ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ଯୋଜାନର ଶୁଭାରମ୍ଭ ହୋଇ ଯାଇଛି। ଏହି ଉପଲେକ୍ଷ ହୋଇଥିବା ସଭାରେ ଚାନ୍ଦବାଲି ବ୍ଲକର ସହକାରୀ ଯନ୍ତ୍ରୀ ଅମୀୟ କୁମାର ପଲେଇ ସଭାପତିତ୍ୱ କରିଥିବା ବେଳେ ଧାମରାଇ ମଣ୍ଡଳର ସଭାପତି ତ୍ରିଦିବେଶ ପ୍ରଧାନ ଯୋଗ ଦେଇ ନିଜ ବକ୍ତବ୍ୟରେ ଆୟୁଷ୍ମାନ ଭାରତ ଓ ଆୟୁଷ୍ମାନ ବୟୋବନ୍ଦନା ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଇଥିଲେ। ଧାମରା ପଂଚାୟତର ସମିତି ସଭ୍ୟ ପ୍ରିୟ ରଞ୍ଜନ ଜେନା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ତତ୍ୱାବଧାନରେ ଦେଶରେ ୨୯ହଜାର ରୁ ଅଧିକ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେବା ସହ ୭୦ବର୍ଷ ବୟସରୁ ଉର୍ଦ୍ଧ ବରିଷ୍ଠ ନାଗରିକଙ୍କୁ ବୟୋବନ୍ଦନା ଯୋଜନୋର ସାମିଲ କରାଯିବା ଏବଂ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ନିଜ ବକ୍ତବ୍ୟ ରଖିଥେିଲ। ସେହିପରି ଧାମରା ମେଡିକାଲର ଡ. ଜନ୍ମେଞ୍ଜୟ ବେହେରା, ଜାଗୁଳା ପଂଚାୟତର ସମିତିସଭ୍ୟଙ୍କ ପ୍ରତିନିଧି ସୁବାଶ ଦାସ, ଧାମରା ପଂଚାୟତ ସରପଂଚଙ୍କ ପ୍ରତିନିଧି ଅର୍ଜୁନ ମାଝୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥେିଲ। ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର , ପିଏମଶ୍ରୀ ଧାମରା ନୋଡାଲ ହାଇସ୍କୁଲର ପ୍ରଦାନ ଶିକ୍ଷକ ଟୁନା ମହାଳିକ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିବା ସହ ଏହି ଯୋଜନୋର ସାମିଲ ହୋଇଥିବା ବ୍ୟକ୍ତି ବେିଶଷ ମାନଙ୍କୁ ଆୟୁଷ୍ମାନ କାର୍ଡ ବଂଟନ କରିଥିଲେ। ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅଭିମନ୍ୟୁ ରାଉତ, ଅଶୋକ ରାଉତ, ପାପା ଜେନା, ସମାଜେସବୀ ରୁଦ୍ର ମହାନ୍ତି, ଟୁଲୁ ପ୍ରଧାନ, ସୁବାଶ ଦାସ,ଅର୍ଜୁନୀ ମାଝୀ, ମାନ ଗୋବିନ୍ଦ ପରିଡାଙ୍କ ସମେତ ଧାମରା, ଜାଗୁଳା, କଇଥଖୋଲା, କରଞ୍ଜମାଳ, କରଣପଲ୍ଲୀ, ପଂଚୁଟିକ୍ରି ଏବଂ ଦୋସିଙ୍ଗା ପଂଚାୟତର ବହୁ ମହିଳା ଉପସ୍ଥିତ ଥିଲେ।