Home ଜିଲ୍ଲା ପରିକ୍ରମା ଧାମନଗର ଶିକ୍ଷକ ସଂଘର ନୂତନ ସଭାପତି ମନୋନୟନ

ଧାମନଗର ଶିକ୍ଷକ ସଂଘର ନୂତନ ସଭାପତି ମନୋନୟନ

44

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଧାମନଗର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଧାମନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ପ୍ରଧାନଶିକ୍ଷକ ନାରାୟଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମ୍ପାଦକ ହେମେନ୍ଦ୍ରନାଥ ମହାନ୍ତି ପୂର୍ବ ବୈଠକର ବିବରଣୀ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଶିକ୍ଷକ ଶିବଚରଣ ମଲ୍ଳିକ, ମନୋଜ କୁମାର ଜେନା, ମନୋଜ କୁମାର ସିଂହ, ନିରଂଜନ ପ୍ରଧାନ, ନିରାକାର ରାଉତ, ଭାବଗ୍ରାହୀ ଖୁଣ୍ଟିଆ, ଶରତ କୁମାର ସାହୁ, କୃଷ୍ଣଚନ୍ଦ୍ର ମିଶ୍ର, ଗଙ୍ଗାଧର ରାଉତ, ଚୈତନ୍ୟ ବିଶ୍ୱାଳ, କେଶବଚନ୍ଦ୍ର ସାହୁ, ସଲାଉଦ୍ଦିନ୍ ଖାଁ, ମୋଜାଫର ହୋସେନ୍‌, ସନାତନ ଦାସ, ଅଜୟ ମଲ୍ଲିକ, ବ୍ରହ୍ମାନନ୍ଦ ଜେନା, ଗୁରୁଗୋବିନ୍ଦ ପୃଷ୍ଟି, ଶରତ ବେହେରା, ସନ୍ତୋଷ ସାହୁ, ଅପର୍ଣ୍ଣା ନାୟକ, ମାଳତି ସାହୁ ପ୍ରମୁଖ ଯୋଗଦେଇ ଶିକ୍ଷକ ସଂଗଠନ ସୁଦୃଢ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପରେ ସର୍ବସମ୍ମତିକ୍ରମେ ତପନକୁମାର ଦ୍ୱିବେଦୀଙ୍କୁ ସଭାପତିରୁପେ ମନୋନୟନ କରାଯାଇଥିଲା । ତାଙ୍କୁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.