Home ଜିଲ୍ଲା ପରିକ୍ରମା ଧାମରାରେ ବୋଇତ ବନ୍ଦାଣକୁ ନେଇ ରାଜନୀତି ସରଗରମ, ୨୪ ବର୍ଷ ବନାମ ୬ ବର୍ଷ ବନାମ...

ଧାମରାରେ ବୋଇତ ବନ୍ଦାଣକୁ ନେଇ ରାଜନୀତି ସରଗରମ, ୨୪ ବର୍ଷ ବନାମ ୬ ବର୍ଷ ବନାମ ୧୫ ବର୍ଷ। ଓଡିଆ ଅସ୍ମିତାକୁ ନେଇ ପ୍ରସ୍ଥାବ ରଖିଲେ ଜିଲ୍ଲାପାଳ

13

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରେ ତିନି ରାଜନୈତିକ ଦଳ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ କରିବେ। ଏହାକୁ ନେଇ ୩ ରାଜନୈତିକ ଦଳ ମଧ୍ୟରେ ରାଜନୀତି ସରଗରମ ହୋଇ ଉଠିଛି। ବିଜେପି ପକ୍ଷରୁ ପାଳିତ ହୋଇ ଆସୁଥିବା ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ କମିଟି ୭ମ ବର୍ଷରେ ପଦାର୍ପଣ କରିଛି। ।ସେହିପରି କଂଗ୍ରେସ ତରଫରୁ ପାଳିତ ହୋଇ ଆସୁଥିବା ମା ଧାମରାଇ ଆଂଚଳିକ ବୋଇତ ବନ୍ଦାଣ କମିଟି ୧୫ବର୍ଷ ରେ ପଦାର୍ପଣ କରିଛି । ସେହିପରି ଧାମରା ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ତାହାର ଏହି କାର୍ଯ୍ୟକ୍ରମ ୨୫ ବର୍ଷରେ ପଦାର୍ପଣ କରଛି। ଚଳିତ ବର୍ଷ ବିଜେଡି ପକ୍ଷରୁ ପାଳିତ ହୋଇ ଆସୁଥିବା ଉତ୍ସବ ୨୫ବର୍ଷରେ ପଦାର୍ପଣ କରୁଥିବାରୁ ବିଜେଡି ଏହାକୁ ଜାକ ଜକମରେ ପାଳନ କରିବାକୁ ସ୍ଥିର କରିଛି । ମାତ୍ର ଏହି ପର୍ବ ପାଳନ ହୋଇ ଆସୁଥିବା ପଡିଆରେ ଚଳିତ ବର୍ଷ ବିଜେପି ଏହି ପଡିଆରେ ତାର ୭ମ ବାର୍ଷିକ ଉତ୍ସବ ପାଳନ କରିବାକୁ ସ୍ଥିର କରିଥିବା ବେଳେ ଏହି ପଡିଆରେ ଉତ୍ସବ ମନାଇବା ପାଇଁ ବିଜେପି ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଅନ୍ୟ ପକ୍ଷରେ ସେହି ପଡିଆରେ ଦୀର୍ଘ ୨୪ବର୍ଷ ଧରି ମହୋତ୍ସବ ମନାଇ ଆସୁଥିବା ବିଜେଡି ମଧ୍ୟ ଅନୁରୂପ ଭାବେ ଏହି ପଡିଆରେ ରୋପ୍ୟ ଜୟନ୍ତୀ ପାଳନ କରିବା ପାଇଁ ଭଦ୍ରକ ଜିଲ୍ଲପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ମାତ୍ର ଭଦ୍ରକ ଜିଲ୍ଲାପାଳ ଚଳିତ ବର୍ଷ ଧାମରା ବନ୍ଦର ପଡିଆ କାହାକୁ ଦେବେ ତାହା ଆଲୋଚ୍ୟର ବିଷୟ ପାଲଟିଛି। ୨୫ବର୍ଷ ବନାମ ୭ବର୍ଷ। ୨୪ବର୍ଷ ଧରି ପାଳନ କରି ଆସୁଥିବା ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ବନାମ ସାର୍ବ ଜନୀନ ବୋଇତ ବନ୍ଦାଣ କମିଟି! ଏଠାରେ ପ୍ରଶ୍ନ ଉଠିଛି ବିଜେଡି ବନାମ ବିଜେପି ମଧ୍ୟରେ। ଭଦ୍ରକ ଜିଲ୍ଲାପାଳ ଓଡିଆ ପୁଅ ହୋଇଥିବା ବେଳେ ଓଡିଆର ଅସ୍ମିତାକୁ ନେଇ ସେ ୩ଟି ଦଳକୁ ଏକତ୍ରିତ କରି ଗୋଟିଏ କମିଟି କରି ଏହି ବୋଇତ ବନ୍ଦାଣ କୁ ଖୁବ ଜାକଜକମରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ କୌଣସି ରାଜନୈତିକ ଦଳ ଏହାକୁ ସହଜରେ ହଜମ କରି ପାରୁ ନାହାନ୍ତି। ୨୦୦୦ ମସିହାରେ ଧାମରା ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ପ୍ରଥମେ ଏହି ବୋଇତ ବନ୍ଦାଣ ଧାମରାରେ ଆରମ୍ଭ କରିଥିଲା। ୨୦୧୦ ମସିହାରେ କଂଗ୍ରେସ ଦଳ ନୂତନ ଭାବେ ଏହି ବୋଇତ ବନ୍ଦାଣ ଆରମ୍ଭ କରିବାକୁ ମନସ୍ଥ କରିଥିଲା। ପ୍ରାରମ୍ଭରୁ କଂଗ୍ରେସ ଏବଂ ବିଜେଡି ମିଳିତ ଭାବେ ଏହି ବୋଇତ ବନ୍ଦାଣ କରିବାକୁ କଂଗ୍ରେସ ଦଳ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବକୁ ତତକାଳୀନ ବିଜେଡିର ଛାମୁଆ ନେତା ଅଗ୍ରାହ୍ୟ କରି ଦେଇଥିଲେ। ଫଳରେ କଂଗ୍ରେସ ଦଳ ତାର ନିଜସ୍ୱ ବୋଇତ ବନ୍ଦାଣ ପର୍ବ ଆରମ୍ଭ କରିଥିଲା। ଏହାକୁ ଦୃଷ୍ଟିରେ ରଖି ୨୦୧୮ ମସିହାରେ ବିଜେପି ଦଳ ତରଫରୁ ଅନୁରୂପ ଭାବେ ନିଜସ୍ୱ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରିବାକୁ ମନସ୍ଥ କରିବା ସହ ଆରମ୍ଭ ମଧ୍ୟ କରିଥିଲେ। ବର୍ତମାନ କେଉଁ ପରିସ୍ଥିତିରେ ସବୁ ଦଳକୁ ଏକତ୍ରିତ କରି ଏହି ଓଡିଆ ଅସ୍ମିତାକୁ ଦୃଷ୍ଟିରେ ରଖି ଏହି ପର୍ବକୁ ଏକତ୍ରିତ କରି ପାଳିବା ପାଇଁ ମନସ୍ଥ ହେଉଛି ତାହା ଆଲୋଚ୍ୟର ବିଷୟ ପାଲଟିଛି। ସମୟ ଥିଲା ବିଜେଡି ଦୀର୍ଘ ୧୫ବର୍ଷ ତଳେ କଂଗ୍ରେସର ସ୍ତ୍ରସ୍ତାବକୁ ଆଗ୍ରାହ୍ୟ କରି ଦେଇଥିବା ବେଳେ ଆଜି ଭଳି ଦିନରେ କିଏବା କାହିଁକି ଅନ୍ୟ ସହ ହାତ ମିଳେଇ ଚାଲିବେ !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.