Home ଜିଲ୍ଲା ପରିକ୍ରମା ଧାମରାରେ କଂଗ୍ରେସ ପକ୍ଷରୁ ମହମବତୀ ଶୋଭାଯାତ୍ରା ଏବଂ ନୀରବ ପ୍ରାର୍ଥନା

ଧାମରାରେ କଂଗ୍ରେସ ପକ୍ଷରୁ ମହମବତୀ ଶୋଭାଯାତ୍ରା ଏବଂ ନୀରବ ପ୍ରାର୍ଥନା

4

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଧାମରା କଂଗ୍ରେସ ପକ୍ଷରୁ ମହମବତୀ ଶୋଭାଯାତ୍ରା ଏବଂ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ଗଭୀର ମର୍ମାହତ ସହ ଏହି ଦୁଃଖଦ ଘଟଣାରେ ସମସ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ସୁରକ୍ଷିତ ରଖିବା ଜରୁରୀ ହୋଇପଡିଛି ଏବଂ ରାଜ୍ୟ ସରକାର ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ନେବା ସହ ପିଡୀତାଙ୍କ ପରିବାରକୁ ନ୍ୟାୟ ଦେବା ସହ ଆଇନ କଡା ପଦକ୍ଷପେ ନେବ ବୋଲି ନିଜର ବକ୍ତବ୍ୟ ରଖିଥିଲେ। କଂଗ୍ରେସ ଦଳ ତରଫରୁ ହୋଇଥିବା ମହମବତୀ ଶୋଭାଯାତ୍ରା ଧାମରାଇ ମନ୍ଦିର ପାଖରୁ ବାହାରି ଧାମରାଇ ବସଷ୍ଟାଣ୍ଡ ଠାରେ ଶେଷ ହୋଇଥିଲା। ଏହି ଶୋଭାଯାତ୍ରା ଏବଂ ନୀରବପ୍ରାର୍ଥନା ରେ ଦିଗମ୍ବର ଦାସ, ନରହରି ମଲିକ, ଦୁଃଖ ଜେନା, ଉମେଶ ମହାକୁଡ, ଶରତ ଦଳେଇ, ଦୁଖୂନୁ ନାୟକ, ନରେନ୍ଦ୍ର ନାୟକ, ସୋନୁ ଲେଙ୍କା,ତାରାକାନ୍ତ ସାମ. ବାଣ୍ଠିଆ ଗିରି, ଜିଆଦ ଅଲ୍ଲି ଖାଁ,ମହେଶ୍ୱର ମଲିକ,ବିମାନ ଗିରି, ଅର୍ଜୁନ ବାରିକ, କରବୀର ମାଝୀ, ଟିଙ୍କୁ ପାଳଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.