Home ଜିଲ୍ଲା ପରିକ୍ରମା ଧାମନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୪ ତମ ବାର୍ଷିକ ଉତ୍ସବ

ଧାମନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୪ ତମ ବାର୍ଷିକ ଉତ୍ସବ

19

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୪ ତମ ବାର୍ଷିକ ଉତ୍ସବ ଆଜି ସନ୍ଧ୍ୟା ରେ ଶିଶୁ ମନ୍ଦିର ପରିସର ରେ ପାଳିତ ହୋଇଯାଇଛି। ଶିଶୁ ମନ୍ଦିରର ପ୍ରତିଷ୍ଠାତା ଶରତ ଚନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା , କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ କୁନିକୁନି ଛାତ୍ର ଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଆଜିର ଛାତ୍ର ଆଗାମୀ ଦିନର ଦେଶର ଭବିଶ୍ୱତ ତେଣୁ ଛାତ୍ର ଛାତ୍ରୀ ଙ୍କୁ ଉତମ ଶିକ୍ଷା ପ୍ରଦାନ କରିବାରେ ଯେତିକି ଗୁରୁଜୀ ଗୁରୁ ମା ଙ୍କ ଭୂମିକା ରହିଛି ସେତିକି ମଧ୍ୟ ବାପା ମାଙ୍କ ଭୂମିକା ରହିଛି ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟ ରେ କହିଥିଲେ । ଅନ୍ୟତମ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଡ଼ାକ୍ତର ଅଜିତ ପ୍ରସାଦ ଜେନା,ଧାମନଗର ହାଇସ୍କୁଲ ର ଶିକ୍ଷକ ସମୀର ଗୋସ୍ୱାମୀ ପ୍ରମୁଖ ଯୋଗଦେଇ ଶିଶୁ ମନ୍ଦିର ରେ ସଂସ୍କାର ରହିଛି , ଶିଶୁ ମନ୍ଦିର ରେ ଉତମ ଶିକ୍ଷାଦାନ ଦିଆଯାଏ ବୋଲି କହିଥିଲେ। ପ୍ରାରମ୍ଭ ରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରା ଯାଇଥିଲା । ପ୍ରଧାନଆଚାର୍ଯ୍ୟ ସନ୍ଧ୍ୟାରାଣି ମହାପାତ୍ର ବାର୍ଷିକ ବିବରଣୀପାଠ ଓ ଶିଶୁ ମନ୍ଦିର ସମସ୍ୟା ଉପସ୍ଥାପନ କରିଥିଲେ । ପରେ ଶିଶୁ ମନ୍ଦିରର କୃତି ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।କାର୍ଯ୍ୟକ୍ରମ କୁ ଶିଶୁ ମନ୍ଦିର ର ଗୁରୁଜୀ ଗୁରୁ ମା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.