Home ଜିଲ୍ଲା ପରିକ୍ରମା ଧାମରାରେ ପ୍ରସୂତୀ ଓ କିଶୋରୀ ବାଳିକାଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ଖାଦ୍ୟ...

ଧାମରାରେ ପ୍ରସୂତୀ ଓ କିଶୋରୀ ବାଳିକାଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ଖାଦ୍ୟ ମନା

8

ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମରା ଅଂଚଳରେ ଗର୍ଭବତୀ ମହିଳା ମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ଖାଦ୍ୟ ମନା। ଏହି କଥା ଆମ୍ଭେ କହୁନାହୁଁ ଏକଥା କୁ ନେଇ ଅଭିଯୋଗ ହୋଇଛି ତାହା ପୁଣି ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ। ପ୍ରାପ୍ତ ଖବର ଅନୁଯାଇ ଧାମରା ଅଂଚଳରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟର ୨ଜଣ ଗର୍ଭବତୀ ମହିଳା ମହିଳା ଏବଂ ଜଣେ କିଶୋରୀ ବାଳିକା ନିଜ ନିଜର ନାମ ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗରେ ପଞ୍ଜୀକୃତ କରି ସାରିଥିବା ବେଳେ ସଂପୃକ୍ତ ଅଙ୍ଗନବାଡି କର୍ମୀ ସଂପୃକ୍ତ ମହିଳା ଏବଂ କିଶୋରୀ ବାଳିକାଙ୍କୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଶୁଖିଲା ଖାଦ୍ୟ ଦେବାକୁ ମନା କରି ଦେଇଥିବା ନେଇ ଅଭିଯୋଗ ହୋଇଛି। କରୀନା ଖାତୁନ ଏବଂ ରାଜିଦା ଖାତୁନ ନାମକ ୨ ଜଣ ମହିଳା ଗର୍ଭବତୀ ହୋଇଥିବା ବେଳେ ସେମାନେ ଦୀର୍ଘ ୫ମାସ ହେବ ଏହି ବିଭାଗରେ ସେମାନଙ୍କ ନାମ ପଞ୍ଜୀକୃତ କରିସାରିଛନ୍ତି। ଏବଂ ସରକାରଙ୍କ ଦ୍ୱାରା ଜାରୀ ହୋଇଥିବା ଟୋଲ ଫ୍ରି ନମ୍ବରରୁ ସେମାନଙ୍କ ପାଖକୁ ସଂପୃକ୍ତ ବିଭାଗୀୟ କର୍ମୀଙ୍କ ପାଖରୁ ଖାଦ୍ୟ ନେବା ପାଇଁ ମେସେଜ ମଧ୍ୟ ଆସିଛି। ହେଲେ ସଂପୃକ୍ତ ଅଙ୍ଗନବାଡି କର୍ମୀ ଏହି ବିଷୟରେ ଅବଗତ ନାହାନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି। ସେହିପରି ଆଶିରୁନ ଖାତୁନ ବୋଲି ଜଣେ କିଶୋରୀ ବାଳିକା ମଧ୍ୟ ଏହି ଅଙ୍ଗନବାଡି କର୍ମୀଙ୍କ ପାଖରୁ ସରକାର ଦେଉଥିବା ଶୁଖିଲା ଖାଦ୍ୟ ପାଇବାରୁ ବଂଚିତ ବୋଲି ଜଣାଯାଇଛି କେଉଁ ପରିସ୍ଥିତିରେ ୨ଜଣ ଗର୍ଭବତୀ ମହିଳା ଏବଂ ଜଣେ କିଶୋରୀ ବାଳିକା ମହିଳା ଶିଶୁ ବିକାଶ ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ଖାଦ୍ୟ ରୁ ବଂଚିତ ହେଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି ଏହି ଅଭିଯୋଗ ବିଷୟରେ ସଂପୃକ୍ତ ସିଡିପିଓଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇ ପାରି ନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.