Home ଜିଲ୍ଲା ପରିକ୍ରମା ଧାମରାରୁ ଢେଙ୍କାନାଳ ଝିଅ ଉଦ୍ଧାର ଘଟଣାରେ ମୁଖ୍ୟ ଆସାମୀଙ୍କୁ କୋର୍ଟ ଚାଲାଣ, ୩ ଗିରଫ ଜଣେ...

ଧାମରାରୁ ଢେଙ୍କାନାଳ ଝିଅ ଉଦ୍ଧାର ଘଟଣାରେ ମୁଖ୍ୟ ଆସାମୀଙ୍କୁ କୋର୍ଟ ଚାଲାଣ, ୩ ଗିରଫ ଜଣେ ଫେରାର

7

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ନଭେମ୍ବର ମାସରେ ଧାମରାରୁ ଉଦ୍ଧାର ହୋଇଥିବା ଜଣେ ଯୁବତୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସଂପୃକ୍ତ ଯୁବତୀଙ୍କ ସହ ଧାମରା ଅଂଚଳର ୩ଜଣ ଯୁବକ ଏବଂ ଜଣେ ପ୍ରୋଢ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖିଥିବା କଥା ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଇଥିଲେ। ପରେ ଧାମରା ସାମୁଦ୍ରିକ ଥାନାଧିକାରିଣୀ ଏହି ଘଟଣାରେ ଲିପ୍ତ ଧାମରା ଅଂଚଳର ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଜି ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହେବା ସହ ଆଜି ସଂପୃକ୍ତ ମୁଖ୍ୟ ଆସାମୀକୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଧାମରା ସାମୁଦ୍ରିକ ଥାନାଧିକାରିଣୀ ଙ୍କ ତଦନ୍ତ ଅନୁଯାଇ ଢେଙ୍କାନାଳର ସଂପୃକ୍ତ ଯୁବତୀକୁ ଫୋନ ଯୋଗେ ଯୋଗାଯୋଗ କରାଯାଇ ଧାମରାକୁ ଅଣାଯାଇ କଇଥଖୋଲାଠାରେ ଥିବା ଏକ ଘରେ ସଂପୃକ୍ତ ଯୁବତୀଙ୍କ ସହ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖିଥିଲେ । ପରେ ଏହି ବୟାନକୁ ଆଧାର କରି ଧାମରା ସାମୁଦ୍ରିକ ଥାନାଧିକାରିଣୀ ସଂପୃକ୍ତ ଯୁବତୀକୁ ନେଇ ବଳାତ୍କାର ହୋଇଥିବା ଘରକୁ ଯାଇଥିଲେ।ଏହି ଘଟଣାରେ ସଂପୃକ୍ତି ଥିବା ମୁଖ୍ୟ ଅଭିଯୁକ୍ତ (ଘର ମାଲିକ) ଗିରଫ ହୋଇସାରିଥିବାବେଳେ ଧାମରା ଗ୍ରାମର ଅନ୍ୟ ଜଣେ ଯୁବକ ଫେରାର ଅଛନ୍ତି। ଖୁବଶୀଘ୍ର ଏହି ଘଟଣାରେ ସମସ୍ତ ସଂପୃକ୍ତ ଥିବା ଦୋଷୀଙ୍କୁ ଗିରଫ କରାଯିବ ବୋଲି ଧାମରା ସାମୁୁ୍‌ଦ୍ରିକ ଥାନାଧିକାରିଣୀ ପ୍ରିୟଦଶର୍ନୀଖଟୁଆ ନିଜର ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.