Home ଜିଲ୍ଲା ପରିକ୍ରମା ଧାମରାରେ ବାତ୍ୟା ଦାନା ସମୟରେ ମନମୋହନଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା

ଧାମରାରେ ବାତ୍ୟା ଦାନା ସମୟରେ ମନମୋହନଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା

11

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଦାନା ଧାମରା ଅଂଚଳ ରେ ତାଣ୍ଡବ ସୃଷ୍ଟି କରିଚାଲିଥିବା ବେଳେ ସାଧାରଣ ଜନତା ଙ୍କ ପାଖରେ ବିଜେପି ର ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଉପସ୍ଥିତ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ଦୀର୍ଘ ୩ଦିନ ହେବ ମନମୋହନ ସାମଲ ଘରକୁ ଘର ବୁଲି ସମସ୍ତ ଜନସାଧାରଣ ଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ କୁ ବୁଝାଇ ସୁଝାଇ ଆଣିବା ରେ ସକ୍ଷମ ହୋଇଥିଲେ । ଏଥିସହ ଧାମରା ୮ପଂଚାୟତ ରେ ଥିବା ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳକୁ ଯାଇ ସେମାନଙ୍କୁ ଦିଆ ଯାଉଥିବା ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ର ମାନ ପରଖିଥଲେ । ପରେ ସମସ୍ତ ଜନସାଧାରଣ ଙ୍କୁ ଭେଟି ବାତ୍ୟା ସମୟରେ ସମସ୍ତେ ଧେର୍ଯ୍ୟ ର ସହ ବାତ୍ୟା କୁ ମୁକାବିଲା କରିବାର ଅଛି ଏଥି ପାଇଁ କେହି ହତୋ ସ୍ଥାହିତ ହେବା ଠିକ ନୁହେଁ ଏଥି ପାଇଁ ଧେର୍ଯ୍ୟ ର ଆବଶ୍ୟକତା ଅଛି ବୋଲି କହିଥିଲେ । ବାତ୍ୟା ଦିନ ଏବଂ ବାତ୍ୟା ରାତି ରେ ସେ ସମସ୍ତ ଅଂଚଳ କୁ ଯାଇ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ବାତ୍ୟା ଛାଡିବା ପରେ ମଧ୍ୟ ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳକୁ ଯାଇ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ବାତ୍ୟା ଆଶ୍ରୟ ସ୍ଥଳ ରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଦେବାକୁ ନିର୍ଦେଶ ଦେଇଥିଲେ । ଧାମରା, ଚାନ୍ଦବାଲି ଏବଂ ଭଦ୍ରକ ଜିଲାରେ ହୋଇଥିବା କ୍ଷୟ କ୍ଷତି ର ଆକଳନ ଆସନ୍ତା ରବିବାର ଠାରୁ ଆରମ୍ଭ ହେବା ସହ ଏହାର ଚୂଡାନ୍ତ ରିପୋର୍ଟ ଯଥାଶୀଘ୍ର ରାଜ୍ୟ ସରକାର ଙ୍କୁ ପ୍ରଦାନ କରାଯିବ । ଏହି ରିପୋର୍ଟ ଭିତିରେ ବାସ ହରାଇ ଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ଏବଂ ଚାଷୀ ମାନଙ୍କର ହଜାର ହଜାର ଏକର ଚାଷ ଜମି ରେ ପାଣି ଜମି ରହିବା ସହ ଧାନ ଗଛ ନଷ୍ଟ ହୋଇଥିବାରୁ ଆକଳନ ପରେ ସମସ୍ତ ଙ୍କୁ ରାଜ୍ୟ ସରକାର କ୍ଷତି ପୂରଣ ମଧ୍ୟ ଦେବେ । ଅଂଚଳ ରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ବେଳେ କେନ୍ଦ୍ରୀୟ ଟିମ ମଧ୍ୟ ଆସି ଏହି ଅଂଚଳ କୁ ବୁଲି ଦେଖିବା ସହ କ୍ଷୟ କ୍ଷତି ର ଆକଳନ କରି କେନ୍ଦ୍ର ସରକାର ଙ୍କୁ ଅବଗତ କରାଇବେ । ଗତକାଲି ଠାରୁ ବ୍ୟାପକ ରିଲିଫ ସାମଗ୍ରୀ ଆସି ଧାମରା, ବାଂଶଡା, ଜାଗୁଳା, କଇଁଥଖୋଲା, କରଂଜମାଳ, କରଣପଲି, ପଂଚୁଟିକ୍ରି ଏବଂ ଦୋସିଙ୍ଗା ପଂଚାୟତ ରେ ବଂଟନ କରାଯାଇଥିବା ବେଳେ ଏହି ରିଲିଫ ସାମଗ୍ରୀ ସମସ୍ତ ଙ୍କ ପାଖରେ କିପରି ପହଂଚି ପାରିବ ସେ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।୩ଦିନ ହେବ ସୁଖ ଦୁଃଖରେ ଭାଗୀ ଥିବା ବିଜେପି ର ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସହ ପାପା ଜେନା,ପ୍ରଦୀପ ରାଉତ, ବାପୁଜୀ ମାଝୀ, ଅତୁଲ ଜାନା, ତ୍ରିଦିବେଶ ପ୍ରଧାନ, କୁଟିଆ ମହାନ୍ତି, କାର୍ତିକ ଗୁଡ଼ିଆ, ଅରୁଣ ଦିନ୍ଦା, ଅଭିମନ୍ୟୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.