Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ ପ୍ରଶାସନ ଆନୁକୂଲ୍ୟ ରେ ଏନ୍‌ଡିଆରଏଫ ପକ୍ଷରୁ ଧାମନଗର ମହାବିଦ୍ୟାଳୟରେ ମକ୍‌ଡ୍ରିଲ

ଧାମନଗର ବ୍ଲକ ପ୍ରଶାସନ ଆନୁକୂଲ୍ୟ ରେ ଏନ୍‌ଡିଆରଏଫ ପକ୍ଷରୁ ଧାମନଗର ମହାବିଦ୍ୟାଳୟରେ ମକ୍‌ଡ୍ରିଲ

5
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟ ସନ୍ନିକଟ ପୋଖରି ରେ ଶନିବାର ଏନ୍‌ଡିଆରଏଫ ପକ୍ଷରୁ ଏକ ମକ୍‌ଡ୍ରିଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜରୁରୀକାଳୀନ ପରିସ୍ଥିତିରେ କଲେଜ ଛାତ୍ରଛାତ୍ରୀ ଓ ଯୁବକଯୁବତୀ ମାନେ ନିଜର ସୁରକ୍ଷା କରିବା ସହିତ ଅନ୍ୟମାନଙ୍କ ଜୀବନ ବଂଚାଇ ପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ଏନ୍‌ଡିଆରଏଫ ଟିମ ମାଧ୍ୟମରେ ସଚେତନତା କରାଯାଇଥିଲା। ବାତ୍ୟା ବନ୍ୟା ଓ ଜରୁରୀ ପରିସ୍ଥିତି ଦେଖାଦେଲେ ଲୋକଙ୍କୁ ଠିକ ସମୟରେ କିଭଳି ଉଦ୍ଧାର କରାଯାଇପାରିବ ମକଡ୍ରିଲ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଯୁବକ ଙ୍କୁ ସଚେତନ କରା ଯାଇଥିଲା। ପ୍ରାରମ୍ୱରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ବେଜ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଦୀପକ ଦାସ, ସମ୍ମାନିତ ଅତିଥି ଭାବେ ଏନଏସି ଅଧିକାରୀ ସନ୍ତୋଷ ନାୟକ,ଅଧ୍ୟାପକ ସମୀର ହୋଇ ,ବ୍ଲକରମୂଖ୍ୟ କିରାଣୀ ପୂର୍ଣ୍ଣ ଚନ୍ଦ୍ର ପୁହାଣ ଯୋଗଦେଇଥିଲେ। ଏନ୍‌ଡିଆରଏଫ ମୁଣ୍ଡୁଳି ବାଟାଲିୟନର ଡେପୁଟି କମାଣ୍ଡାଂଟ କହ୍ନେୟା ଯୋଗୀଙ୍କ ତତ୍ୱାବଧାନରେ ରାଜୀବ କୁମାର, ଅରୁଣ କୁମାର ଲାମ୍ବା, ରମେଶ କୁମାର, କନେଷ୍ଟବଳ ଚିନ୍ମୟ ମିଶ୍ର ପ୍ରମୁଖ ଉଦ୍ଧାରକାରୀ ଅଫିସର ମକଡ୍ରିକ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଯୁବକ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.