Home ଜିଲ୍ଲା ପରିକ୍ରମା ଧାମନଗର- ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ମହିଳାଙ୍କ ଭିଡ଼

ଧାମନଗର- ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ମହିଳାଙ୍କ ଭିଡ଼

6
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ସୁଭଦ୍ରା ଯୋଜନା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ମହିଳାଙ୍କ ର ପଂଚାୟତ ଅଫିସ ଜନ ସେବାକେନ୍ଦ୍ର ଓ ଲିଙ୍କ ପାଇଁ ଭିଡ଼ କରୁଛନ୍ତି । ତେବେ ଗ୍ରାମାଂଚଳ ରେ ମହିଳା କିଛି ମାତ୍ରା ରେ ଶିକ୍ଷା ଦୀକ୍ଷା କମ ଥିବାରୁ ଏହି ଯୋଜନା ରେ ବିଭିନ୍ନ ପ୍ରମାଣ ପତ୍ର ତଥା ମୋବାଇଲ୍ ଲିଙ୍କ ଓ ଅନ୍ୟାନ୍ୟ କାଗଜ ପତ୍ର ଆବଶ୍ୟକ ଥିବାରୁ ସେମାନେ କିଛି ଜାଣି ନାହାନ୍ତି ଏ ନେଇ କିଛି ଦଲାଲ ମଧ୍ୟ ସକ୍ରୀୟ ହୋଇ ଉଠି ଛନ୍ତି । ଏପଟେ ଜନ ସେବାକେନ୍ଦ୍ର ଓ ଆଧାର କେନ୍ଦ୍ର ରେ ଲିଙ୍କ ରହୁ ନଥିବାରୁ ମହିଳା ମାନେ ଘଂଟା ଘଂଟା ଘରଦ୍ୱାର ଛାଡି ଜନସେବା କେନ୍ଦ୍ର ରେ ଲାଇଦେଇ ଛିଡା ହୋଇ ରହୁଛନ୍ତି ।ଏପଟେ ସରକାର ଘୋଷଣା କରିଛନ୍ତି ରେ ଜନସେବା କେନ୍ଦ୍ର ରେ ସୁଭଦ୍ରା ଯୋଜନା ରେ ଦାଖଲ କରିବାକୁ ଗଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।ମାତ୍ର ଜନସେବା କେନ୍ଦ୍ର ର ମାଲିକ ମାନେ କେମିତି ସେମାନଙ୍କ ପ୍ରାପ୍ୟ ପାଇବେ ସେ ନେଇ ସେମାନଙ୍କର ବି ଚିନ୍ତାର କାରଣ ହୋଇଛି । ତେବେ ଆଜି ଧାମନଗର ବ୍ଲକ ର ବିଭିନ୍ନ ଜନସେବା କେନ୍ଦ୍ର ର ମାଲିକ ମାନେ ଧାମନଗର ବିଡ଼ିଓ ଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି ସେ ସେମାନଙ୍କୁ କିପରି ପ୍ରାପ୍ୟ ମିଳିବ ।ତେବେ ଏ ନେଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରାଯିବ ବୋଲି ବିଡ଼ିଓ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.