Home ଜିଲ୍ଲା ପରିକ୍ରମା ଧାମନଗର ରେ ଜଳସେଚନ ଡିଭିଜନ କାର୍ଯ୍ୟାଳୟ ଆଜି ଠାରୁ ଆରମ୍ଭ ହେଲା

ଧାମନଗର ରେ ଜଳସେଚନ ଡିଭିଜନ କାର୍ଯ୍ୟାଳୟ ଆଜି ଠାରୁ ଆରମ୍ଭ ହେଲା

9

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର ଜଳସମ୍ପଦ ଅଧୀନରେ ଆଖୁଆପଦା ଓ ଧାମନଗର ଜଳସମ୍ପଦ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ପରିଚାଳିତ ଜଳସମ୍ପଦ ବିଭାଗର ଆଖୁଆପଦା ନାମରେ ଡିଭିଜନ ସ୍ୱୀକୃତି ପାଇଥିବା ବେଳେ ଉକ୍ତ କାର୍ଯ୍ୟାଳୟ ଆଜିଠାରୁ ଧାମନଗର ଜଳସେଚନ କାର୍ଯ୍ୟାଳୟ ରେ କାର୍ଯ୍ୟକ୍ଷମ ହୋଇଛି । ଉକ୍ତ କାର୍ଯ୍ୟାଳୟ ରେ ପୂଜାପାଠ କରାଯାଇ ଥିଲା। ଏବଂ ଠାରେ ଅଧିକ୍ଷଣ ଯନ୍ତ୍ରୀ ଭାବେ ଶରତ ଚନ୍ଦ୍ର ଘଡାଇ କାର୍ଯ୍ୟ ରେ ଯୋଗ ଦେଇଛନ୍ତି ଏବଂ ୩ ତାରିଖ ଠାରୁ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ। ଆଜି ଧାମନଗର କର୍ଯ୍ୟଳୟ କୁ ନୂଆ ରୂପରେ ଫୁଲ ସଜାଇ ଦିଆଯାଇଥିଲା। ସୁଚନା ଥାଉକି ପୁର୍ବ ସରକାର ସମୟରେ ତତ୍କାଳିନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଧାମନଗର ଠାରେ ଡିଭିଜନ କାର୍ଯ୍ୟାଳୟ ପାଇଁ ବିଧାନସଭାରେ ପ୍ରସ୍ତାବ କରି ମଞ୍ଜୁର କରିଥିଲେ ।ମାତ୍ର ଭଣ୍ଡାରିପୋଖରୀ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉକ୍ତ କର୍ଯ୍ୟାଳୟ କୁ ଆଖୁଆପଦା ନେଇ ଯାଇଥିଲେ ।ମନ୍ତ୍ରୀ ଙ୍କ ଚାପ ରେ ମୁକ୍ତି ଚୁପ ରହିଥିଲେ।ପରବର୍ତୀ ସମୟରେ ଧାମନଗର ରେ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନୂତନ ଭାବେ ମନ୍ତ୍ରୀ ଭାବେ ଦାଇତ୍ୱ ଗ୍ରହଣ କରିବା ପରେ ଧାମନଗର ରେ ଉକ୍ତ କାର୍ଯ୍ୟାଳୟ ର ଆବଶ୍ୟକତା କୁ ଗୁରୁତ୍ୱ ଦେଇଥିଲେ ଶେଷରେ ତାହା ସଫଳ ମଧ୍ୟ ହୋଇଛି। ତେବେ ଧାମନଗର ଉପଖଣ୍ଡ କାର୍ଯ୍ୟାଳୟରେ ଡିଭିଜନ କାର୍ଯ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟକୁ ସ୍ୱାଗତ କରା ଯାଇଥିଲା। ଖୁବ ଶୀଘ୍ର ଧାମନଗର ଠାରେ ୮ କୋଟି ଟଙ୍କା ବେୟ କରାଯାଇ ନୂତନ ସ୍ଥାୟୀ କାର୍ଯ୍ୟାଳୟ କରାଯିବ। ତେବେ ଧାମନଗର ଠାରେ ଏହି କାର୍ଯ୍ୟାଳୟ ଖୋଲିବା ପରେ ଭଣ୍ଡାରିପୋଖରୀ ବିଧାୟକ ସଂଜିବ ମଲିକ ବିଧାନସଭା ରେ ବିରୋଧ କରିଥିବା ଜଣା ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.