Home ଜିଲ୍ଲା ପରିକ୍ରମା ଧାମରାରୁ ବାଣ ଜବତ କଲା ପୁଲିସ

ଧାମରାରୁ ବାଣ ଜବତ କଲା ପୁଲିସ

13

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ଏହି ଜିଲାର ଧାମରା ଥାନାର ଅଧିକାରୀ ଶ୍ରୀକାନ୍ତ କୁମାର ପତି ବିପୁଳ ପରିମାଣର ବାଣ ଜବତ କରିଛନ୍ତି । ଖବରରୁ ପ୍ରକାଶ ସରକାର କେବଳ ସବୁଜ ବାଣ ବିକ୍ରି ପାଇଁ ଅନୁମତି ଦେଇଥିବା ବେଳେ ଜାଗୁଳା ପଂଚାୟତ ଅଧିନସ୍ଥ ବଳଭଦ୍ର ପ୍ରସାଦ ଗ୍ରାମର ଦିପକ ମଣ୍ଡଳ ବହୁ ପରିମାଣର ବାଣ ନେଇ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଧାମରା ଥାନା ଅଧିକାରୀ ଯାଇ ସେହି ଗ୍ରାମରୁ ଏହି ବିପୁଳ ପରିମାଣର ବାଣ ଜବତ କରିବା ସହ ସେ ଗୁଡିକୁ ଆଣି ଥାନା ନିକଟରେ ଥିବା ଏକ ପାଣି କୁଣ୍ଡରେ ପକାଇ ନଷ୍ଟ କରିଥିଲେ । ଏବଂ ବାଣ ଆଣିଥିବା ଦିପକ ମଣ୍ଡଳକୁ ଅଟକାଇ ରଖି ଅଧିକ ତଦନ୍ତ ଜାରୀ ରଖିଛନ୍ତି ।ଏଠାରେ ଉଲ୍ଲେଖଯୋଗ୍ୟ ସରକାର ବାଣ ଫୁଟାଇବାକୁ କେବଳ ରାତି ୮ରୁ ୧୦ଟା ପର୍ଯ୍ୟନ୍ତ ଅନୁମତି ଦେଇଥିବା ବେଳେ ଚାଇନା ବାଣକୁ ସଂପୂର୍ଣ୍ଣ ବ୍ୟାଜାପ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.