Home ଜିଲ୍ଲା ପରିକ୍ରମା ଧାମନଗର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ଶିବିର ଉଦ୍‌ଘାଟିତ

ଧାମନଗର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ଶିବିର ଉଦ୍‌ଘାଟିତ

3

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ମହାବିଦ୍ୟାଳୟର ପ୍ରାଙ୍ଗଣରେ ଅଧ୍ୟକ୍ଷ ଅଜୟ କୁମାର ବେଜଙ୍କ ଅଧ୍ୟକ୍ଷତାରେ +୩ ପ୍ରଥମ ବଷର୍ର ଛାତ୍ରୀମାନଙ୍କ ପାଇଁ ଏକ ଦଶ ଦିନିଆ ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଘାଟିତ ହୋଇଯାଇଅଛି। ଏହି ଉଦ୍‌ଘାଟନ ଦିବସରେ ମହାବିଦ୍ୟାଳୟର ଇଂରାଜୀ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଦୀପ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କର ସୁରକ୍ଷା ନିମନ୍ତେ ଛାତ୍ରୀ ଆତ୍ମରକ୍ଷା କୌଶଳର ପ୍ରୟୋଜନ ଉପରେ ଆଲୋକପାତ କରିଥିଲେ। ଇଂରାଜୀ ବିଭାଗ ଅଧ୍ୟାପିକା ବାସ୍ତବିକା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନାରୀ ସଶକ୍ତିକରଣ ଦିଗରେ ଛାତ୍ରୀ ଆତ୍ମରକ୍ଷା କୌଶଳର ଭୂମିକା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହାପରେ ଅଧ୍ୟକ୍ଷ ଅଜୟ କୁମାର ବେଜ ମହାବିଦ୍ୟାଳୟର ଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ପ୍ରଶିକ୍ଷଣରେ ଭାଗ ନେବା ପାଇଁ ଆହ୍ୱାନ ଦେଇଥିଲେ। ଛାତ୍ରୀ ଆତ୍ମରକ୍ଷା କ୍ଲବର ସେଂଯାଜିକା କଲ୍ୟାଣୀ ଦାଶ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିଲେ। କ୍ଲବର ସଦସ୍ୟା ଶ୍ୱେତା ସାମିନି ଅତିଥି ପରିଚୟ ଦେବା ସହ ମଂଚ ପରିଚାଳନା କରିଥିଲେ। +୩ ପ୍ରଥମ ବଷର୍ର ଶତାଧିକ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥେôଲ। ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କମର୍ଚାରୀମାନେ ସଭାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ କ୍ଲବ୍‌ର ସଦସ୍ୟା ଶ୍ୱେତା ସାମିନି ଧନ୍ୟବାଦ ଅପର୍ଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.