Home ଜିଲ୍ଲା ପରିକ୍ରମା ଧାମରାରେ ବିଜେପିର ମହା ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସ ଦଳ ଛାଡ଼ି ପଦ୍ମ ଧରିଲେ...

ଧାମରାରେ ବିଜେପିର ମହା ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସ ଦଳ ଛାଡ଼ି ପଦ୍ମ ଧରିଲେ ଶତାଧିକ କର୍ମୀ

9

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ପଂଚାୟତ ନିର୍ବାଚନ ପାଇଁଁ ଏବେ ବିଜେଡ଼ି ଓ କଂଗ୍ରେସ ଦଳ ଛାଡ଼ି ବିଜେପି ମୁହାଁ ହେବାରେ ଲାଗିଛନ୍ତି ନେତା ଏବଂ ଜନତା । ଏହି ପରିପ୍ରେକ୍ଷୀରେ ଧାମରା ନିକଟସ୍ଥ କଇଥଖୋଲା ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ହୋଇଥିବା ସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭଦ୍ରକ ବିଧାୟକ ଶିତାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିଲେ। ବିଭିନ୍ନ ଦଳର କର୍ମୀମାନେ ବିଜେପି ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ହୋଇ ଥିବା ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସ ଦଳର ଶତାଧିକ କର୍ମୀ ସାମିଲ ହୋଇଥିଲେ। ନୂତନ ଭାବେ ଯୋଗ ଦେଇଥିବା କର୍ମୀ ମାନଙ୍କୁ ଦଳୀୟ ଉତରୀୟ ପକାଇ ଦଳରେ ବିଧିବଦ୍ଧ ଭାବେ ଆଜି ମିଶିବା ଦେଖିବାକୁ ମିଳିଛି। ଏହି ମହା ମିଶ୍ରଣ ପର୍ବରେ ଧାମରା ,କରଞ୍ଜମାଳ, ବାଂଶଡା ଭଳି ବିଭିନ୍ନ ପଂଚାୟତରେ ଶତାଧିକ କର୍ମୀ ଏହି ମହା ମିଶ୍ରଣ ପର୍ବରେ ଯୋଗ ଦେବା ସହିତ ବିଜେପିର ବହୁ ଆଗ ଧାଡ଼ିର ଛାମୁଆ ନେତାମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.