ଭଦ୍ରକ, ୧୬ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଶୀତ ମହୋତ୍ସବରେ ଶିବ ଙ୍କୁ ଅସମ୍ମାନ। ଜିଲ୍ଲା ସଂସ୍କ୍ରୁତି ବିଭାଗ, ପଂଚାୟତିରାଜ ଓ ଓରମାସ ପକ୍ଷରୁ ଆୟୋଜିତ ୪ ଦିନିଆ ମହୋତ୍ସବ ପରେ ଶିବଙ୍କ ପ୍ରତିମୂତି କୁ ପଡ଼ିଆରେ ଥୋଇ ଦେଇ ଚାଲିଗଲା ଇଭେଂଟ ମ୍୍ୟାନେଜମେଂଟ ସଂସ୍ଥା। ଏହାକୁ ନେଇ ଧାମନଗର ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଓ ଇଭେଂଟ ମ୍୍ୟାନେଜମେଂଟ ସଂସ୍ଥାର ଏଭଳି ଅବହେଳାକୁ ଲୋକେ କଡ଼ା ନିନ୍ଦା କରିଛନ୍ତି। ପ୍ରକାଶ ଥାଉ କି ଫେବ୍ରୁଆରି ୧୦ ରୁ ୧୪ ତାରିଖ ଯାଏ ପାଂଚ ଦିନ ଧରି ଜୟନଗର ପଡ଼ିଆରେ ଶୀତ ମହୋତ୍ସବ-୨୦୨୫ ଓ ପଲ୍ଲିଶ୍ରୀ ମେଳା ଆୟୋଜନ ହୋଇଥିଲା। ମହୋତ୍ସବ ସ୍ଥଳରେ ୧୨ ଫୁଟ ଉଚ୍ଚର ଶିବଙ୍କ ଧ୍୍ୟାନ ମୁଦ୍ରାର ଏକ ପ୍ରତିମୂର୍ତି ସ୍ଥାପନ କରାଯାଇଥିଲା। ପ୍ରତିଦିନ ସଂଧ୍ୟାରେ ଆୟୋଜକ ଙ୍କ ପକ୍ଷରୁ ଏଥିରେ ଫୁଲମାଳ ଦିଆଯାଇ ଆରାଧନା କରାଯାଉଥିଲା। ଏହାପରେ ସାଂଧ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେଉଥିଲା। ଶୁକ୍ରବାର ରାତିରେ ମହୋତ୍ସବ ସରିଥିଲା। ଶନିବାର ଦିନ ଇଭେଂଟ ମ୍୍ୟାନେଜମେଂଟ ସଂସ୍ଥା ପକ୍ଷରୁ ଟେଂଟ ଖୋଲା ଯାଇଥିଲା। ଖୋଲିବା ବେଳେ ଶିବଙ୍କ ପ୍ରତିମୂର୍ତି କୁ ମଂଚରୁ କଢ଼ାଯାଇ ତଳେ ରଖାଯାଇଥିଲା। ଏହାପରେ ଟେଂଟ ଗାଡ଼ି ପଳାଇଥିଲା ଓ ପ୍ରତିମୂର୍ତି ସେମିତି ରହିଥିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ। ସେପଟେ ଇଭେଂଟ ମ୍୍ୟାନେଜମେଂଟ ସଂସ୍ଥାର ମାଲିକ ରବିସୁନ୍ଦର ରାୟ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଟେଂଟ ସଂପୂର୍ଣ୍ଣ ଖୋଲିବାକୁ ୩ ଦିନ ଲାଗିବ। ପ୍ରାଥମିକ ପର୍ଯ୍୍ୟାୟ ରେ ମହୋତ୍ସବ ସ୍ଥଳର ସମ୍ମୁଖ ଭାଗରୁ ଟେଂଟ ଖୋଲା ଯାଉଥିଲା। ପ୍ରଭୁ ଶିବଙ୍କ ପ୍ରତିମୂର୍ତି ଖୋଲି ତଳେ ରଖାଯାଇଥିଲା। କିଛି ସ୍ଥାନୀୟ ଯୁବକ ଏହି ମୂର୍ତିକୁ ଯୁକ୍ତିତର୍କ କରି ନେଇ ପଳାଉଥିଲେ। ଆମେ ପ୍ରଶାସନର ସାହାଯ୍ୟ ନେଇ ମୂର୍ତିଟିକୁ ଉଦ୍ଧାର କରିଥିଲୁ। ସେହି ସମୟରେ ଗାଡ଼ି ଡାକିଥିଲୁ। ଗାଡ଼ି ଆସିବା ବିଳମ୍ବ ହେବା ସମୟରେ କେହି ଜଣେ ଭିଡିଓ ସୁଟିଂ କରି ମିଡିଆ କୁ ଦେଇ ଭୁଲ୍ ଖବର ପ୍ରସାରଣ କରିଛନ୍ତି। ଆମେ ଏଭଳି ଘଟଣାକୁ ନେଇ ଖୁବ୍ ସଚେତନ ବୋଲି ସେ କହିଛନ୍ତି। ତେବେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଅଭିଯୋଗ ଯେ, ଗତବର୍ଷ ଫେବ୍ରୁଆରି ପହିଲାରେ ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ସରିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତି ପଡ଼ିଆରେ ଛାଡ଼ି ଇଭେଂଟ ମ୍୍ୟାନେଜମେଂଟ ସଂସ୍ଥା ପଳାଇଥିଲା। ସେତେବେଳେ ଏହାକୁ ନେଇ ତମ୍ବିତୋଫାନ ହୋଇଥିଲା। ତତ୍କାଳୀନ ଧାମନଗର ବିଧାୟକ ତଥା ବର୍ତମାନର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତୀବ୍ର ପ୍ରତିକ୍ରିୟା ରଖିବା ସହ ସରକାରଙ୍କୁ ସମାଲୋଚନା କରିଥିଲେ। ଏବେ ତାଙ୍କ ମନ୍ତ୍ରାଳୟ ଅଧିନରେ ହେଉଥିବା ଏ କାର୍ଯ୍ୟକ୍ରମରେ ଏଭଳି ବ୍ୟତିକ୍ରମରେ ବର୍ତମାନ ର ଧାମନଗର ବିଧାୟକ ତଥା ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।