ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ଠାରେ ଥିବା ଗ୍ରହରାଜ ଶନଶ୍ଚରିଙ୍କ ପ୍ରଥମ ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରାରମ୍ଭରେ ୧୦୮ ପୂର୍ଣ କୁମ୍ଭ ଶୋଭାଯାତ୍ରାରେ ଆଣି ପ୍ରତିଷ୍ଠା କରାଯାଇଥିଲା। ପରେ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ସୂର୍ଯ୍ୟ ପୂଜା,ଗୋ ପୂଜା, ଅଙ୍କୁରାରୋପଣ, ଅଧିବାସ ଆରମ୍ଭ ହେବା ପରେ ଯଜ୍ଞାରମ୍ଭ ହୋଇଥିଲା।ଦ୍ୱିତୀୟ ଏବଂ ତୃତୀୟ ଦିନରେ ଦିନରେ ଷୋଡଷ ଉପଚାର ପୂଜା ହେବା ପରେ ପୂର୍ଣାହୂତି ଦିଆଯାଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଧାମରାରେ ୨୦୨୫ ମସିହାରେ ଡା.ଜନ୍ମେଞ୍ଜୟ ବେହେରାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ଏବଂ ଧାମରା ୮ପଂଚାୟତ ବାସୀଙ୍କ ଅକୁଣ୍ଠ ଚିତରେ ଦାନ କରି ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ମନ୍ଦିର ପ୍ରତିଷ୍ଠା ପ୍ରଥମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଧାମରା,ବାଂଶଡା, ଜାଗୁଳା ଆଦି ୮ଟି ପଂଚାୟତର ହଜାର ହଜାର ସଂଖ୍ୟାରେ ଭକ୍ତ ଭକ୍ତା ମାନେ ଯୋଗ ଦେଇ ପ୍ରସାଦ ସେବନ କରିବା ସହ ଗ୍ରହରାଜ ଶନିଶ୍ଚରଙ୍କ କୃପା ଲାଭ କରିଥିଲେ।







