ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ମହାବିଦ୍ୟାଳୟ ପରିସରରେ ମୋ କଲେଜ ଅଭିଯାନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପବିତ୍ର କୁମାର ପାଣିଗ୍ରାହୀ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପକ ତଥା ମୋ କଲେଜ ଅଭିଯାନର ସଂଯୋଜକ ଏମ୍ଡ଼ି ଇସ୍ରାଇଲ ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପୁରାତନ ଛାତ୍ରମାନଙ୍କୁ ଗୁରୁତ୍ୱ ଦେବା ସହିତ ସେମାନଙ୍କ ସହ ଆଳୋଚନା କରି ମହାବିଦ୍ୟାଳୟରେ କିପରି ଉନ୍ନତି ଘଟିବ ସେନେଇ ମୋ କଲେଜ ଅଭିଯାନ ମାଧ୍ୟମରେ ସେମାନଙ୍କୁ ସାମିଲ କରାଇବା ପାଇଁ ନିର୍ଦ୍ଦେଶ ଥିବାବେଳେ ଧାମନଗର ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ସରକାରଙ୍କ ଆଭିମୁଖ୍ୟକୁ ପ୍ରକାଶ କରିଥିଲେ । ଧାମନଗର ମହାବିଦ୍ୟାଳୟର ପୂର୍ବତନ ଛାତ୍ର ମାନଙ୍କୁ ଡ଼କାଇ ସେମାନଙ୍କର ମତାମତ ନେବା ସହିତ ଉନ୍ନତି ଦିଗରେ ପରାମର୍ଶ ନିଆଯିବାପାଇଁ ଚଳିତମାସ ୨୨ତାରିଖ ଦିନ ଅପରାହ୍ନ ୩ଘଟିକା ସମୟରେ ଧାମନଗର ମହାବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହେବବୋଲି ଆଜିକା ବୈଠକରେ ନିଷ୍ପତି ହୋଇଥିଲା । ପୂର୍ବତନ ଛାତ୍ର ଛାତ୍ରୀମାନଙ୍କୁ ଅନୁରୋଧ କରାଯାଇ ସେମାନେ କଲେଜର ଉପରୋକ୍ତ ସଭାରେ ଯୋଗଦାନ କରି କଲେଜର ସର୍ବାଙ୍ଗିନ ଉନ୍ନତି ସମ୍ପର୍କରେ ସହଯୋଗ କରିବବୋଲି ସଂଯୋଜକ ଏମ୍ଡ଼ି ଇସ୍ରାଇଲ ନିବେଦନ କରିଥିଲେ । ଏହି ବୈଠକରେ ପୁରାତନ ଛାତ୍ର ଡ଼ାକ୍ତର ଏମ୍ଡ଼ି ସାଦିକ୍, ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ପ୍ରକାଶ କୁମାର ମହାପାତ୍ର, ସୁରେନ୍ଦ୍ର ଜେନା, ଅଧ୍ୟାପକ ଗୋପାଳଚନ୍ଦ୍ର ବେହେରା, ଡ଼ଃ. ସମୀର କୁମାର ହୁଇ, ଆଶ୍ରୀବାଦ ମହାନ୍ତି, ବିନାୟକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।