Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ ବିଜେଡ଼ି ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଚାରା ରୋପଣ

ଧାମନଗର ବ୍ଲକ ବିଜେଡ଼ି ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଚାରା ରୋପଣ

10

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଦଳ ର ରାଜ୍ୟ ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଙ୍କ ୭୮ ତମ ଜନ୍ମଦିନ ପାଳନ କରା ଯାଇଛି।ଦଇପୁର ପଂଚାୟତ ର ମିଶନ ଶକ୍ତି କାର୍ଯ୍ୟାଳୟ ନିକଟରେ ଜନ୍ମ ଦିନ ଉପଲକ୍ଷ ଚାରା ରୋପଣ କରାଯାଇ ଥିଲା। ପ୍ରଥମେ ଦଳ ପକ୍ଷରୁ କେକ କଟା ଯାଇ ଜନ୍ମଦିନ ପାଳନ କରାଯାଇଥିଲା। ପରେ ବ୍ଲକ ସଭାପତି ଉମେଶ ମହାନ୍ତି ଙ୍କ ସଭାପତିତ୍ୱ ରେ ଦଳ ର ନିର୍ବାଚନ ମଣ୍ଡଳୀ ନେତା ସଞ୍ଜୟଦାସ,ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ପ୍ରତାପ ସାମଲ,ଧାମନଗର ଏନଏସି ଉପାଧ୍ୟକ୍ଷ ଏମ ଡି ନୁରାନି, ବିଜେଡ଼ି ଯୁବ ସଭାପତି ଭାରତ ବିଜୟ ଦଳାଇ, ଛାତ୍ର ସଭାପତି ପ୍ରକାଶ ବେହେରା,ସରପଂଚ ଦିପାଞ୍ଜଳୀ ନାୟକ, ସମିତି ସଭ୍ୟା ବୀଣାପାଣି ପଣ୍ଡା ପ୍ରମୁଖ ଯୋଗ ଦେଇ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନରେ ତାଙ୍କର ଗୁଣଗାନ କରିବା ସହ ତାଙ୍କର ଦିର୍ଘ ଜୀବନ କାମନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟ ରେ ଧାମନଗର ନଗର ସଭାପତି ଶୁଶାନ୍ତ ରାଉତ , ଜ୍ଞାନେନ୍ଦ୍ର ମହାକୁଡ ,ଜଗଦୀଶ ପାତ୍ର,ବିଶ୍ୱରଂଜନ ଘଡାଇ, ମୀର ମୃତୁଜା, ସେକ ବାବୁନୁ, କୃଷ୍ଣଚନ୍ଦ୍ର ପତି,ରବୀନ୍ଦ୍ର ପତି,ପ୍ରକାଶ କେଶ, ସୁନୀଲ ମହାନ୍ତି, ଜ୍ୟୋତି ରଞ୍ଜନ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.