Home ଜିଲ୍ଲା ପରିକ୍ରମା ଧାମରା,ଗୋଟିଏ ଦିନରେ ୨ଟି ଅପମୃତ୍ୟୁ

ଧାମରା,ଗୋଟିଏ ଦିନରେ ୨ଟି ଅପମୃତ୍ୟୁ

23

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳରେ ଗୋଟିଏ ଦିନରେ ୨ଟି ଅପମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ପ୍ରାପ୍ତ ଖବର ଅନୁଯାୟୀ ଦୋସିଙ୍ଗା ପଂଚାୟତ ଅଧିନସ୍ଥ ସମିପାଟିଆ ଗ୍ରାମର ରାମକୃଷ୍ନ ଭୂୟା(୬୬) ନିଜ ପୋଖରୀରେ ମାଛ ଧରୁଥିବା ସମୟରେ ଗାଏବ ହୋଇଯାଇଥିଲେ । ବହୁ ସମୟ ପରେ ସଂପୃକ୍ତ ବ୍ୟକ୍ତି ଙ୍କ ଶବ ପୋଖରୀରେ ଭାସୁଥିବାର ଦେଖି ତାଙ୍କୁ ତାଙ୍କର ପରିବାର ଧାମରା ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିବା ସହ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇଥିଲେ । ଅନ୍ୟ ଏକ କେସରେ ଧାମରା ଥାନା ଅଧିନସ୍ଥ ଝାଡକଟା ଗ୍ରାମର ତରୁଣ କୁମାର ଜେନା(୪୫) କୌଣସି ପାରିବାରିକ ସମସ୍ୟାକୁ ନେଇ ନିଜ ଘରେ ଫାଶି ଦେଇ ଆତ୍ମହତ୍ୟା କରିଥିଲେ । ତାଙ୍କ ପରିବାର ଲୋକ ତାଙ୍କୁ ଆଣି ଧାମରା ମେଡିକାଲରେ ପହଂଚିଥିଲେ ମଧ୍ୟ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିବା ସହ ଶବକୁ ବ୍ୟବଛେଦ ପାଇଁ ଭଦ୍ରକ ପଠାଇଥିବା ଜଣାଯାଇଛି । ଏହି ୨ଟି ଅପମୃତ୍ୟୂ କୁ ନେଇ ଧାମରା ଥାନାରେ ୨ଟି ଅପମୃତ୍ୟୂ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରୀ ରହିଛି ବୋଲି ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ନିକଟରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.