Home ଜିଲ୍ଲା ପରିକ୍ରମା ଧାମରାରେ ବେଳାଭୂମି ପର୍ଯ୍ୟଟନ ବନାମ ଜେଟ୍ଟୀ ,ତଟ୍ଟ ସୁରକ୍ଷା କେନ୍ଦ୍ର ସ୍ଥାପନା ସହ ରାଡାର କେନ୍ଦ୍ର...

ଧାମରାରେ ବେଳାଭୂମି ପର୍ଯ୍ୟଟନ ବନାମ ଜେଟ୍ଟୀ ,ତଟ୍ଟ ସୁରକ୍ଷା କେନ୍ଦ୍ର ସ୍ଥାପନା ସହ ରାଡାର କେନ୍ଦ୍ର ସ୍ଥାପନା ନେଇ ପ୍ରଶ୍ନବାଚୀ

10

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମରାରେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବାର ସମୟ ଆସିଛି ଏହି ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇ ପାରିଲେ କେବଳ ପର୍ଯ୍ୟଟନ ମାନଚିତ୍ରରେ ନୁହେଁ ଦେଶର ଆର୍ଥିକ ଅଭିବୃଦ୍ଧିର ବିକାଶ ହେବ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଦୀର୍ଘ ଦିନ ହେବ କେବେ ଏହି ଧାମରାରେ ବେଳାଭୂମି ପର୍ଯ୍ୟଟନ ର ମାନ୍ୟତା ପାଇବ ତାହା ନେଇ ପ୍ରଶ୍ନବାଚୀ ମଧ୍ୟ ହୋଇ ପଡିଛି।ଅନ୍ୟ ପକ୍ଷରେ ଚନ୍ଦନୀପାଳ ଠାରେ ନିଜର ଜିବୀକା ନିର୍ବାହ କରୁଥିବା ଶହ ଶହ ମତ୍ସ୍ୟଜିବୀ ଚନ୍ଦନୀପାଳ ଠାରେ ଗୋଟିଏ ମାଛ ଧରା ଜେଟ୍ଟୀ କରିବା ପାଇଁ ଦାବୀ କରି ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ଏହି ଠାରେ ଏକ ଜେଟ୍ଟୀ ନିର୍ମାଣ କୁ ସବୁଜ ସଙ୍କେତ ମଧ୍ୟ ଦେଇ ସାରିଥିବା ବେଳେ ଅର୍ଥର ଅଭାବ ରହିଥିବାରୁ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କଲେ ଏହି ଜେଟ୍ଟୀ ର ଟେଣ୍ଡର ମାର୍ଚ ମାସରେ ହେବ ବୋଲି ସ୍ତିରୀକୃତ ହୋଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ମାତ୍ର ପୁନଶ୍ଚ ଚନ୍ଦନୀପାଳର ଭୌଗୋଳିକ ସ୍ଥିତରେ ପରିବର୍ତନ ଆଶା କରାଯାଉଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଓଡିଶାର ଉପକୂଳ ସୁରକ୍ଷା କୁ ନେଇ କେବଳ ରାଜ୍ୟ ସ୍ତରରେ ନୁହେଁ ଜାତୀୟ ଏବଂ ଆର୍ନ୍ତଜାତୀୟ ସ୍ତରରେ ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି। ଓଡିଶା ରେ ଉପକୂଳ ଲାଇନ ସୁଦୀର୍ଘ ୫୭୫ କି.ମି ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହି ଉପକୂଳ ଅଂଚଳରେ ଦିନକୁ ଦିନ ଅନୁପ୍ରବେଶ କାରୀଙ୍କ ସଂଖ୍ୟା ବଢି ବଡି ଚାଲିଥିବା ବେଳେ ଏହି ଅନୁପ୍ରବେଶକାରୀ ମାନେ ଜଳପଥରେ ଉପକୂଳ ଦେଇ ଓଡିଶାକୁ ପ୍ରବେଶ କରି ଦୀର୍ଘ ବର୍ଷ ଧରି ନିଜର ଆସ୍ଥାନ ପକାଇ ରହିବା ସହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା କଥାକୁ ପଡିଶା ଦେଶ ମାନଙ୍କୁ ଯୋଗାଉଥିବା ନେଇ ବହୁବାର ଅଭିଯୋଗ ମଧ୍ୟ ହୋଇଛି। ଅନ୍ୟ ପକ୍ଷରେ ତଟ ସୁରକ୍ଷା ପାଇଁ ତଟ ସୁରକ୍ଷା ବାହିନୀ ସବୁ ସମୟରେ ସଜାଗ ଥିବା ବେଳେ ରାଜ୍ୟରେ ଉପକୂଳବର୍ତୀ ଇଲାକ କହିଲେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡା, ଜଗତସିଂପୁର, ପୁରୀ ଏବଂ ଗଞ୍ଜାମ ଜିଲ୍ଲାକୁ ହିଁ ବୁଝାଇ ଥାଏ। ମାତ୍ର ଏହିି ତଟ ସୁରକ୍ଷା ବାହିନୀ ର ଏକମାତ୍ର ଅଫିସ ପାରାଦ୍ୱୀପ ଠାରେ ଅବସ୍ଥିତ। ତେଣୁ ୫୭୫ କି.ମି ପରିବ୍ୟାପ୍ତ ଅଂଚଳରେ ଏକମାତ୍ର ତଟସୁରକ୍ଷା ଅଫିସ ଏହି ସମସ୍ତ ଅଂଚଳ ରେ ତଟ ସୁରକ୍ଷା କରିବା ସମ୍ଭବ ପର ହେଉ ନଥିବା ବେଳେ ଧାମରା ଏସିଆ ମହାଦେଶର ଦ୍ୱିତୀୟ ବୃହତମ ବନ୍ଦର ର ମାନ୍ୟତା ପାଇଛି ଫଳରେ ଏହି ଅଂଚଳକୁ ଆସୁଥିବା ସମସ୍ତ ମାଲବାହୀ ଜାହାଜ ର ସୁରକ୍ଷା ନେଇ ପ୍ରଶ୍ନବାଚୀ ମଧ୍ୟ ହୋଇ ପଡିଛି। ଚଳିତ ମାସ ତଟ ସୁରକ୍ଷା ବାହିନୀର ଏକ ଦଳ ଆସି ଚନ୍ଦନୀପାଳ ଠାରେ ଥିବା ବେଳାଭୂମି ବୁଲି ଦେଖିଯାଇଛନ୍ତି। ଚନ୍ଦନୀପାଳ ଠାରେ ଥିବା ପ୍ରତିରକ୍ଷା କେନ୍ଦ୍ର ର ପୂର୍ବକୁ ୫୨ କି.ମି ଅଂଚଳ କୁ ନେଇ ତଟ ସୁରକ୍ଷା ବାହିନୀ ତାହାର ଏକ ନିଜସ୍ୱ ରାଡାର କେନ୍ଦ୍ର ବସାଇବା ସହ ଏକ ଅଫିସ ମଧ୍ୟ ଖୋଲିବ ବୋଲି ଜଣାଯାଇଛି। ଫଳରେ ଚନ୍ଦନୀପାଳ ଠାରେ ଥିବା ସୁଦୀର୍ଘ ବେଳାଭୂମି ରେ ଆଉ ପର୍ଯ୍ୟଟନ ର ବିକାଶ ଅଥବା ମାଛ ଧରା ଜେଟ୍ଟୀ ହେବାର ସମ୍ଭାବନା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି। ଏହି ତଟ ସୁରକ୍ଷା ବାହିନୀର ଅଫିସ ଏବଂ ରାଡାର କେନ୍ଦ୍ର ସ୍ଥାପନ ହେଲେ ଓଡିଶାର ଏହା ତଟ ସୁରକ୍ଷା ବାହିନୀର ଦ୍ୱିତୀୟ କେନ୍ଦ୍ର ହେବ ଏବଂ ଉତର ପଟରେ ହଳଦିଆ ବନ୍ଦର ଏବଂ ଧାମରା ଦକ୍ଷିଣରେ ଥିବା ପାରାଦ୍ୱୀପ ବନ୍ଦର ସହ ଏହି ତଟ ସୁରକ୍ଷା ବାହିନୀ ନିଜର ସ୍ଥିତି ଜାହିରୀ କରି ସାରା ରାଜ୍ୟରେ ତଟ ସୁରକ୍ଷା ନେଇ ଉଠିଥିବା ପ୍ରଶ୍ନବାଚୀକୁ ସମାଧାନ କରିବାରେ ସଫଳ ହେବ ବୋଲି ମଧ୍ୟ ଚର୍ଚା ଚାଲିଛି। ଧାମରାରେ ନିକଟସ୍ଥ ଚନ୍ଦନୀପାଳ ବେଳାଭୂମିରେ ପର୍ଯ୍ୟଟନ ର ବିକାଶ କରିବା ପାଇଁ ପର୍ଯ୍ୟଟନ ଶଚିବ ବଳବନ୍ତ ସିଂ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଗସ୍ତ ପୂର୍ବରୁ ମତ୍ସ୍ୟ ବିଭାଗର ଅଧିକାରୀ ଆସି ଏଠାରେ ଜେଟ୍ଟୀ ନିର୍ମାଣ କରିବା ପାଇଁ ସମସ୍ତ ମସୁଧା କରିବା ପରେ ତଟ ସୁରକ୍ଷା ବାହିନୀର ଏକ ଟିମ ଆସି ଏହି ଅଂଚଳ କୁ ବୁଲି ଦେଖିବା ପରେ ପୂର୍ବ ସମସ୍ତ ଅଙ୍କ ଭୁଲ ହେବାକୁ ଯାଉଛି ବୋଲି ଚର୍ଚା କଣ ନୂନ ବର୍ଷରେ ମତ୍ସ୍ୟ ବିଭାଗ ର ଜେଟ୍ଟୀ ପାଇଁ ଟେଣ୍ଡର ହେବ ଅଥବା ପର୍ଯ୍ୟଟନ ଶଚିବ ବେଳାଭୂମି ପର୍ଯ୍ୟଟନ ପାଇଁ ଗୁରୁତ୍ୱ ଦେବେ ଅଥବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ନେଇ ତଟ ସୁରକ୍ଷା ବାହିନୀର ରାଡାର ଏବଂ ଅଫିସ ସ୍ଥାପନ ହେବ ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.