ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାକିସ୍ତାନ ଏବଂ ଭାରତ ଭିତରେ ବଢୁଥିବା ତିକ୍ତତା କୁ ନେଇ କେତେବେଳେ ଏବଂ କେଉଁ ମୁହୁର୍ତରେ ଯୁଦ୍ଧର ସମ୍ଭାବନା ଦେଖା ଦେଇପାରେ । ଏହାକୁ ପ୍ରତିହିତ କରିବା ତଥା ଜନ ସାଧାରଣ କୌଣସି ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବା ପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆଜି ଏକ ମକ ଡ୍ରିଲ( ସାମରିକ ଅଭ୍ୟାସ ) ଅନୁଷ୍ଠିତ ହୋଇ ଯାଇଛି । ଧାମରା ନିକଟସ୍ଥ ଚନ୍ଦନୀପାଳ ଏବଂ ଦୋସିଙ୍ଗା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଠାରେ ଏହି ମକଡ୍ରିଲ ଅନୁଷ୍ଠିତ ହୋଇଥିବା ବେଳେ ଆପଦ ସମୟରେ କିପରି ସାଧାରଣ ଜନତା , ରୋଗୀ ,ବୃଦ୍ଧ,ବୃଦ୍ଧା ମାନଙ୍କୁ ସୁରକ୍ଷିତ ସ୍ଥାନ ମାନଙ୍କୁ ନିଆଯିବା ସହ ସେବା ଯୋଗାଇ ହେବ ଏହା ହିଁ ମୂଳ ଲକ୍ଷ୍ୟ ବୋଲି ଭଦ୍ର କି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମତ ବ୍ୟକ୍ତ କରିଥିଲେ । ଆଜି ହୋଇଥିବା ଏହି ମକଡ୍ରିଲରେ ଭଦ୍ରକ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମଡକର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସାଗରିକା ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ବଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ସିଭିଲ ଡିଫେନ୍ସର ବହୁ ସ୍ୱେଚ୍ଛାସେବୀ, ଅଗ୍ନିଶମ ବାହିନୀ, ଧାମରା ଥାନାର ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ , ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ,ବାସୁଦେବପୁର ଏନ ଏ ସି ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁଧାଂଶୁ ସ୍ୱାଇଁ, ଧାମରା ଏବଂ ଧାମରା ସାମୁଦ୍ରିକ ଥାନାର କର୍ମଚାରୀ,ରେଡକ୍ରସର କର୍ମଚାରୀ, ହୋମଗାର୍ଡ, ଏନ ସି ସି କ୍ୟାଡେଟ, ଆପଦ ମିତ୍ର ପ୍ରମୁଖ ଯୋଗ ଦେଇଥିଲେ । ସାଇରନ ବାଜିବା ପରେ ଏହି ମକଡ୍ରିଲରେ କିପରି ଲୋକ ମାନଙ୍କୁ ଉଦ୍ଧାର କରାଯିବା ସହ ସୁରକ୍ଷିତ ସ୍ଥାନକୁ ନିଆଯିବ ଏବଂ ସମସ୍ତ ଆଶୁ ଚିକିତ୍ସା ଉପଲବ୍ଧ କରାଇବା ଏବଂ ସାଧାରଣ ଜନତା ଭୟଭୀତ ନହୋଇ ବିପଦ ଆପଦକୁ ମୁକାବିଲା କରାଇବା ଏହି ମକଡ୍ରିଲ ଲକ୍ଷ୍ୟ ଥିଲା ।ଭଦ୍ରକ ଜିଲ୍ଲାର ଧାମରା ଉପାନ୍ତ ଅଂଚଳ ହୋଇଥିଲେ ମଧ୍ୟ ଧାମରା ବନ୍ଦର( ଆଦାନୀ), ଧାମରା ମତ୍ସ୍ୟପୋତାଶ୍ରୟ ଏବଂ ମିସାଇଲ ମ୍ୟାନ ଡ. ଅବଦୁଲ କଲାମଙ୍କ ମାନସ ସନ୍ତାନ କଲାମ ଦ୍ୱୀପ ପୁଞ୍ଜକୁ ରକ୍ଷା କରିବା ତଥା ଅଂଚଳବାସୀଙ୍କୁ ସୁରକ୍ଷା ଦେବା ଏହି ମକଡ୍ରିଲ ର ମୂଳଲକ୍ଷ୍ୟ ।








