ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାର ଗୋଟିଏ ପଟରେ ଧାମରା (ଆଦାନୀ)ବନ୍ଦର ଅନ୍ୟ ପଟରେ ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ସ୍ତିରୀକୃତ ହୋଇଥିବା ଜମି। ଏହି ପାର୍କ ପାଇଁ ଜମି ମାଲିକ ମାନେ ସରକାରଙ୍କ ପକ୍ଷରୁ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ପାଇ ପାରୁ ନଥିବା ବେଳେ ଏହି ଅଧିନରେ ଥିବା ଜମି , ସାଧାରଣ ଜର୍ମି ଏବଂ ଏଥିସହ ସରକାରୀ ସ୍ଥାନ ମାନଙ୍କରୁ ମାଟି ଚୋରୀ ଆରମ୍ଭ ହୋଇ ଯାଇଛି। ଏହି ମାଟି ଚୋରୀ ଦିନ ବେଳା ଆରମ୍ଭ ହୋଇଥିବା ବେଳେ ରାତି ବେଳକୁ ମାଟି ବିକ୍ରି କରୁଥିବା ମାଫିଆ ମାନେ ବହୁ ସଂଖ୍ୟାରେ ଟ୍ରାକ୍ଟର ଲଗାଇ ମାଟି ଚୋରୀ କରୁଥିବା ନେଇ ଅଭିଯୋଗ ହେଉଛି। ପୂର୍ବ ସରକାର ସମୟରେ ପ୍ରଥମେ ଏହି ମାଟି ବିକ୍ରି ପାଇଁ ତହସିଲଦାରଙ୍କୁ କ୍ଷମତା ଦେଇଥିବା ବେଳେ ପୁନଶ୍ଚ ଏହି କ୍ଷମତା ତହସିଲଦାରଙ୍କ ଠାରୁ ପ୍ରତ୍ୟାହୃତ କରାଯାଇ ଖଣି ବିଭାଗକୁ ଏହି ଦାୟିତ୍ୱ ସମର୍ପଣ କରାଯାଇଥିଲା। ଖଣି ବିଭାଗ କୁ ଏହି ଦାୟିତ୍ୱ ଦେବା ପରେ ଖଣି ବିଭାଗ ଅଧିକାରୀ ନାମକୁ ମାତ୍ର କିଛି ଟଙ୍କା ସରକାରୀ ତହବିଲକୁ ଯାଉଛି ବୋଲି ରସିଦ କାଟି ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଏହି ମଧ୍ୟସ୍ଥି ମାନଙ୍କୁ ପାଖରୁ ମୁନାଫା କମାଇ ଆସୁଛନ୍ତି। ପୂର୍ବ ସରକାର ଅମଳରେ ୨୦୨୩ ମସିହା ପର୍ଯ୍ୟନ୍ତ ମାଟି ବିକ୍ରି ଦାୟିତ୍ୱ ସଂପୃକ୍ତ ତହସିଲଦାରଙ୍କ ଦିଆଯାଉଥିଲା। ୨୦୨୪ ମସିହାରେ ଏହାକୁ ଖଣି ବିଭାଗ କୁ ହସ୍ତାନ୍ତର କରାଗଲା ପରେ ସଂପୃକ୍ତ ତହସିଲ ସ୍ଥାନରୁ ହଜାର ହଜାର ଟ୍ରିପ ମାଟି ଚୋରୀ ହେଉଥିବା ବେଳେ ବହୁ ସମୟରେ ତହସିଲଦାର ଏହି ସ୍ଥାନକୁ ଅତର୍କିତ ଚଢାଉ କରି ଫାଇନ କରିବାକୁ ଯାଉଥିବା ବେଳେ ଖଣି ବିଭାଗ ପାଖରୁ ସଂପୃକ୍ତ ମାଟି ମାଫିଆ ମାତ୍ର କେତୋଟି ଟଙ୍କାର ରସିଦ ଦେଖାଇ ଏହି ଫାଇନରୁ ବର୍ତି ଯାଉଛନ୍ତି। ରଜସ୍ୱ ିଭାଗର ନିୟମାନୁଯାଇ ୧କ୍ୟୂବିକ ମିଟର ମାଟି ପାଇଁ ସରକାର ମାଟି ସେସ ପାଇଁ ୩୫ଟଙ୍କା ଏବଂ ଡେଡ ରେଂଟ ବାବଦରେ ୬ଟଙ୍କା ଏହିପରି ସମୁଦାୟ ୪୧ଟଙ୍କା ରାଜସ୍ୱ ପାଉଥିବା ବେଳେ ଗୋଟିଏ ଟ୍ରାକ୍ଟର ମାଟି ପାଇଁ ରାଜସ୍ୱ ବିଭାଗ ୧୨୩ଟଙ୍କା ରାଜସ୍ୱ ଆଦାୟ କରି ଆସୁଥିଲା। ମାତ୍ର ଏହି ଦାୟିତ୍ୱ ଖଣି ବିଭାଗକୁ ଦେବା ପରେ ସଂପୃକ୍ତ ଖଣି ବିଭାଗୀୟ ଅଧିକାରୀ ନିଜ ପକେଟ ଗରମ କରିବା ସହ ମାତ୍ର କେତୋଟି ଟଙ୍କା ହାତଗଣତି ରସିଦ କାଟି ଶହ ଶହ ଟ୍ରିପ ମାଟି ବିକ୍ରି କରି ଦେଉଛନ୍ତି। କୌଣସି ପରିସ୍ଥିତିରେ ତହସିଲଦାର ଅଥବା ମାଜିଷ୍ଟେଟଙ୍କ ନିକଟରେ ଅଭିଯୋଗ ଆସିଲେ ମଧ୍ୟ ମାଜିଷ୍ଟେଟ ଖଣି ବିଭାଗର ଏହି ରସିଦ ଟିକକ ଦେଖି କୌଣସି ଫାଇନ କରି ପାରୁ ନାହାନ୍ତି ମାତ୍ର ସେହି ସ୍ଥାନରେ ହଜାର ହଜାର ଟ୍ରିପ ମାଟି ସରକାରୀ ସ୍ଥାନରୁ ବିକ୍ରି ହେଉଥିବା ବେଳେ ତହସିଲଦାର ଅଥବା ମାଜିଷ୍ଟଟ ନୀରବଦ୍ରଷ୍ଟା ସାଜୁଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଏହି ମାଟିଚୋରୀ ଅଭିଯୋଗ ହେବା ପରେ ସେ ତୁରନ୍ତ ଏହି ଦାୟିତ୍ୱ ପୁନଶ୍ଚ ସଂପୃକ୍ତ ତହସିଲଦାରଙ୍କ ଦେବା ପାଇଁ ନିର୍ଦେଶ ଦେଇଥିଲେ। ମାତ୍ର ଏହି ନିର୍ଦେଶ ମିଳିବା ପରେ ମଧ୍ୟ ଏହି ବାବଦରେ କୌଣସି ଚିଠି ଜିଲ୍ଲାପାଳଙ୍କ ନିକଟକୁ ଆସି ନାହିଁ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ମାତ୍ର ଆଜି ଭଳି ଦିନରେ ଖଣି ବିଭାଗ ପୁନଶ୍ଚ କେତୋଟି ଟଙ୍କା ରାଜସ୍ୱ ଆଦାୟ ଦର୍ଶାଇ ରସିଦ କାଟି ଏହି ମାଟି ମାଫିଆ ମାନଙ୍କୁ ମାଟି ଚୋରୀ କରିବାକୁ ଅନୁମତି ଦେଉଛନ୍ତ। ଫଳରେ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଲେ ରାଜସ୍ୱ ଆଦାୟରେ ତହସିଲ ଅପୂର୍ବପୂର୍ବ ସଫଳତା ପାଇ ପାରନ୍ତା ବୋଲି ଚର୍ଚା ଚାଲିଛି।








