Home ଜିଲ୍ଲା ପରିକ୍ରମା ଧାମରାରେ ନାହିଁ ଧାମରା ଥାନା ,ଦୀର୍ଘ ୬ବର୍ଷ ହେବ ସ୍ଥାନାନ୍ତରିତ, ନିଜର ସ୍ଥାନ ପାଇବା ପରେ...

ଧାମରାରେ ନାହିଁ ଧାମରା ଥାନା ,ଦୀର୍ଘ ୬ବର୍ଷ ହେବ ସ୍ଥାନାନ୍ତରିତ, ନିଜର ସ୍ଥାନ ପାଇବା ପରେ ମଧ୍ୟ ଦୀର୍ଘ ୫ବର୍ଷ ହେବ ଆଦାନୀ ହାତଟେକାରେ ଚାଲିଛି ଗୃହ ବିଭାଗର ଧାମରା ଥାନା

2

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧିନତାର ଦୀର୍ଘ ୭୬ବର୍ଷ ପରେ ମଧ୍ୟ ଆଜି ଭଳି ଦିନରେ ଧାମରାରେ ଥିବା ଗୃହ ବିଭାଗର ଥାନା ନିଜର ଅସ୍ଥିତ୍ୱ ହରାଇଛି। ବାର ଦୁଆର ଶୂଣ୍ଡି ପିଣ୍ଢା ହେବା ପରେ ମଧ୍ୟ ଆଜି ଭଳି ଦିନରେ ଧାମରା ଥାନା ନିଜର ସ୍ଥିତିବାନ ସ୍ଥାନରେ ନିଜର ଅଫିସ କରିବାରେ ସମ୍ଭବ ହୋଇ ପାରିନାହିଁ। ଫଳରେ ସାଧାରଣ ଲୋକଟିଏ ବାହାରୁ ଆସି ଧାମରା ଥାନା କେଉଁଠି ବୋଲି ପଚାରିବା ପରେ ମଧ୍ୟ ଠିକଣା ନ ପାଇ ଫେରୁଥିବା ଅଭିଯୋଗ ହୋଇଛି। ଏହି ଥାନା କେତେବେଳେ କେଉଁଠିକୁ ସ୍ଥାନାନ୍ତରିତ ହେଉଛି ତାହା ମଧ୍ୟ ସଂପୃକ୍ତ ଥାନାଧିକାରୀଙ୍କୁ ଜଣା ପଡୁନଥିବା ମଧ୍ୟ ଜଣାଯାଇଛି।ପ୍ରାପ୍ତ ଖବର ଅନୁଯାୟୀ ୧୯୭୫ମସିହା ପୂର୍ବରୁ ଧାମରାରେ ଆଇନ ଶୃଙ୍ଖଳା ସ୍ଥିତି ଚିନ୍ତା ଜନକ ଥିବା ବେଳେ ରାଜ୍ୟ ସରକାର ୧୯୭୬ ମସିହାରେ ଏଠାରେ ଏକ ଫାଣ୍ଡି ଖୋଲିବାକୁ ନିଷ୍ପତି ନେବା ସହ ଧାମରାରେ ଥିବା ବାଣିଜ୍ୟ ବିଭାଗ ର ଗୃହକୁ ଭଡାରେ ନେଇ ଏକ ଅସ୍ଥାୟୀ ଫାଣ୍ଡି ଖୋଲା ଯାଇଥିଲା। ପରେ ଏହା ସ୍ଥାୟୀ ହୋଇଥିଲା। ଧାମରାଇ ମନ୍ଦିର ନିକଟରେ ଥିବା ଧାମରା ମେରାଇନ ଥାନା ପରିସରରେ ଥିବା ଏକ ଜାଗାରେ ଧାମରା ଫାଣ୍ଡିର ଏକ ସ୍ଥାୟୀ ବିଲଡିଂ ନିର୍ମାଣ କରାଯାଇଥିଲା। ଏହି ନୂତନ କୋଠା ନିର୍ମାଣର ଦୀର୍ଘ ୧ବର୍ଷ ପରେ ୨୦୧୫ ମସିହାରେ ଧାମରା ଫାଣ୍ଡି ଅସ୍ଥାୟୀ ସ୍ଥାନରୁ ନିଜର ସ୍ଥାୟୀ କୋଠାଘରକୁ ସ୍ଥାନାନ୍ତରିତ ହୋଇଥିଲା। ୩ବର୍ଷ ଏହି ଫାଣ୍ଡି ଚାଲିବା ପରେ ପୁନଶ୍ଚ ରାଜ୍ୟ ଗୃହ ବିଭାଗ ଧାମରାରେ ଏକ ଥାନା ନିର୍ମାଣ କରିବାକୁ ବିବେଚନା କରିବା ସହ ଗୃହ ବିଭାଗର ଚିଠି ନଂ ଡିଏଆଇ/ସିଆରଟିଏନ-୦୦୦୫-୨୦୧୮ ମୂଳେ ଧାମରା ଠାରେ ଥିବା ଧାମରା ଫାଣ୍ଡି ଧାମରା ଥାନାକୁ ରୂପାନ୍ତରିତ ହୋଇଥିଲା।

ପ୍ରଥମେ ଧାମରା ଫାଣ୍ଡି ଗୃହରେ ଧାମରା ଥାନାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ଧାମରା ବନ୍ଦର କର୍ତୁପକ୍ଷ (ଆଦାନୀ)ନିଜର ସମସ୍ତ ଅଭିଯୋଗ ଏବଂ ଏହାର ସମାଧାନ ପାଇଁ ନିଜର କ୍ୟାମ୍ପସ ମଧ୍ୟକୁ ଏହି ଧାମରା ଥାନାକୁ ନେବା ପାଇଁ ମସୁଧା ଚଳାଇଥିଲେ। ପର ମୁହୁର୍ତରେ ଧାମରା ବନ୍ଦର କର୍ତୁପକ୍ଷ ନିଜର ସ୍ୱାର୍ଥ ସାଧନ ପାଇଁ ଧାମରା ଠାରୁ ୬କି.ମି ଦୂର ଦୋସିଙ୍ଗା ଠାରେ ବନ୍ଦର କ୍ୟାମ୍ପସ ମଧ୍ୟରେ ଖୋଲିବା ପାଇଁ ମଧ୍ୟ ସକ୍ଷମ ହୋଇଥିଲେ ଫଳ ସ୍ୱରୂପ ୨୦୧୮ ମସିହା ନଭେମ୍ବର ୧୩ ତାରିଖରେ ଧାମରା ଥାନା ଧାମରା ବନ୍ଦର ପରିସରରେ ଖୋଲିଥିଲା।ପ୍ରଥମେ ଆଇ ଆଇ ସି ମୋନାଲିସା କର , ଦ୍ୱିତୀୟ ଥାନାଧିକାରୀ ଭାବେ ଶ୍ରୀକାନ୍ତ ପତି ବିଦାୟ ନେବା ପରେ ତୃତୀୟ ଥାନାଧିକାରୀ ଭାବେ ଶୋଭନ କୁମାର ସ୍ୱାଇଁ ଭାବେ କାର୍ଯ୍ୟରତ। ୨୦୧୮ରୁ ୨୦୨୪ ମଧ୍ୟରେ ଧାମରା ଥାନା ୨ଥର ନିଜର ବେଶ ବଦଳାଇଛି। ପ୍ରଥମ ଥର ଧାମରା ଫାଣ୍ଡିରୁ ଧାମରା ବନ୍ଦର(ଆଦାନୀ) ପରିସର ,ପୁନଶ୍ଚ ଆଦାନୀ ଦେଇଥିବା ଘରେ ବର୍ଷା ପାଣି ଜମି ରହିବା ସହ ନିଷ୍କାସନ ହୋଇ ନପାରିବାରୁ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଥାନା ଷ୍ଟାଫ ପୁନଶ୍ଚ ସେହି ସ୍ଥାନରୁ ଅନ୍ୟ ଏକ ଅସ୍ଥାୟୀ ସ୍ଥାନ(ଆଦାନୀ ପରିସର)କୁ ଧାମରା ଥାନାକୁ ସ୍ଥାନାନ୍ତରିତ କରିଥିଲେ। ଇତି ମଧ୍ୟରେ ନିଜର ସ୍ଥାନ ନଥିବା କଥା ଗୃହ ବିଭାଗ ଭଦ୍ରକ ଜିଲ୍ଲାପାଳଙ୍କ ଜଣାଇବା ପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଚାନ୍ଦବାଲି ତହସିଲଦାର ୨୦୧୬ ମସିହାରେ ନରସିଂହ ପ୍ରସାଦ ମୌଜାରେ ପ୍ଲଟ ନଂ ୩୪୪ରେ ୭୦ଡେସିମିଲ ସ୍ଥାନ ଗୃହ ବିଭାଗ ନାମରେ ନାମିତ କରିବା ସହ ଖତିୟାନ ମଧ୍ୟ କରିଦେଇଥିଲେ। ଦୀର୍ଘ ୮ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଭଳି ଦିନରେ ଗୃହ ବିଭାଗ ଏହି ସ୍ଥାନରେ ନିଜର କୋଠାଘର ନିର୍ମାଣ କରି ପାରିଲା ନାହିଁ ଫଳରେ ଆଜି ଭଳି ଦିନରେ ଧାମରା ବନ୍ଦର (ଆଦାନୀ) ହାତଟେକା ଘରେ ଚାଲିଛି ଧାମରା ଥାନା। କେଉଁ ପରିସ୍ଥିତିରେ ଧାମରା ପଂଚାୟତରୁ ଏହି ଫାଣ୍ଡିକୁ ଦୋସିଙ୍ଗା ପଂଚାୟତକୁ ସ୍ଥାନାନ୍ତରିତ କରାଗଲା ତାହା ମଧ୍ୟ ପ୍ରଶ୍ନବାଚୀ ହୋଇପଡିଛି। ଆଜି ଭଳି ଦିନରେ ସାଧାରଣ ଜନତା ଧାମରା ଥାନା ଖୋଜିବାକୁ ଗଲେ ଭ୍ରମରେ ପଡୁଥିବା ବେଳେ କେଉଁଠାରେ ଧାମରା ଥାନା ତାହ ଖୋଜିବାକୁ ସମୟ ସାପେକ୍ଷ ହୋଇ ପଡିଛି। ବହୁ ସମୟରେ ବାହାରୁ ଆସୁଥିବା ଜନତା ଧାମରା ଥାନା ନପାଇ ମଧ୍ୟ ଫେରି ଯିବାର ନଜିରଦେଖାଯାଇଛି। ତୁରନ୍ତ ଭଦ୍ରକ ଜିଲ୍ଲାପାଳ ,ଆରକ୍ଷୀ ଅଧୀକ୍ଷକ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ନୂତନ ସ୍ଥାନରେ ନୂତନ ଘର ନିର୍ମାଣ କରି ତୁରନ୍ତ ଧାମରା ଥାନାକୁ ଧାମରା ବନ୍ଦର(ଆଦାନୀ)କର୍ତୁପକ୍ଷଙ୍କ ଠାରୁ ମୁକୁଳାଇବାକୁ ସର୍ବସାଧାରଣରେ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.