Home ଜିଲ୍ଲା ପରିକ୍ରମା ଧାମନଗର ମହାବିଦ୍ୟାଳୟରେ ପାଚେରୀ ଓ ନୂତନ ଗୃହର ଶିଳାନ୍ୟାସ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଧାମନଗର ମହାବିଦ୍ୟାଳୟରେ ପାଚେରୀ ଓ ନୂତନ ଗୃହର ଶିଳାନ୍ୟାସ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

3
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମହାବିଦ୍ୟାଳୟ ର ସୀମା ନିର୍ଦ୍ଧାରଣ ପାଚେରୀ ଓ ନୂତନ ଗୃହ ପାଇଁ ଧାମନଗର କଲେଜ ପରିସରରେ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ଉଦଘାଟନ କରିଛନ୍ତି । ପ୍ରାରମ୍ଭ ରେ ଉଚ୍ଚଶିକ୍ଷା ମନ୍ତ୍ରୀ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ହୃଦାନନ୍ଦ ମଲ୍ଲିକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଓ ଧାମନଗର ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ନିରାକାର ମିଶ୍ର , ତହସିଲଦାର ଦୀପକ ଦାସ ଉପସ୍ଥିତ ଥିଲେ । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଚଳିତ ଶିକ୍ଷାବର୍ଷ ଠାରୁ ଜାତୀୟ ଶିକ୍ଷା ନୀତି -୨୦୨୦ର କାର୍ଯ୍ୟକାରୀ ହେବାର ସୂଚନା ଦେଇଥିଲେ । ଛାତ୍ର ଛାତ୍ରୀଙ୍କଠାରୁ ମହାବିଦ୍ୟାଳୟର କେତେକ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ସ୍ନାତକସ୍ତରରେ କଳା ଓ ବିଜ୍ଞାନ ସମ୍ମାନ ଛାତ୍ରଛାତ୍ରୀଙ୍କ ଆସନ ସଂଖ୍ୟା ଯଥାକ୍ରମେ ୧୨୮ ରୁ ୨୫୬ ଓ ୬୪ ରୁ ୧୨୮କୁ ବୃଦ୍ଧି, ନୂତନ ସ୍ନାତକ ବିଭାଗ ଯଥା : ଇଂରାଜୀ, ଉର୍ଦୁ, ଶିକ୍ଷା, ଦର୍ଶନ, ସଂସ୍କୃତ ଓ କମ୍ପ୍ୟୁଟର ସାଇନ୍ସ ଓ ସ୍ନାତକତୋର ବିଭାଗ (ରାଜନୀତି ବିଜ୍ଞାନ, ଓଡ଼ିଆ ଓ ଇତିହାସ ବିଭାଗ) ଖୋଲିବା, ମହାବିଦ୍ୟାଳୟ ପରିସରକୁ ସମ୍ପୂର୍ଣ ସି.ସି.କ୍ୟାମେରା ଅଧୀନରେ ରଖୁ, ମହାବିଦ୍ୟାଳୟର ପରିସରକୁ ୱାଇ-ଫାଇ କ୍ୟାମ୍ପସ କରିବା, ମହାବିଦ୍ୟାଳୟର ଅନ୍ୟ ବିଭାଗଗୁଡିକରେ ଖାଲିପଡିଥିବା ଅଧ୍ୟାପକଅଧ୍ୟାପିକାଙ୍କ ପଦବୀ ପୂରଣ କରିବା, ଇ-ଲାଇବ୍ରେରୀ ସ୍ଥାପନ, ମହାବିଦ୍ୟାଳୟର ଅବସ୍ଥାପିତ ନୂଆ ଜି.ଆଇ.ଏ ଅଧ୍ୟାପକ-ଅଧ୍ୟାପିକାଙ୍କ ଇ.ପି.ଏଫ୍ ସମସ୍ୟାର ସ୍ଥାୟୀ ସମାଧାନ, ମହାବିଦ୍ୟାଳୟର ଜମି ୧୦.୩୧ ଏକର ପଟ୍ଟା ହସ୍ତାନ୍ତର କରିବା, ମହାବିଦ୍ୟାଳୟର ପରିସରରେ ଏ.ଟି.ଏମ୍‌. ଅବସ୍ଥାପିତ କରିବା, ମହାବିଦ୍ୟାଳୟର ପରିସରଭୁକ୍ତ ରାସ୍ତାରେ ଆଲୋକୀ କରଣ ପ୍ରଭୃତି ସଂକ୍ରାନ୍ତରେ ଏକ ଅନୁରୋଧ ପତ୍ର କଲେଜ ଅଧ୍ୟକ୍ଷ ଅଜୟ କୁମାର ବେଜ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ଏବଂ ଏହାର ସହଜ ସମାଧାନ ପାଇଁ ଆନ୍ତରିକ ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଛନ୍ତି । ପ୍ରାଧ୍ୟାପକ ଡ. ସମୀର କୁମାର ହୁଇ, ପ୍ରଦୀପ କୁମାର ରାୟ, ସରୋଜ କୁମାର ପଣ୍ଡା, ସଞ୍ଜୟ କୁମାର ପଣ୍ଡା, ସନ୍ଦୀପ କୁମାର ଘୋଷ, ସ୍ମରଣୀକା ପ୍ରଧାନ, ଆଶିଷ କୁମାର ସ୍ୱାଇଁ, ଡ. ପ୍ରଶାନ୍ତ କୁମାର ପରିଡ଼ା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.