Home ଜିଲ୍ଲା ପରିକ୍ରମା ଧାମନଗର ରେ ଅପରେସନ ‘ ସିନ୍ଦୂର ‘ ପରାକ୍ରମ ର ତ୍ରିରଙ୍ଗା ଶୋଭାଯାତ୍ରା

ଧାମନଗର ରେ ଅପରେସନ ‘ ସିନ୍ଦୂର ‘ ପରାକ୍ରମ ର ତ୍ରିରଙ୍ଗା ଶୋଭାଯାତ୍ରା

6

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପହଲଗାଓଁ ଠାରେ ନିରୀହ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ଙ୍କ ହତ୍ୟା ଘଟଣା ପରେ ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୂରର ସଫଳତା ନେଇ ଧାମନଗର ଠାରେ ରବିବାର ଅପରାହ୍ନ ୫ ଟା ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଧାମନଗର ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ଧାମନଗର ବଜାର, ଦୋ୍ୱଲ ବଜାର,ଖଡ଼ିପଦା ଛକ, ପରିକ୍ରମା କରି ସନ୍ଧ୍ୟା ରେ ଷେଣ୍ଢପୂର୍ ସ୍ଥିତ ବୈତରଣୀ ନଦୀ ସେତୁ ଠାରେ ଉଦ୍‌ଯାପିତ ହୋଇଥିଲା। ତିନ ସେନାର ପରାକ୍ରମ କୁ ପ୍ରଶଂସା କରିବା ସହ ସେନାବାହିନୀ ଓ ଭାରତ ମାତାର ଜୟ ଧ୍ୱନିରେ ଧାମନଗର ଓ ଦୋବଲ ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.