ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେବୋତ୍ତର ସହକାରୀ କମିଶନର ସଞ୍ଜୟ କୁମାର ସୁଝବ୍ରତ ଆଚାର୍ଯ୍ୟ ଆସି ଧାମରାର ପ୍ରସିଦ୍ଧ ମା ଧାମରାଇଙ୍କ ମନ୍ଦିରରେ ପହଂଚିବା ପରେ ମନ୍ଦିର କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ନ୍ଧନା ଦିଆଯାଇଥିଲା ।ପରେ ସେ ଧାମରାଇ ମନ୍ଦିର ବୁଲି ଦେଖିବା ସହ ମନ୍ଦିର ରେ ପୂଜାର୍ଚନା କରିଥିଲେ । ପରେ ଧାମରାଇ ମନ୍ଦିର କମିଟି ସହ ମନ୍ଦିର ବିଷୟରେ ଆଲୋଚନା କରିଥିଲେ । କେଉଁ ପରିସ୍ଥିତିରେ ମନ୍ଦିରର ଆୟ କମ ଥିବା ବେଳେ ମନ୍ଦିରର ବ୍ୟୟ ଭାର ଦିନକୁ ଦିନ ବଢି ବଢି ଚାଲିଛି ସେଥିପାଇଁ ସେ ଚିନ୍ତା ପ୍ରକଟ କରିବା ସହ ଆଗାମୀ ଦିନରେ ସରକାରୀ ସ୍ତରରୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏଥିସହ ମନ୍ଦିର କମିଟିର ସଂପାଦକ ଏବଂ ସଭାପତିଙ୍କୁ ମନ୍ଦିର ଆୟ ବ୍ୟୟର ସମୀକ୍ଷା କରିବା ସହ ଏହାର ବାଲାନ୍ସ ସୀଟ ପ୍ରସ୍ତୁତ କରି ତାହାକୁ ଦେବୋତର କମିଶନରଙ୍କ ଅଫିସକୁ ପଠାଇବାକୁ ନିର୍ଦେଶ ଦେଇଥିଲେ ।
ଏହି ବାଲାନ୍ସ ସୀଟ ପାଇବା ପରେ ସେ ଏହି ବିଷୟରେ କମିଶନରଙ୍କୁ ଅବଗତ କରାଇ ବାର୍ଷିକ କିଛି ସରକାରୀ ଅନୁଦାନ ଧାମରାଇ ମନ୍ଦିରକୁ ପ୍ରଦାନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଧାମରାଇ ମନ୍ଦିର ସମସ୍ତ ବର୍ଷର ଆୟବ୍ୟୟ ର ସମୀକ୍ଷା ପ୍ରସ୍ତୁତ କରି ଏହାକୁ ସରକାରଙ୍କୁ ଅବଗତ କରାଇବାକୁ ମଧ୍ୟ କହିଥିଲେ ଫଳରେ ଆଗାମୀ ଦିନରେ ମନ୍ଦିର ବ୍ୟୟ କୁ ଆଖି ଆଗରେ ରଖି ଦେବୋତ୍ତର କମିଶନର ସରକାରୀ ଅନୁଦାନ ବଢାଇ ପାରିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଏହି ମନ୍ଦିର ଟି କନିକା ରାଜାଙ୍କ ଦାୟିତ୍ୱରେ ଥିବା ବେଳେ ଏହାର ସମସ୍ତ ନଥିପତ୍ର କନିକା ରାଜାଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦେବୋତର କମିଶନରଙ୍କୁ ଅବଗତ କରାଯିବ ।ତାଙ୍କର ଏହି ସରକାରୀ ଗସ୍ତ ସମୟରେ ଦେବୋତର ଇନ୍ସପେକ୍ଟର ଦେବବ୍ରତ ବିଶ୍ୱାଳ,କନିକା ରାଜାଙ୍କ ପ୍ରତିନିଧି ସରୋଜ ଦୀକ୍ଷିତ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ର,ଜାଗୁଳା ପଂଚାୟତ ର ପୂର୍ବତନ ସମିତିସଭ୍ୟ ପ୍ରମୋଦ ନାୟକ,ପୂର୍ବତନ ସରପଂଚ ସୁରେଶ ମାହୁନ୍ତ,ଉମେଶ ମହାକୁଡ,ଅଭିମନ୍ୟୂ ରାଉତ,ସୋନୁ ଲେଙ୍କା,ନିତ୍ୟାନନ୍ଦ ବେହେରା,ଖଗେଶ୍ୱର ମାଝୀ ଙ୍କ ସହ ଧାମରାଇ ମନ୍ଦିର କମିଟିର ଅନ୍ୟ ସମସ୍ତ ସଦସ୍ୟ ଉପସ୍ତିତ ଥିଲେ ।