Home ଜିଲ୍ଲା ପରିକ୍ରମା ଧାମନଗର- ୨୩ ଏକର ଜମି ଜବରଦଖଲ ଉଚ୍ଛେଦପାଇଁ ହାଇକୋର୍ଟର ନିର୍ଦ୍ଦେଶ ପରେ ପୁଣି ବନ୍ଦ କାହିଁକି!

ଧାମନଗର- ୨୩ ଏକର ଜମି ଜବରଦଖଲ ଉଚ୍ଛେଦପାଇଁ ହାଇକୋର୍ଟର ନିର୍ଦ୍ଦେଶ ପରେ ପୁଣି ବନ୍ଦ କାହିଁକି!

32

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ତହସିଲ ଅଂଚରେ ପ୍ରଶାସନ ଅଧିକାରୀଙ୍କ ଇିଂଗିତରେ ବର୍ଷ ବର୍ଷ ଧରି ସରକାରୀ ଜାଗାଗୁଡ଼ିକୁ ନିଜ ଅକ୍ତିଆରରେ ରଖି ଜମିମାଫିଆ ମାନେ ମାଲେମାଲ ହେଉଛନ୍ତି । ହେଲେ ଏ ଦୀଗରେ ପ୍ରଶାସନ ମୁଣ୍ଡ ପୁରାଉନାହାନ୍ତି? ଫଳରେ ଦିନକୁ ଦିନ ଧାମନଗର ଏବେ ଜବରଦଖଲକାରୀଙ୍କ କବଳରେ ରହିଛି । ଧାମନଗର ତହସିଲ ଅନ୍ତର୍ଗତ ଦୋବଲ ସନ୍ନିକଟ ମୁସ୍ତଫାପୁର ପଂଚାୟତର ସୋଧ ରାଜସ୍ୱ ମଣ୍ଡଳର ମୁସ୍ତଫାପୁର ମୌଜାର ୨୩ଏକର ସରକାରୀ ଜମିର ଜବରଦଖଲ ଉଚ୍ଛେଦ ପାଇଁ ଓଡ଼ିଶା ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ଏବଂ କୋର୍ଟ ରାୟର ଦୁଇମାସ ମଧ୍ୟରେ ଆଇନ୍‌ଗତ ପ୍ରକ୍ରିୟାରେ ଜବରଦଖଲକାରୀଙ୍କ ଗୁହାରି ଉପରେ ପଦକ୍ଷେପ ନିଆଯିବା ଉଚ୍ଚିତ୍ ଏବଂ ଏହି ଦୁଇମାସ ମଧ୍ୟରେ ଉଚ୍ଛେଦ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସୁଚନା ଥାଉକି ମୁସ୍ତଫାପୁର ଅଂଚଳର ଘୋଡ଼ାଗଣ୍ଡପାଖରୁ ଧାମନଗର କଲେଜ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଏହି ୨୩ଏକର ଜମିକୁ ପ୍ରାୟ ୪୦ରୁ ୫୦ଜଣ ବ୍ୟକ୍ତି ଜବରଦଖଲ କରି ରହିଛନ୍ତି । ତେବେ ଏହି ଜବରଦଖଲକୁ ରୋକିବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଉଚ୍ଚପଦାଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲା ।

ପରବର୍ତ୍ତି ସମୟରେ ମଧ୍ୟ ଏହି ଘଟଣାକୁ ନେଇ ଜନସ୍ୱାର୍ଥମାମଲା ମଧ୍ୟ ରୁଜୁ କରାଯାଇଥିଲା । ତେବେ ସର୍ବଶେଷରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଏହି ୨୩ଏକର ସରକାରୀ ଜାଗାକୁ ଉଚ୍ଛେଦ ପାଇଁ ଆଜି ଦୀନଧାର୍ଯ୍ୟ କରାଯାଇ ସମସ୍ତ ପ୍ରକାର ବ୍ୟବସ୍ଥା ସରିଥିଲା । ଏପରିକି ପୋଲିିସ ପ୍ରଶାସନ ମଧ୍ୟରୁ ସମସ୍ତ ବ୍ୟବସ୍ଥା ହୋଇଥିଲା । ତେବେ ଶେଷ ମୁହୁର୍ତ୍ତରେ କେଉଁ କାରଣରୁ ଏହି ଉଚ୍ଛେଦ ବନ୍ଦରହିଲା ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ତୁରନ୍ତ ଏହି ଜବରଦଖଲକୁ ଉଚ୍ଛେଦ କରି ସରକାର ଉକ୍ତ ଜାଗାକୁ ନିଜ ଅକ୍ତିଆରକୁ ନେବାପାଇଁ ସାଧାରଣରେ ଦାବି ହୋଇଛି । ଆଜିମଧ୍ୟ ଘଟଣା ସ୍ଥଳରେ ଉପଜିଲ୍ଳାପାଳ ମନୋଜ କୁମାର ପାତ୍ର, ଧାମନଗର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଅନୁପ କୁମାର ବେହେରା ଓ ପୋଲିସ ଏସ୍‌ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ର ପ୍ରମୁଖ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଜବରଦଖଲ କାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ତେବେ ଖୁବ୍ ଶୀଘ୍ର ଏହି ଉଚ୍ଛେଦକାର୍ଯ୍ୟ ଶେଷ ହେବବୋଲି ଉପଜିଲ୍ଳାପାଳ ଶ୍ରୀ ପାତ୍ର ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.