Home ଜିଲ୍ଲା ପରିକ୍ରମା ଧାମନଗର ସେଂଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ସମ୍ପନ୍ନ

ଧାମନଗର ସେଂଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ସମ୍ପନ୍ନ

9

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ସ୍ଥିତ ସେଂଟ ଜାଭିୟର୍ସ ହାଇସ୍କୁଲ ପରିସରରେ ଗତ ୬ ତାରିଖ ଦିନ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ମହୋତ୍ସବରେ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ନିଜର ଶାରୀରିକ ଦକ୍ଷତା ପ୍ରଦର୍ଶନ କରିଥିଲେ।ଏହି କ୍ରୀଡ଼ା ପ୍ରତିଯୋଗିତାକୁ ବିଦ୍ୟାଳୟର ପ୍ରତିଷ୍ଠାତା ଜନ୍ମେଜୟ ପଣ୍ଡା ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ପାଠପଢ଼ା ସହିତ ଖେଳକୁଦ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକାନ୍ତ ଆବଶ୍ୟକ। ବିଦ୍ୟାଳୟର ଅଧ୍ୟକ୍ଷା ଆଶାବାରି ମିଶ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଭାବେ ଖେଳ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ।ଏହି କ୍ରୀଡ଼ା ଉତ୍ସବକୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଜୟନ୍ତୀ ଖଣ୍ଡେଇ, ଗୋପାଳ ବେହେରା,ଧୀରେନ୍ଦ୍ର ତ୍ରୀପାଠୀ, ସେବତୀ ବାରିକ, ପରେସ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ସହଯୋଗ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରାଇଥିଲେ। ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ବିଜେତା ମାନଙ୍କ ନାମ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ଯେ, ଏହି ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଆଗାମୀ ବାର୍ଷିକ ଉତ୍ସବ ଅବସରରେ ମଂଚରେ ପୁରସ୍କୃତ କରାଯିବ। ଏହି କ୍ରୀଡ଼ା ଉତ୍ସବକୁ ନେଇ ଅଭିଭାବକ ଓ ଅଂଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.