
ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ପକ୍ଷରୁ ଏକ ଦିବସୀୟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛିି। ଏଥିରେ ମୁଖ୍ୟତ ବେଟି ବଂଚାଅ ବେଟି ବଡାଅ କାର୍ଯ୍ୟକ୍ରମରେ ରେ ଛାତ୍ରୀ ମାନେ କେମିତି ସୁରକ୍ଷିତ ରହିବେ, ସାଇବର ଠକ୍ ଙ୍କ ଦ୍ୱାରା ବିଭିନ୍ନ ସମୟର ଶିକାର ହେଉଥିବାରୁ ସେ ଦିଗରେ କିପରି ଭାବେ ଛାତ୍ରୀ ମାନେ ଶିକାର ନ ହେବେ ସେ ଦିଗରେ ଉପସ୍ଥିତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟ କ୍ରମରେ ସୁପରଭାଇଜର ସ୍ରୋତ ସିନା ସାବତ ଙ୍କ ସଂଚାଳନା ରେ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା , ତହସିଲଦାର ସାଇଶ୍ରୀ ଲୋକ ନାଥ ସେଠୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ , ସି ଡି ପି ଓ ଦମୟନ୍ତୀ ଦେଇ, ଏ ବି ଡି ଓ ଶର୍ମିଷ୍ଠା ମଲିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନି ବାଳା ବିଶ୍ୱାଳ, ଡ଼ାକ୍ତର ମନ୍ମୟ ନାଥ ସାମନ୍ତ ସିଂହାର ,ଥାନାର ଏ ଏସ ଆ ଇ କଳ୍ପନା ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।ପରେ ଆଇନିଯିବି ରଞ୍ଜିତ ମହାନ୍ତି, ସୌଭାଗ୍ୟ ସାହୁ ଉପସ୍ଥିତ ଛାତ୍ରୀ ଙ୍କୁ ସାଇବର ଉପରେ ସଚେତନ କରାଇ ଥିଲେ। ସୁପରଭାଇଜର ମମତା ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ।






