Home ଜିଲ୍ଲା ପରିକ୍ରମା ଧାମରାରେ ବାପ ଛେଉଣ୍ଡ ଝିଅକୁ ଦୁଷ୍କର୍ମ, ପିଡୀତା ଲୋକ ଲଜ୍ଜା ଭୟରେ ବିଷ ପିଇଲେ

ଧାମରାରେ ବାପ ଛେଉଣ୍ଡ ଝିଅକୁ ଦୁଷ୍କର୍ମ, ପିଡୀତା ଲୋକ ଲଜ୍ଜା ଭୟରେ ବିଷ ପିଇଲେ

5

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ର କଥା ଲୋକ ଙ୍କ ମନରୁ ଲିଭି ନଥିବା ବେଳେ ଧାମରା ଅଂଚଳରେ ପୁନଶ୍ଚ ଏକ ବାପ ଛେଉଣ୍ଡ ଝିଅକୁ ଏକ ସାବାଳକ ଧର୍ଷଣ କରିଥିବା ନେଇ ଧାମରା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଧର୍ଷିତା ଙ୍କ ହାତଲେଖା ଚିଠି ଏବଂ ପିଡୀତାଙ୍କ ମାଙ୍କ ଲିଖିତ ଅଭିଯୋଗ ମୂଳେ ସଂପୃକ୍ତ ସାବାଳକକୁ ଉଠାଇ ନେଇଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଧାମରା ପଂଚାୟତ ନରସିଂହପୁର ଗ୍ରାମରଜଣେ ବାପ ଛେଉଣ୍ଡ ଝିଅ ସନ୍ଧ୍ୟା ସମୟରେ ରୋଷେଇ କରୁଥିବା ସମୟରେ ସେହି ଗ୍ରାମର ଜ୍ଞାନରଞ୍ଜନ ପତି ସେଠାକୁ ଯାଇ ଝିଅ ର ଓଢଣୀ କୁ ଝିଅ ପାଟିରେ ପୂରାଇ ଦେବା ପରେ ସଂପୃକ୍ତ ପିଡୀତା ପିନ୍ଧିଥିବା ଡ୍ରେସ କୁ ଖୋଲି ସେହି ରୋଷେଇ ଘରେ ଧର୍ଷଣ କରିଥିଲା। ଏହି କଥା ଲୋକ ଲୋଚନକୁ ଆସିବା ପୂର୍ବରୁ ସଂପୃକ୍ତ ପିଡୀତା ନିଜେ ଏକ କାଗଜରେ ଏହି ଘଟଣାକୁ ଆମୁଳଚୂଳ ଭାବେ ଲେଖିବା ପରେ ଦୁଦୁରା ମଞ୍ଜିକୁ ଖାଇ ଅସୁସ୍ଥ ହୋଇ ପଡିଥିଲା।ଅବସ୍ଥା ଗୁରୁତ୍ୱର ସଂପୃକ୍ତ ପିଡୀତାଙ୍କୁ ପ୍ରଥମେ ଧାମରା ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭଦ୍ରକ ଏବଂ ଅବସ୍ଥା ସଂକଟାପର୍ଣ ହେବାରୁ ତାକୁ କଟକ ରେ ଏକ ଘରୋଇ ନସିଂ ହୋମରେ ଭର୍ତି କରାଯାଇଛି। ଏହି ଘଟଣାକୁ ନେଇ ସଂପୃକ୍ତ ପିଡୀତା ଙ୍କ ବିଧବା ମା ନିଜର ଝିଅ ଲେଖି ଦେଇ ଯାଇଥିବା ହାତଲେଖା ଚିଠି ଏବଂ ଲିଖିତ ଅଭିଯୋଗ ନେଇ ଧାମରା ଥାନାରେ ପହଂଚି ନ୍ୟାୟ ମାଗିଥିଲେ। ପରେ ଏହି ଘଟଣାର ଗୁରୁତ୍ୱକୁ ବିଚାରକୁ ନେଇ ଧାମରା ଥାନାଧିକାରୀ ସଂପୃକ୍ତ ଦୁଷ୍କର୍ମକାରୀ କୁ ଥାନାକୁ ନେଇ ଆସିଥିଲେ। ଏଥିସହ ସଂପୃକ୍ତ ପିଡୀତା ନିଜ ହାତ ଲେଖା ଚିଠିରେ ଉଲ୍ଲେଖ କରିଛନ୍ତି ଏହି ଘଟଣା ବାହାରେ ପ୍ରକାଶ କଲେ ତୋ ର ଅନ୍ୟ ଭଉଣୀ ମାନଙ୍କ ସହ ଏପରି କରାଯିବ ତେଣୁ ଏହି କଥା ବାହାର ପ୍ରକାଶ କରିବୁ ନାହିଁ ବୋଲି ଧମକ ମଧ୍ୟ ଦେଇଛି। ତୁରନ୍ତ ଏହି ଘଟଣାରେ ଦୋଷୀ ଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ କରିବା ସହ ବାପ ଛେଉଣ୍ଡ କନ୍ୟା କୁ ନ୍ୟାୟ ପ୍ରଦାନ କରିବାକୁ ଅଂଚଳବାସୀ ଦାବୀ ମଧ୍ୟ ଜଣାଇଛନ୍ତି। ଏ ନେଇ ଧାମରା ଥାନାଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଘଟଣାର ସତ୍ୟତା ଅଛି ଏହି ଘଟଣା ଗତ ୧୭ତାରିଖରେ ଘଟିଥିବା ବେଳେ ଲୋକ ଲଜ୍ଜା ଭୟରେ ସଂପୃକ୍ତ ପିଡୀତା ଏହି ଘଟଣାକୁ ବାହାରେ ପ୍ରକାଶ କରି ପାରି ନଥିବା ବେଳେ ଶେଷରେ ୨୦ତାରିଖ ଦିନ ବିଷ ପିଇଥିଲା ଏବଂ ଅସୁସ୍ଥ ହୋଇ କଟକଏବଂ ବେସରକାରୀ ନସିଂ ହୋମରେ ଚିକିତ୍ସିତ ହେଉଛନ୍ତି।ଏ ନେଇ ଧାମରା ଥାନାରେ ଏକ କେସ ରୁଜୁ କରାଯାଇ ତଦନ୍ତ ଚାଲିଛି ଏବଂ ସଂପୃକ୍ତ ପିଡୀତା ଏବଂ ତାଙ୍କ ମାଙ୍କ ବୟାନ ଏବଂ ଲିଖିତ ଅଭିଯୋଗ ଅନୁଯାଇ ଏହି କେସର ଆସାମୀ ଜ୍ଞାନରଞ୍ଜନ ପତିକୁ ଗିରଫ ମଧ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.