Home ଜିଲ୍ଲା ପରିକ୍ରମା ଧାମରାରେ ଭିଜିଲାନ୍ସ ଏବଂ ବନବିଭାଗର ମିଳିତ ଚଢାଉ, ଲକ୍ଷାଧିକ ଟଙ୍କାର କାଠ ସହ ଅନ୍ୟାନ୍ୟ ସାମଗ୍ରୀ...

ଧାମରାରେ ଭିଜିଲାନ୍ସ ଏବଂ ବନବିଭାଗର ମିଳିତ ଚଢାଉ, ଲକ୍ଷାଧିକ ଟଙ୍କାର କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଜବଦ

28

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରେ ଭଦ୍ରକ ଭିଜିଲାନ୍ସ ଡିଏସପି ଏବଂ ବନବିଭାଗର ମିଳିତ ଚଢାଉ ଆରମ୍ଭ ହୋଇଛି। ଡିଏସପି ଡି ସି ମୁର୍ମୁ ଏବଂ ଧାମରା ଓ କରଞ୍ଜମାଳ ବନବିଭାଗର ବନପାଳ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଜଣାଯାଇଛି। ଖବରରୁ ପ୍ରକାଶ ଆଜି ସନ୍ଧ୍ୟା ୬ଟା ସମୟରେ କଇଥଖୋଲା ବଜାର ରେ ଥିବା ଖଲିଲ ଅଲ୍ଲି ଖାଁଙ୍କ କାଠ ଦୋକାନରେ ବ୍ୟାପକ ଚୋରା କାଠ ଥିବା କଥା ପୂର୍ବରୁ ବନବିଭାଗର ହସ୍ତଗତ ହୋଇଥିଲା। ଏଥିସହ ସଂପୃକ୍ତ କାଠ ଦୋକାନୀ ଦୈନିକ ପଶ୍ଚିମବଙ୍ଗର କୋଲକାତା ଏବଂ କାନ୍ଥିରୁ ଯାତ୍ରୀ ବାହୀ ବସ ଯୋଗେ ବହୁ ଚୋରା କାଠ ଆଣୁଥିବା କଥା ମଧ୍ୟ ଭଦ୍ରକ ଭିଜିଲାନ୍ସ ଅଫିସରେ ଅଭିଯୋଗ ହୋଇଥିଲା। ସେହି ଅଭିଯୋଗକୁ ଭିତି କରି ଆଜି ସମୁହ ଭାବରେ ଏହି ଚଢାଉ ଆରମ୍ଭ ହୋଇଛିା ଆଜି ଏହି ଚଢାଉ ସମୟରେ ଧାମରା ବନପାଳ, କରଞ୍ଜମାଳ ବନପାଳ, ଧାମରା ଥାନା ପୁଲିସ ଏବଂ ଭଦ୍ରକ ଭିଜିଲାନ୍ସ ଟିମର ବହୁ ସଦସ୍ୟ ଏହି ଦୋକାନରେ ଉପସ୍ଥିତ ରହିଥିବା ବେଳେ ସଂପୃକ୍ତ ଚୋରା ବେପାରୀ ଖଲିଲ ଅଲ୍ଲୀ ଖାଁଙ୍କ ଗୋଦାମ ଘରେ ମଧ୍ୟ ଉପସ୍ଥିତ ଟିମ ନିଜର ଚଢାଉ ଜାରୀ ରଖିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଚଢାଉ ଜାରୀ ରହିଥିବା ବେଳେ ସଂପୃକ୍ତ ଦୋକନୀଙ୍କ ଦୋକାନ ଘର ଏବଂ ଗୋଦାମରେ ବିପୁଳ ପରିମାଣର କାଠ ମଧ୍ୟ ଜବଦ ହୋଇତିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.