Home ଜିଲ୍ଲା ପରିକ୍ରମା ଧାମନଗର ଶୀତ ମହୋତ୍ସବରେ କଳାକାର କାଳନ୍ଦୀ ମଲ୍ଲିକ ସମ୍ବର୍ଦ୍ଧିତ

ଧାମନଗର ଶୀତ ମହୋତ୍ସବରେ କଳାକାର କାଳନ୍ଦୀ ମଲ୍ଲିକ ସମ୍ବର୍ଦ୍ଧିତ

9

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଶୀତ ମହୋତ୍ସବ ଅସୁରାଳିସ୍ଥିତ ଶହୀଦ ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେଉଅଛି । ଏହି ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ ଓଡ଼ିଶାର ବରିଷ୍ଠ ସାହିତ୍ୟିକ ରାଜନେତା ତଥା ଧାମନଗରର ପୂର୍ବତନ ବିଧାୟକ ସ୍ୱର୍ଗତ ହୃଦାନନ୍ଦ ମଲ୍ଲିକ ସ୍ମୃତିରେ ଉତ୍ସର୍ଗ କରାଯାଇ ତାଙ୍କରି ନାମରେ ମଂଚକୁ ନାମିତ କରାଯାଇଥିଲା । ଉଦ୍‌ଘାଟକ ଭାବେ ଜିଲ୍ଲାପାଳ ଦିଲୀପ ରାଉତରାଏ, ମୁଖ୍ୟ ଅତିଥି ରୂପେ ସିନେ ତାରିକା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବରେଣ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ, ସମ୍ମାନୀତ ଅତିଥିଭାବେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତି, ଧାମନଗର ବି.ଡ଼ି.ଓ. ବନବିହାରୀ ବିନ୍ଦା ଯୋଗ ଦେଇ ଧାମନଗର ବ୍ଲକର ଅସୁରାଳି ମାଟି କଳା ସାହିତ୍ୟ ଓ ସଂଗ୍ରାମର ମାଟି ବୋଲି ବହୁବିଦ୍ଧ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଜୀବନବ୍ୟାପୀ ସାଧନା ମଗ୍ନ ରହି ଓଡ଼ିଆ ନାଟ୍ୟକଳାକୁ ସୁଦୃଢ଼ କରିବା ତଥା ଲେଖନୀ ଚାଳନା କରି ନାଟ୍ୟ ସାହିତ୍ୟର ପ୍ରସାର ପ୍ରଚାର କରିଥିବା ବରିଷ୍ଠ ମଂଚ କଳାକାର କାଳନ୍ଦୀ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ, ନାମ ଫଳକ ଏବଂ ମାନପତ୍ର ପ୍ରଦାନ କରି ଅତିଥିମାନେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଚତୁର୍ଥ ସନ୍ଧ୍ୟାରେ ସମ୍ବଲପୁର ଢୋଲ ମହୁରୀ ବାଦ୍ୟ, ଢେମସା ନୃତ୍ୟ, ପୁରୀର ରଣପା ନୃତ୍ୟ ସହିତ ଅନ୍ତରା ଚକ୍ରବର୍ତି ତାରିକ ଅଜିଜ, ଲୋପମୁଦ୍ରା ଅବିନାଶଙ୍କ ମେଲୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସଂସ୍କୃତି ମନ୍ତ୍ରୀଙ୍କ ଧାମନଗର ପ୍ରତିନିଧି ଅଶୋକ ପୁହାଣ, ସାଂସଦ ପ୍ରତିନିଧି ମନୋଜ ମଲ୍ଳିକ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ବୁଦ୍ଧଦେବ ଜେନା, ଅଧିବକ୍ତା ଦୀପ୍ତି ରଂଜନ ଜେନା, ଗଣେଷ ପ୍ରସାଦ ଦାସ, ମଣ୍ଡଳ ସଭାପତି, ରାଜେନ୍ଦ୍ର ସାହୁ, ଶ୍ରୀକାନ୍ତ ନାୟକ, ସାମ୍ବାଦିକ ବୈକୁଣ୍ଠନାଥ ସାହୁ, ଅସୁରାଳି ସରପଂଚ ପ୍ରତିନିଧି ସୁରଜ ସାହୁ, ଯୁବନେତା ପ୍ରଶାନ୍ତ ନାୟକ, ଅଜୟ ବଳ, ହିମାଦ୍ରୀ ଦାସ, ଅନନ୍ତ ବେହେରା ଆଦି କାର୍ଯ୍ୟକର୍ତାମାନେ ସୂଚାରୁ ରୂପେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.