Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ କେମିତି ଚାଲିଛି, ଥିଲା ବାଲାଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ

ଧାମନଗର ବ୍ଲକ କେମିତି ଚାଲିଛି, ଥିଲା ବାଲାଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ

10

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଠାରୁ କେନ୍ଦ୍ର ସରକାର ଲୋକଭିମୁଖୀ ଯୋଜନା କରି ସଧାରଣ ଲୋକ ଙ୍କ ପ୍ରିୟ ଭାଜନ ହେଉଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରି ମାନେ ଏବେ ଲୁଟିବାରେ ବେସ୍ତ। ରାଜ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ଉନ୍ନୟନ କାର୍ଯ୍ୟ ରେ ଜିଏ ଦୁର୍ନୀତି କରିବ ତାଂକ ବିରୋଧ ରେ କାର୍ଯ୍ୟାନୁଷ୍ଟନ ଗ୍ରହଣ କରାଯିବ , ହେଲେ ସେହିଭଳି ଏକ ବଡ ଦୁର୍ନୀତି ଏବେ ଧାମନଗର ବ୍ଲକ ରେ ଦେଖିବାକୁ ମିଳିଛି।ପ୍ରକାଶ ଥାଉକି ଧାମନଗର ବ୍ଲକ ମୁସ୍ତଫାପୁର ପଂଚାୟତରେ ସରକାରୀ ଆବାସ ବଂଟନ ପାଇଁ ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି। ନିହାତି ଗରିବ ଓ ଦୁସ୍ଥ ଙ୍କ ପାଇଁ କରାଯାଇଥିବା ଏ ଯୋଜନାରେ ଧନୀ ଶ୍ରେଣୀର ବ୍ୟକ୍ତି ସାମିଲ ହୋଇଛନ୍ତି। ପଞ୍ଚାୟତର ୨୦ ଜଣ ହିତାଧିକାରୀଙ୍କୁ ଘର ଆବଂଟନ କରାଯିବାକୁପଂଚାୟତ ନିର୍ବାହୀ ଅଧିକାରୀ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଏଥିରେ ତାଙ୍କ ଦସ୍ତଖତ ମାରି ଧାମନଗର ବିଡିଓ ଙ୍କୁ ସମ୍ମତି ପାଇଁ ପଠାଇଛନ୍ତି। ପଠାଯାଇଥିବା ତାଲିକାର ଅନେକ ଥିଲାବାଲାଙ୍କ ନାମ ରହିଛି । ଏପରିକି ସେମାନେ ଆୟକର ବି ଦେଉଛନ୍ତି। ଆଶ୍ଚର୍ଯ୍ୟ କଥା ଯେ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବା ପାଇଁ ଯେଉଁସବୁ ମାନଦଣ୍ଡ ରହିଛି, ଏହୀ ଚିଠା ରେତାହା ପୂରଣ କରୁନାହିଁ। ଯେଉଁମାନେ ସରକାରଙ୍କ ଦ୍ୱାରା ପ୍ରଚଳିତ କୌଣସି ଆବାସ ଯୋଜନାରେ ଏମାନେ ସାମିଲ ହୋଇନଥିବେ। ଦ୍ୱିତୀୟରେ ମାରାତ୍ମକ କର୍କଟ, ଫୁସଫୁସ ସଂକ୍ରମଣ, ବୃକକ ଜନିତ ରୋଗ, ଲିଭର ସିରୋସିସ, ଥାଲାସେମିଆ, ସିକିଲ ସେଲ ଓ ହେମୋଫିଲିଆ ଭଳି କୌଣସି ରୋଗରେ ପୀଡ଼ିତ ଥିବେ। ନ ହେଲେ ବିଧବା ହୋଇଥିବେ ଓ ନାବାଳକ ପିଲା ସହ ବାସ କରୁଥିବେ। ପ୍ରାକୃତିକ ବିପର୍ଯ୍ୟୟରେ ଘରଦ୍ୱାର ହରାଇଥିବେ। ଏହିସବୁ କ୍ଷେତ୍ରରେ ଜଣେ ବ୍ୟକ୍ତି ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ପାଇପାରିବେ। ହେଲେ ଏହି ଚିଠା ରେ କୌଣସି ମାନଦଣ୍ଡ ପୂରଣ କରୁନାହାନ୍ତି। ଖାଲି ଏତିକି ନୁହେଁ, ବାସହରା ହୋଇଥିବା ନେଇ ସ୍ଥାନୀୟ ତହସିଲଦାର ରିପୋର୍ଟ ଦେଇଥିବେ। ବିଧବା ହୋଇ ନାବାଳକ ପିଲାଙ୍କ ସହ ରହୁଥିବା ନେଇ ବିଡିଓଙ୍କ ରିପୋର୍ଟ ଥିବ ଓ ମାରାମତ୍କ ରୋଗରେ ପୀଡ଼ିତ ଥିବା ନେଇ ଜଣେ ସ୍ପେଶାଲିଷ୍ଟ ଡାକ୍ତର ସାର୍ଟିଫିକେଟ ପ୍ରଦାନ କରିଥିବେ। ଏତକ ହେଲା ପରେ ଜଣେ ହିତାଧିକାରୀ ହୋଇପାରିବ। ମାତ୍ର ଉକ୍ତ ପଂଚାୟତରେ ଏହି ଚୟନ ରେ ବ୍ୟାପକ ଅନିୟମିତତା ହୋଇଛି। ଥିଲା ବାଲା ଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି। ସେପଟେ ଏନେଇ ଧାମନଗର ବିଡିଓ ବନବିହାରୀ ଦିନ୍ଦା ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏ ଯୋଜନାରେ ଘର ଦେବା ନେଇ ତାଲିକା ଚୂଡ଼ାନ୍ତ ହୋଇନାହିଁ। କେବଳ ପ୍ରସ୍ତାବ ଆସିଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଣୁ ଉକ୍ତ ଯୋଜନା ରେ ପ୍ରକୃତ ହିତାଧିକାରୀ କୁ ଚୟନ କରାଯାଇ ଘର ଦେବା କୁ ବ୍ଳକ କଂଗ୍ରେସ ନେତା ଅଭିଷେକ ରାଉତ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.