Home ଜିଲ୍ଲା ପରିକ୍ରମା ଧାମରାରେ ଇଏସଆଇସି ମେଡିକାଲ ଖୋଲିବା ନେଇ ସ୍ଥାନ ଚିହ୍ନଟ ପ୍ରକ୍ରିୟା, ଅସନ୍ତୋଷ ବ୍ୟକ୍ତ କଲେ ଆଂଚଳିକ...

ଧାମରାରେ ଇଏସଆଇସି ମେଡିକାଲ ଖୋଲିବା ନେଇ ସ୍ଥାନ ଚିହ୍ନଟ ପ୍ରକ୍ରିୟା, ଅସନ୍ତୋଷ ବ୍ୟକ୍ତ କଲେ ଆଂଚଳିକ ନିର୍ଦ୍ଦେଶକ, ଗମନାଗମନର ସୁବିଧା ଥିବା ସ୍ଥାନ ଦେବାକୁ ଜିଲ୍ଲାପାଳଙ୍କୁ ଅବଗତ କରାଇଲେ

8

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଠାରେ ଏକ ଇଏସଆଇସି ମେଡିକାଲ ଖୋଲିବାକୁ ୨୦୦୯ ମସିହାରୁ ଭାରତୀୟ ମଜଦୁର ସଂଘ ଦାବୀ କରିଆସୁଥିଲା । ଧାମରା ବନ୍ଦର ଏବଂ ଅନ୍ୟାନ୍ୟ ବେସରକାରୀ କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଇଏସଆଇସି କର୍ତ୍ତବ୍ୟବଦ୍ଧ । ଆଜି ଇଏସଆଇସିର ଆଂଚଳିକ ନିର୍ଦ୍ଦେଶକ ସୁକାନ୍ତ କୁମାର ଦାସ ଆସି ଧାମରାରେ ପହଂଚିବା ପରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଇଏସଆସିର ନିର୍ଦେଶକ ପାଇକସାହି ମୌଜାରେ ଥିବା ଖାତା ନଂ ୩୩୫ ଏବଂ ଖସଡା ନଂ ୭୦ ପ୍ଲଟଟିକୁ ଦେଖିବା ପାଇଁ ଯାଇଥିଲେ । ଏହି ପ୍ଲଟଟି ଏ୨.୪୦କର ରହିଥିବା ବେଲେ ଧାମରା ରାଜସ୍ୱ ନିରୀକ୍ଷକ ତୁଷାର ରଞ୍ଜନ ଦାସ ଏହି ସ୍ଥାନଟି ଠିକ ହେବ ବୋଲି ସଂପୃକ୍ତ ନିର୍ଦ୍ଦେଶକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଏହି ସ୍ଥାନକୁ ଯିବାକୁ ହେଲେ ୧୦ଟି ବେସରକାରୀ ପ୍ଲଟ ଅତିକ୍ରମ କରିବାକୁ ପଡିବ । ଫଳରେ କୌଣସି ଏକ ସମ୍ବେଦନଶୀଳ ସମୟରେ କୌଣସି ଆମ୍ବୁଲାନ୍ସ ଏହି ସ୍ଥାନକୁ ଯିବା ଅସମ୍ଭବ ହୋଇପଡିବା ସହ ଦୁର୍ଘଟଣାରେ ଆହତ ରୋଗୀ ମାନେ ତୁରନ୍ତ ଏହି ସ୍ଥାନରେ ପହଂଚି ପାରିବେ ନାହିଁ ଇଏସଆସି ଆଂଚଳିକ ନିର୍ଦ୍ଦେଶକ ସୁକାନ୍ତ କୁମାର ଦାସ ବୋଲି ମତବ୍ୟକ୍ତ କରିଥିଲେ ।ଯାତାୟତ ର ଠିକ ସୁବିଧା ରହିବା ସହ ଧାମରା-ଜାମୁଝାଡି ରାସ୍ତା ନିକଟସ୍ଥ ଏବଂ ଧାମରା ବନ୍ଦର ତଥା କଇଥଖୋଲା ଠାରେ ପ୍ରସ୍ଥାବିତ ଶିଳ୍ପପାର୍କ ନିକଟସ୍ଥ କୌଣସି ଏକ ରାସ୍ତା ପାଖ ସ୍ଥାନ ଚୟନ କରିବାକୁ ସଂପୃକ୍ତ ନିର୍ଦ୍ଦେଶକ ଧାମରା ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟ ପକ୍ଷରେ ସଂପୃକ୍ତ ନିର୍ଦ୍ଦେଶକ ଏ ବାବଦରେ ଚାନ୍ଦବାଲି ତହସିଲଦାର ଏବଂ ଭଦ୍ରକ ଜିଲ୍ଲାପାଳଙ୍କ ସହ କଥା ହେବା ପରେ ସ୍ଥାନ ଚୟନ କରାଯିବ ବୋଲି ମତ ବ୍ୟକ୍ତ କରିଥିଲେ । ଆଜି ଇଏସଆଇସିର ଏକ ୧୦ଜଣିଆ ଟିମ ଏହି ଜାଗା ଚିହ୍ନଟ କରିବାକୁ ଆସିଥିବା ବେଳେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ କିପରି ଚିହ୍ନଟ ଦେଉଥିବା ସ୍ଥାନକୁ କୌଣସି ଯାତାୟତ ରାସ୍ତା ନଥିବା ବେଳେ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱ ଦେଲେ ନାହିଁ ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଫଳରେ ସଂପୃକ୍ତ ଟିମ ନିରାଶରେ ଫେରିଯାଇଥିଲେ । ଭଦ୍ରକ ଜିଲ୍ଲାପାଳ ତୁରନ୍ତ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ବିଏମଏସ ଦାବୀ କରିଛି,ନଚେତ ଧାମରା ଅଂଚଳର ଶ୍ରମିକ ମାନଙ୍କ ପାଇଁ ଆସିଥିବା ଇଏସଆଇସି ମେଡିକାଲ କେବଳ କାଗଜପତ୍ର ସିମୀତ ହୋଇ ରହିଯିବା ସହ ଇଏସଆଇସି ଏହି ମେଡିକାଲ ପାଇଁ ଖର୍ଚ କରିବାକୁ ଥିବା ୭୦କୋଟି ଟଙ୍କା ଫେରିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ବିଏମଏସର ରାଜ୍ୟ ସଭାପତି ଶାନ୍ତନୂ କୁମାର ଆଶଙ୍କା ପ୍ରକଟ କରିଛନ୍ତି । ଆଜିର ଏହି ଟିମରେ ଇସଆସିର ଆଂଚଳି ନିର୍ଦ୍ଦେଶକ ସୁକାନ୍ତ କୁମାର ଦାସ,ସହ ନିର୍ଦେଶକ ସୁଜିତ ପ୍ରଧାନ,ଇଏସଆସିର ସ୍କିମ ନିର୍ଦେଶକ ଜେ.ଜେ ପତି,ସୋମ୍ୟ ଦତ, ଜିଲ୍ଲା ପରିଚାଳନା ଅଧିକାରୀ ଶିଶିର କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଭାରତୀୟ ମଜଦୁର ସଂଘର ସହ ସଭାପତି ଚନ୍ଦ୍ର ଶେଖର ଜେନା, ସଂପାଦକ ମନୋଜ ଲେଙ୍କା,ମୁକ୍ତିକାନ୍ତ ସାହୁ,ଲକ୍ଷ୍ମୀକାନ୍ତ ଦାସ,ବିଜୟ ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.