Home ଜିଲ୍ଲା ପରିକ୍ରମା ଧାମନଗର ସରକାରି ସିକୃତିପ୍ରାପ୍ତ ମଦ ଦୋକାନକୁ ଘେରିଲେ ମହିଳା

ଧାମନଗର ସରକାରି ସିକୃତିପ୍ରାପ୍ତ ମଦ ଦୋକାନକୁ ଘେରିଲେ ମହିଳା

31
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବଜାର ରେ ଥିବା ସରକାରୀ ସିକୃତି ପ୍ରାପ୍ତ ମଦ ଦୋକାନ ରେ କେତେକ ମହିଳା ମାନେ ମଦ ଦୋକାନ ଚାବି ପକାଇ ହୋହାଲା କରୁଥିବା ଦେଖିବାକୁ ମିଳିଥିଲା। ଖବର ରୁ ପ୍ରକାଶ ଯେ ବୁଧବାର ଦିନ ଜୟନଗର ଗ୍ରାମର ଜୈନିକ ଯୁବକ ଉକ୍ତ ମଦ ଦୋକାନ କୁ ମଦ ନେବାକୁ ଆସିଥିବା ବେଳେ କିଣାଦରଠାରୁ ଅଧିକ ୧୦ ଟଙ୍କା ନେଉଥିବା ଅଭିଯୋଗ କରି ମଦ ଦୋକାନୀ କର୍ମଚାରି ଙ୍କୁ ଗାଳି ଗୁଲଜ କରି ଫେରି ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ପୁର୍ବ ରାଗରଖି ଉକ୍ତ ଗ୍ରାମର ମହିଳା ମାନେ ଦିନ ୧୧ ଟା ଠାରୁ ୨ ଟା ପର୍ଯ୍ୟନ୍ତ ମଦ ଦୋକାନ ରେ ତାଲା ପକାଇ ହୋହାଲା କରିଥିଲେ। ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଂଚି ମହିଳା ମାନକୁ ବୁଝାସୁଝା କରି ଥାନା କୁ ନେଇଥିଲେ ଓ ପରେ ବୁଝା ଯିବ ବୋଲି କହିଥିଲେ । ଅପର ପକ୍ଷେ ମଦ ଦୋକାନୀ କର୍ମଚାରି ଙ୍କୁ ମହିଳା ମାନେ ଟଣାଓଟରା କରିଥିଲେ ।ତେବେ କିଣା ଦର ଠାରୁ ଅଧିକ ୧୦ ଟଙ୍କା ନେବାକୁ ଅସ୍ୱୀକାର କରିଥିଲେ । ତେବେ ଘଟଣା ଘଟିଥିଲେ ମଧ୍ୟ ଥାନାରେ କୌଣସି ମାମଲା ରୁଜୁ ହୋଇନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.