Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ ବିଜେଡି ପକ୍ଷରୁ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ

ଧାମନଗର ବ୍ଲକ ବିଜେଡି ପକ୍ଷରୁ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ

22

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ ହୋଇଛି।ଏହି ଅବସରରେ କର୍ମୀ ଓ ନେତା ଗାନ୍ଧିଘାଟ ନିକଟରେ ବୈତରଣୀ ନଦୀରେ ତିଳ ତର୍ପଣ କରିବା ସହ ବିଜୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ,ସମାଜସେବୀ ଡାକ୍ତର ସଞ୍ଜୟ ଦାସ, ଜିଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ସାରଦା ପ୍ରସନ୍ନ ସାହୁ,ଭାରତ ବିଜୟ ଦଳାଇ,ଦଳର ବ୍ଲକ ସଭାପତି ଉମେଶ ମହାନ୍ତି, ସେବା ସମବାୟ ସମିତି ସଭାପତି ସନ୍ଦିପ ସ୍ୱାଇଁ,ପୂର୍ବତନ ସରପଞ୍ଚ ସୁଶାନ୍ତ ନାୟକ ସରପଂଚ ଅଜୟ ମଳିକ,ରାଜେନ୍ଦ୍ର ପଳାଇ ,ବିମ୍ବାଧର ବିଶ୍ୱାଳ ସମେତ ଅନ୍ୟ ମାନେ ସାମିଲ ହୋଇଥିଲେ।ଏହାପରେ ସମସ୍ତେ ଧୁଷୁରୀ ବଜାରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ।ସେହି ପରି ଧାମନଗର ସାନ ବଜାରରେ ବିଜୁବାବୁଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.