Home ଜିଲ୍ଲା ପରିକ୍ରମା ଧାମରାରେ ଧାମରା ମହୋତ୍ସବ-୨୦୨୫ ର ତୃତୀୟ ସୋପାନ, ପ୍ରଥମ ସନ୍ଧ୍ୟାରେ ତବଲା ବାଦନ, ଓଡିଶୀ ଏବଂ...

ଧାମରାରେ ଧାମରା ମହୋତ୍ସବ-୨୦୨୫ ର ତୃତୀୟ ସୋପାନ, ପ୍ରଥମ ସନ୍ଧ୍ୟାରେ ତବଲା ବାଦନ, ଓଡିଶୀ ଏବଂ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

12

ଭଦ୍ରକ, ୨୩ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ରେ ଧାମରା ମହୋତ୍ସବ ର ତୃତୀୟ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଧାମରାରେ ଦି୍ୱତୀୟ ବାଲିଯାତ୍ରାର ଭ୍ରମ ସୃଷ୍ଟି କରିଥିବା ଧାମରା ମହୋତ୍ସବର ଉତୋରତର କାମନା କରିବା ସହ ଏହା ସବୁ ସମ୍ଭବ ମା ଧାମରାଇଙ୍କ କୃପାରୁ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ର ନିଜର ବକ୍ତବ୍ୟ ରଖିଥିଲେ। ଧାମରାଇଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ମନ୍ତ୍ରୀ ମହୋଦୟଙ୍କୁ ଧାମରା ବସଷ୍ଟାଣ୍ଡରୁ ଏକ ରାଲିରେ ଆଣିବା ସହ ଜଗନ୍ନାଥଙ୍କ ପାଖରେ ପ୍ରଦ୍ୱୀପ ପ୍ରଜ୍ୱଳନ କରିବା ପରେ ଧାମରା ମହୋତ୍ସବର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଧାମରା ମହୋତ୍ସବ କମିଟିର ସ୍ଥାୟୀ ସଭାପତି ବଳଭଦ୍ର ଲେଙ୍କା ନିଜର ସ୍ୱାଗତ ଭାଷଣ ଦେବାସହ ସଂପାଦକୀୟ ବିବରଣୀ ପାଠ ଏବଂ ମଂଚାସୀନ ବ୍ୟକ୍ତି ବିଶେଷଙ୍କ ପରିଚୟ ପ୍ରଦାନ କରିଥିଲେ। ଦିବ୍ୟାଙ୍ଗ ଗୁରୁ ନିତ୍ୟାନନ୍ଦ ଦାସଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି ଧାମରା ମହୋତ୍ସବର ୩ୟ ବାର୍ଷିକ ଅବସରରେ ପ୍ରଥମ ସନ୍ଧ୍ୟାରେ ସମ୍ମାନୀତ ଅତିଥି ଭାବେ ଚାନ୍ଦବାଲି ଏନଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ,ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ମହୋତ୍ସବ କମିଟିର ସଂପାଦକ ପ୍ରିୟରଞନ ଜେନା, ସହ ସଭାପତି ସୁରେଶ ମାହୁନ୍ତ,ତ୍ୟାଗଭୂମି ର ସଂପାଦକ ତଥା ସୁସାହିତ୍ୟିକ ଅଜୟ ନାୟକ,ଅଶୋକ ଜାନା, ଦେବେନ୍ଦ୍ର ନାୟକ, ବନବିହାରୀ ମାଇତି,ତ୍ରିଦିବେଶ ପ୍ରଧାନ, ଉମେଶ ମହାକୁଡ, ଏବଂ ବରିଷ୍ଠ ନାଗରିକ ଜୟକୃଷ୍ନ ସାହୁ ପ୍ରମୁଖ ମଂଚାସୀନ ଥିଲେ।ଧାମରାରେ ପାଳନ କରାଯାଉଥିବା ଧାମରା ମହୋତ୍ସବ କିପରି ରାଜ୍ୟ ବ୍ୟାପୀ ପ୍ରଚାର ଏବଂ ପ୍ରସାର ହେବା ସହ ରାଜ୍ୟ ସଂସ୍କୃତି ବିଭାଗ ଏଥି ପ୍ରତି ଆଗଭର ହେବ ଏବଂ ଏଥିପ୍ରତି ରାଜ୍ୟ ସରକାର ନଜର ଦେବା ଜରୁରୀ ଏବଂ ଧାମରାରେ ଏକ ୧୦୦ଶଯ୍ୟା ବିଶିଷ୍ଟ ମେଡିକାଲ କରିବା ସହ ଧାମରାର ଅଧିଷ୍ଠାତ୍ରୀ ଦେବୀ ମା ଧାମରାଇଙ୍କ ପୀଠକୁ ସରସ ସୁନ୍ଦର କରିବା ଜରୁରୀ ହୋଇ ପଡିଛି ବୋଲି ମଂଚାସୀନ ଅତିଥି ।ମନେ ରାଜ୍ୟ ସରକାର ଏବଂ ପ୍ରତିରକ୍ଷା ବିଭାଗ ପାଖରେ ଦାବୀ ଉପସ୍ଥାପନା କରିଥିଲେ। ଏଥିସହ ଧାମରା ବନ୍ଦର(ଆଦାନୀ) କର୍ତୁପକ୍ଷ ଅଂଚଳର ଉନ୍ନତୀ କରଣ ପାଇଁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେବା ଅତ୍ୟନ୍ତ ଜରୁରୀ ହୋଇପଡିଛି ବୋଲି ମତ ବ୍ୟକ୍ତ କରିଥିଲେ। ଯାତ୍ରା କଳାକାର ତଥା ଯାତ୍ରା ଜଗତର ଖଳନାୟକ ଦୈତାରୀ ପଣ୍ଡା, ଶ୍ରେଷ୍ଠ ତବଲା ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଓଡିଶୀ ନୃତ୍ୟ ଗୁରୁ ନିରଞ୍ଜନ ରାଉତ ଙ୍କୁ ସମ୍ମାନୀତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ତବଲା ବାଦନ, ଓଡିଶୀ ନୃତ୍ୟ, ଓବଂ ସମ୍ବଲପୁରୀ ନୃତ୍ୟ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବା ସହ ଦର୍ଶକଙ୍କ ମନ ମୋହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.