ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ମହତାବ ସେବାସଦନ ପରିସରରେ ଡ଼ଃ. ହରେକୃଷ୍ଣ ମହତାବଙ୍କର ୩୫ତମ ପୁଣ୍ୟତିଥି ସେବା ସଦନର ପରିଚାଳକ ବାସୁଦେବ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାପରିଷଦ ସଭ୍ୟ ସୁରଥଚନ୍ଦ୍ର ସେଠୀ, ସାମ୍ବାଦିକ ରସାନନ୍ଦ ମହାପାତ୍ର, ଅନିଲ କୁମାର ବାରିକ, ଅଭିମନ୍ୟୁ ମଲ୍ଳିକ, ସୁଧାକର ଦାଶ, ପ୍ରଧାନ ଶିକ୍ଷକ ହେମେନ୍ଦ୍ରନାଥ ମହାନ୍ତି ପ୍ରମୁଖ ଯୋଗଦେଇ ଉତ୍କଳକେଶରୀଙ୍କ ନୀତି ଆଦର୍ଶ ଓ ସୁଗୁଣାବଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ଜେନା, ସେକ୍ ଗୋଲାମ ଜିଲାନି ହବିବି, ସେକ୍ ଜାଫର ଅଲ୍ଳୀ, ସରୋଜ କୁମାର ସେଠୀ, ସୁଶାନ୍ତ କୁମାର ରାଉତ, ଗୌରାଙ୍ଗ ଦାଶ, ସଂଜୀବ ମହାନ୍ତି ପ୍ରମୁଖ ଯୋଗଦେଇ ଡ଼ଃ. ମହତାବଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରାରମ୍ଭରେ ମହତାବ ସେବାସଦନ ପରିସରରେ ଥିବା ନବ ଉତ୍କଳର ନିର୍ମାତା, ଉତ୍କଳ କେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ ପ୍ରତିମୁର୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା । ଶେଷରେ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।