Home ଜିଲ୍ଲା ପରିକ୍ରମା ଧାମରାଇ ମନ୍ଦିରରେ ଅନିୟମିତତା, ଜିଲ୍ଲାପାଳଙ୍କୁ ଦାବୀପତ୍ର, କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ

ଧାମରାଇ ମନ୍ଦିରରେ ଅନିୟମିତତା, ଜିଲ୍ଲାପାଳଙ୍କୁ ଦାବୀପତ୍ର, କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ

0

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାର ପ୍ରସିଦ୍ଧ ଦେବୀ ମା ଧାମରାଇଙ୍କ ମନ୍ଦିରରେ ସେବା ଯୋଗାଇବା ନାମରେ ବିଭିନ୍ନ ଅନିୟମିତତା ଏବଂ ଅର୍ଥ ହେରଫେର ନେଇ ଧାମରା ବାସୀ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଧାମରା ଅଂଚଳର କୈବର୍ତ ସଂପ୍ରଦାୟ ଧାମରାଇଙ୍କ ସମୁଦ୍ରରୁ ଉଦ୍ଧାର କରିବା ପରେ ଧାମରାରେ ପ୍ରତିଷ୍ଠା କରିଥିଲେ ଏବଂ କୈବର୍ତ ସଂପ୍ରଦାୟର ବିଧବା ମହିଳାଙ୍କ ଦ୍ୱାରା ଆଜି ପର୍ଯ୍ୟନ୍ତ ମା ଧାମରାଇଙ୍କ ପୂଜାର୍ଚନା ହୋଇ ଆସୁଛି। ମାତ୍ର ପ୍ରତିବର୍ଷ ବିଭିନ୍ନ ଦିଗରୁ ମା ଧାମରାଇଙ୍କ ଆର୍ଥିକ ଦାନ ଆସୁଥିବା ବେଳେ ମା ଧାମରାଇଙ୍କ ମକରମେଳା କମିଟିର କିଛି ନ୍ୟସ୍ଥସ୍ୱାର୍ଥ ଗୋଷ୍ଠୀର ଲୋକ ସମ୍ମିଳୀତ ଭାବେ ଦୈନଦିନ ଆୟ ଏବଂ ମକରମେଳା ସମୟରେ ହେଉଥିବା ଆୟ ବ୍ୟୟର ସମୀକ୍ଷା କରିବା ପରିବର୍ତେ ନିଜର ଆବଶ୍ୟକତା ପୂରଣ ଦିଗରେ ଏହି ଅର୍ଥ ଆତ୍ମସାତ କରୁଛନ୍ତି। ଧାମରାଇଙ୍କ ପରିଚାଳନା ପାଇଁ ମା ଙ୍କର ଆଦ୍ୟ ସେବକ ମାନଙ୍କୁ ନେଇ ଏକ ମୂଳ କମିଟି ଗଠନ ହେବା ସହ ମକର ମେଳା ପରିଚାଳନା ପାଇଁ ଏକ ସବ କମିଟି ଗଠନ କରାଯାଇଥିଲା। ମାତ୍ର ଏହି ୨ଟି କମିଟିର କିଛି ସଦସ୍ୟ ମୃତ୍ୟୁ ବରଣ କରିଥିଲେ ମଧ୍ୟ ଦୀର୍ଘବର୍ଷ ହେବ ଏହି କମିଟିର ପୁନଃ ଗଠନ କରାଯାଉ ନାହିଁ ଏବଂ ମୂଳ କମିଟିର ନିଷ୍ପତିରେ ସବ କମିଟି ପରିଚାଳିତ ହେବାକୁ ଯେଉଁ ଲିଖିତ ନିୟମ ପ୍ରଣୟନ ହୋଇଥିଲା ତାହାକୁ କାର୍ଯ୍ୟକାରୀ କରିବା ପରିବର୍ତେ ମୂଳ କମିଟି କୁ ନାଲି ଆଖି ଦେଖାଇ ବିଭିନ୍ନ ଆର୍ଥିକ ଅନିୟମିତତା କରୁଛନ୍ତି ଫଳରେ ମା ଧାମରାଇଙ୍କ ର ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଥିବା ବେଳେ ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯାଉ ନାହିଁ ଅଥବା କୌଣସି ହିସାବ ମଧ୍ୟ ଦିଆଯାଉ ନାହିଁ ବୋଲି ମୂଳ କମିଟି ଆଜି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଏହାର ସୁସମାଧାନ ନ ହେଲେ ଆଗାମୀ ଦିନରେ ମୂଳ କମିଟି (କୈବର୍ତ ସଂପ୍ରଦାୟ) ରାଜରାସ୍ତାକୁ ଓହ୍ଲାଇବ ବୋଲି ମତ ପ୍ରକାଶ ପାଇଛି। ଧାମରା କୈବର୍ତ ସମାଜର ବାପୁଜୀ ମାଝୀ, ଦିଲୀପ ମାଝୀ,ଯୁବରାଜ ସାମଲ, ମନୋ ମାଝୀ, ଜାଗୃତି ଦଳେଇ, ହରପତି ମାଝୀ, ସାବିତ୍ରି ମାଝୀ, ନିରୂପମା ମାଝୀଙ୍କ ସମେତ ଶତାଧିକ ଗ୍ରାମବାସୀ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବୀପତ୍ର ପ୍ରଦାନ କରିଥିବା ବେଳେ ଏହି ଅନିୟମିତତା କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଏବଂ ମୂଳ କମିଟି କୁ ପୂର୍ବ ନିୟମାନୁଯାଇ ସମସ୍ତ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ଦାବୀ ରଖିଛନ୍ତି ନଚେତ ଆଗାମୀ ଦିନରେ ଏହି କମିଟି ନିଜର ନ୍ୟାୟ ଏବଂ ଆର୍ଥିକ ଅନିୟମିତତାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.