Home ଜିଲ୍ଲା ପରିକ୍ରମା ଧାମରାରେ ଓଡିଆ ପକ୍ଷ ପାଳନ ଏବଂ ଗଣଦୌଡ

ଧାମରାରେ ଓଡିଆ ପକ୍ଷ ପାଳନ ଏବଂ ଗଣଦୌଡ

7

ଭଦ୍ରକ, ୫ା୪ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ଦିବସ ଠାରୁ ଓଡିଆ ନବବର୍ଷ ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିବା ପରିପ୍ରେକ୍ଷୀରେ ଆଜି ଧାମରାରେ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଏøତିହ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଧାମରାଇ ମନ୍ଦିର ଠାରେ ଚାନ୍ଦବାଲି ବିଡିଓ ସଞୀବ କୁମାର ମହାପାତ୍ର ପତାକା ଦେଖାଇ ସକାଳ ୭.୩୦ମିନଟରେ ଏହାକୁ ଶୁଭାରମ୍ଭ କରିଥିଲେ । ଏହି ଗଣଦୌଡ ଧାମରାଇ ମନ୍ଦିର ନିକଟରୁ ଆରମ୍ଭ ହୋଇ ପ୍ରଥମେ ଗଙ୍ଗାମାତା ପଡିଆ ହୋଇ ଧାମରା ବସଷ୍ଟାଣ୍ଡରେ ଶେଷ ହୋଇଥିଲା । ଆଜି ହୋଇଥିବା ଏହିଗଣଦୌଡରେ ମା ଧାମରାଇ ନୋଡାଲ ହାଇସ୍କୁଲ,ଧାମରାଇ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ର ଏବଂ ଧାମରା ଆଠ ପଂଚାୟତର ବହୁ ଯୁବ ଗୋଷ୍ଠୀ ଏହି ଗଣ ଦୌଡରେ ସାମିଲ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର, ଟୁଲୁ ପ୍ରଧାନ,ପ୍ରଦ୍ୱୀପ ରାଉତ ବାପୁଜୀ ମାଝୀ,କାର୍ତିକ ଗୁଡିଆ, ପାପା ଜେନା,ଚନ୍ଦ୍ର ଶେଖର ଜେନା, ବିପିନ ବେହେରା, ମନୋଜ ଲେଙ୍କା,ରବିନ୍ଦ୍ର ବାରିକ ,ନରହରି ମଲିକ, ପିଏମ ଶ୍ରୀ ଧାମରାଇ ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଟୁନା ମହାଳିକ, ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ ବେହେରା ଙ୍କ ସହ ଧାମରା ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.