍ଲାପାଳଙ୍କ ସହ କଥା ହୋଇ ୭ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଏହି ହରତାଳ ବନ୍ଦ ହୋଇଥିଲା। ଆସନ୍ତା ୭ ଦିନ ମଧ୍ୟରେ ଏହାର ସୁସମାଧାନ ନହେଲେ ବିଜେଡି ଏବଂ କଂଗ୍ରେସ କର୍ମୀ ମାନେ ପୁନଶ୍ଚ ରାଜରାସ୍ତାକୁ ଓହ୍ଲାଇବା ସହ ଧାମରା ବସଷ୍ଟାଣ୍ଡକୁ ବନ୍ଦ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଆଜିର ଏହି ହରତାଳ ରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ଜାଗୁଳା ପଂଚାୟତର ପୂର୍ବତନ ସରପଂଚ ସୁରେଶ ମାହୁନ୍ତ ,ପରୀକ୍ଷିତ ଦାସ, ପୂର୍ବତନ ଜିଲ୍ଲାପରିଷଦ ବିଳାସୀନ ଦାସ, ସମାଜସେବୀ ଉମେଶ ମହାକୁଡ,ନରହରି ମଲିକ,ଦୋସିଙ୍ଗା ପଂଚାୟତର ପୂର୍ବତନ ସରପଂଚ ଅଶୋକ ଜାନା, ମୁଜିବୁର ଅଲ୍ଲୀ ଖାନ,ପୂର୍ବତନ ସମିତିସଭ୍ୟ ପ୍ରମୋଦ ନାୟକ, ସରୋଜ ଲେଙ୍କା, ମାୟାଧର ପରିଡା, ନରେନ୍ଦ୍ର ନାୟକ. ସୁଶାନ୍ତ ମାଝୀ, ସୁରେଶ ସେଠୀ, ଦେବାଶୀଷ ନାୟକ ପ୍ରମୁଖ ହରତାଳ କରିବା ସହ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.