Home ଜିଲ୍ଲା ପରିକ୍ରମା ଧାମନଗର ର ଗର୍ବ ନିଉଟନ

ଧାମନଗର ର ଗର୍ବ ନିଉଟନ

15

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାପା ପାନ ଦୋକାନୀ। ଆଉ ପୁଅ ଏବେ ମାଜିଷ୍ଟ୍ରେଟ ହେବ। ଏ ସବୁ କଥା ଜାଣିନଥିବା ଲୋକଟା ଆଜି ଏମିତି ଏକ ପୁଅର ବାପ ବୋଲି ନିଜକୁ ଗର୍ବ କରୁଛି। ଏହି ଜିଲାର ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତ ବନ୍ଧଟିଆ ଗାଁର ରବୀନ୍ଦ୍ର ଦାସ। ସାନପୁଅ ନିଉଟନ ଦାସ ଏଥର ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷାରେ ୪୧୫ ନମ୍ବର ରାଙ୍କ ପାଇଛନ୍ତି। ୨୦୨୨ରେ ଦେଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇଛି। ନିଉଟନ ଙ୍କ ସଫଳତାକୁ ନେଇ ବାପା ରବୀନ୍ଦ୍ର ଖୁବ୍ ଖୁସି ଅଛନ୍ତି। ନିଉଟନ ବନ୍ଧଟିଆର ଉତ୍କଳମଣି ବିଦ୍ୟାପୀଠରୁ ୨୦୧୦ ମସିହାରେ ଦଶମ ପାସ୍ କରିଥିଲେ। ଏହାପରେ ଯାଜପୁର ଟାଉନର ଗୁରୁକୁଳ କଳିଙ୍ଗରେ ଯୁକ୍ତ ୨ ଶିକ୍ଷା ସମାପ୍ତ କରିଥିଲେ। ତା ପରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରୁ କଂପ୍ୟୁଟର ସାଇନସରେ ସ୍ନାତକ କରିଥିଲେ। ଏହାପରେ ଭୁବନେଶ୍ୱରରେ ରହି ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ। ତିନି ଚାରିଥର ଆଇଏଏସ୍ ପାଇଁ ପ୍ରୟାସ କରିଥିଲେ ବି ସଫଳ ହୋଇନଥିଲେ। ଶେଷରେ ଓଡ଼ିଶା ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ବାପା ରବୀନ୍ଦ୍ର ଗାଁରେ ପାନ ଦୋକାନ ଖଣ୍ଡିଏ କରିଛନ୍ତି। ସେଇ ଦୋକାନରୁ ଯାହା ରୋଜଗାର କରନ୍ତି ସେଥିରେ ଘର ଚଳେ। ଆଉ ନିଉଟନ ଙ୍କ ପାଠପଢ଼ା ଲାଗି ଖର୍ଚ୍ଚ ହୁଏ। ବନ୍ଧଟିଆ ଭଳି ଛୋଟିଆ ଗାଁରେ ଛୋଟ ଦୋକାନରୁ ଯେତିକି ରୋଜଗାର ହୁଏ, ସେଥିରେ ଭଲରେ ଚଳିବା ମୁସ୍କିଲ। ଏ କଥା ଭଲ କି ବୁଝିଥିବା ନିଉଟନ ଭୁବନେଶ୍ୱରରେ ରହି କୋଚିଂ ସେଂଟର ରେ ପିଲାଙ୍କୁ ପାଠ ପଢ଼ାନ୍ତି। ଘର ଘର ବୁଲି ପିଲାଙ୍କୁ ଟିଉସନ କରାନ୍ତି। ତାରି ଭିତରେ ନିଜର ସିଭିଲ ସର୍ଭିସ ପ୍ରସ୍ତୁତି ହୋଇଥାଏ। ତିନିଥର ର ପ୍ରୟାସ ପରେ ଏଥର ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୪୧୫ ରାଙ୍କ ଆସିଥିବାରୁ ଟିକେ ମନ ଉଣା କରିଛନ୍ତି। ହେଲେ ସେ ଆଗକୁ ଆହୁରି ପ୍ରୟାସ ଜାରି ରଖିବେ ଓଏଏସ୍ ହେବା ଲାଗି। ହେଲେ ଏବେ ତାଙ୍କ ରାଙ୍କ ଅନୁସାରେ ଓଡ଼ିଶା ରାଜସ୍ୱ ସେବା ମିଳିପାରେ। ନିଉଟନ ତାଙ୍କର ସାର୍ଥକତା କରିଛନ୍ତି। ପିଲାବେଳେ ପାଠ ପଢୁଆ ମାମୁ ତାଙ୍କ ନାଁ ନିଉଟନ ଦେଇଥିଲେ। ସେହିଭଳି ପରିଶ୍ରମ ମଧ୍ୟ କରୁଥିଲେ ନିଉଟନ। ବୈଜ୍ଞାନିକଟିଏ ହେବା ପାଇଁ ସାଇନସ ନେଇ ପଢୁଥିଲେ। ହେଲେ ସେ ସିଭିଲ୍ ସର୍ଭାଂଟ ହୋଇଗଲେ। ଏ ସଫଳତା ମୋ ବାପା ବଉ ଙ୍କ ପାଇଁ ବୋଲି ନିଉଟନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.