Home ଜିଲ୍ଲା ପରିକ୍ରମା ଧାମନଗର ହାଇସ୍କୁଲର ୧୯୯୭ ମସିହା ମେଟ୍ରିକ ବ୍ୟାଚ ଆସୋସିଏସନ ପକ୍ଷରୁ ବନ୍ଧୁମିଳନ

ଧାମନଗର ହାଇସ୍କୁଲର ୧୯୯୭ ମସିହା ମେଟ୍ରିକ ବ୍ୟାଚ ଆସୋସିଏସନ ପକ୍ଷରୁ ବନ୍ଧୁମିଳନ

14

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ହାଇସ୍କୁଲ ୧୯୯୭ ମସିହା ମେଟ୍ରିକ୍ ବ୍ୟାଚ ଆସୋସିଏସନ୍ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚ ଛାତ୍ରଙ୍କ ପକ୍ଷରୁ ଗୋଟାଏ ଦିନ ବୃଦ୍ଧାଶ୍ରମରେ ରହି ପାଖାପାଖି ଦୁଇଶହ ଅନ୍ତେବାସୀଙ୍କୁ ଖାଦ୍ୟ ପେୟ ପ୍ରଦାନ କରାଯାଇଛି। ପୁରାତନ ଛାତ୍ର ସତ୍ୟ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ସେକ ନୁରାନୀ ଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ ହୋଇଥିଲା। ଅତିଥି ଭାବେ ସାମ୍ବାଦିକ ବାସୁଦେବ ତ୍ରିପାଠୀ, ପ୍ରଦିପ ମହାପାତ୍ର, ସେକ ଜାଫର ଅଲ୍ଲୀ, ଶିକ୍ଷକ ହେମେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ସେଠୀ, ମନୋଜ ସିଂ, ଆଇନଯିବୀ ଅମରେନ୍ଦ୍ର ମହାନ୍ତି ଓ ଅନ୍ୟମାନେ ଯୋଗଦେଇ ପରିବାର ଓ ସମାଜର ମୂଖ୍ୟ ସୃତରୁ ଅଲୋଡା ହୋଈ ଜୀବନ ଜିୟୁଥିବା ଆସହାୟ ବୃଦ୍ଧ ବୃଦ୍ଧାଙ୍କ ସହ ମିଶି ସେମାନଙ୍କ ସୁଖ ଦୁଃଖ ବୁଝିଥିଲେ। ପରେ ୧୯୯୭ ମସିହା ମେଟ୍ରିକ୍ ବ୍ୟାଚ ଆସୋସିଏସନ୍ ପକ୍ଷରୁ ଗୋଟାଏ ଦିନ ବୃଦ୍ଧାଶ୍ରମ ପରିସରରେ ଥିବା ଅନ୍ଦ, ମୁକ, ବଧିର ଏବଂ ମାନସିକ ବିକାରଗ୍ରସ୍ଥ ଅନୁଷ୍ଠାନର ଅନ୍ତେବାସୀ ମାନଙ୍କ ସହ ବେଶ ଅନ୍ତରଙ୍ଗ ଭାବେ କିଛି ସମୟ କଟାଇଥିଲେ। ଅସହାୟ ବୃଦ୍ଧ, ବୃଦ୍ଧାଙ୍କ ମୁଁହରେ ହସ ଭରିଦେବାକୁ ଚେଷ୍ଟା କରିଥିଲେ। ପରେ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ପେୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂରାତନ ଛାତ୍ର ସପନ ମିଶ୍ର, ଏମଡି ମୁକିମ୍‌, ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ, ମନୋଜ୍ ସାମଲ, ପୁରୁଷୋତମ ମହାଳିକ, ସେକ ମୁସ୍ତାକ ଅଲ୍ଲୀ, ମୁରଲୀଧର ବେହେରା, ନାରାୟଣ ଚନ୍ଦ୍ର ଗୋଚ୍ଛାୟତ, ରତ୍ନାକର ସାହୁ, ବିଷ୍ଣୁ ସାହୁ, ଭରତ ମହାପାତ୍ର, ରଶ୍ମିରଞ୍ଜନ ମହାନ୍ତି, ଦେବେନ୍ଦ୍ର ମଲ୍ଲିକ, ପ୍ରଫୁଲ୍ଲ ସାହୁ, ଦୟାନିଧି ଯେନା, ଏମଡି ଅବୁ କଲାମ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପୁର୍ବରୁ ଏହି ଅନୁଷ୍ଠାନ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ଆଜି ପୁଣି ଏଭଳି ନିଆର କାର୍ଯ୍ୟକ୍ରମ କରି ପ୍ରଶଂସା ସାଉଁଟିଛି। ତେବେ ଅନୁଷ୍ଠାନ ପକ୍ଷରୁ ଆହୁରି ଅନେକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.