Home ଜିଲ୍ଲା ପରିକ୍ରମା ଧାମନଗର ରାସ୍ତାରେ ଟ୍ରାକ୍ଟର ବାଇକ୍ ଧକ୍କା, ଦୁଇ ମୃତ ଜଣେ ଗୁରୁତର

ଧାମନଗର ରାସ୍ତାରେ ଟ୍ରାକ୍ଟର ବାଇକ୍ ଧକ୍କା, ଦୁଇ ମୃତ ଜଣେ ଗୁରୁତର

2

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅଧୀନ ଭଣ୍ଡାରିପଦୀ ନିକଟରେ ଟ୍ରାକ୍ଟର ଧକ୍କାରେ ଦୁର୍ଘଟଣା ଘଟିଛି । ଗାଁ ଭିତରୁ ବାଲି ନେଇ ଯାଉଥିବା ଟ୍ରାକ୍ଟର କୁ ଏକ ବାଇକ୍ ଧକ୍କା ଦେଇଥିଲା । ପରେ ବାଇକ୍ ରେ ଥିବା ୩ ଗୁରୁତର ଙ୍କୁ ଧାମନଗର ପରେ ଭଦ୍ରକ ଜିଲ୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେକ ଆର୍ମାନ ଓ ସେକ ଆଜମେର ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏମାନଙ୍କ ଘର ଧାମନଗର ହବିବିନଗର ବୋଲି ଜଣା ପଡିଛି। ଅନ୍ୟ ଗୁରୁତର ସେକ ସାବିରଙ୍କୁ ସଙ୍କଟାପନ୍ନ ଅବସ୍ଥା ରେ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ପ୍ରକାଶ ଥାଉ କି ପ୍ରାୟ ୧ ବର୍ଷ ହେବ ଧାମନଗର ଛକ ରୁ ଧାମନଗର ରାସ୍ତା ନିର୍ମାଣ ବହୁ ବିଳମ୍ୱ ହେଉଛି । ଅନେକ ସ୍ଥାନ ରେ ଅଧା କାମ ହୋଇଛି। କାମ ହେଉଥିବା ସ୍ଥାନରେ କୌଣସି ସୂଚନା ଦିଆ ଯାଉ ନାହିଁ ଫଳରେ ବାଇକ ଚାଳକ ମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ଦୁର୍ଘଟଣା ସ୍ଥାନିୟ ଲୋକ ମାନେ ଠିକାଦାରକୁ ଦାୟୀ କରୁଛନ୍ତି। ଅପରପକ୍ଷେ ଚାଳକ ଲାଇସେନ୍ସ ନଥିବା ଡ୍ରାଇଭର ମାନେ ବେଆଇନି ଭାବରେ ଟ୍ରାକ୍ଟର ଚଳାଉ ଥିବାରୁ ଏପରି ଘଟଣା ଘଟୁଛି। ଏ ଦିଗରେ ପ୍ରସାଶନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.