Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ କଂଗ୍ରେସ ତରଫରୁ ମୃତ ଛାତ୍ରୀ ସୌମ୍ୟାଙ୍କ ପରିବାରକୁ ନ୍ୟାୟ ଦାବିରେ ପ୍ରତିବାଦ ଓ...

ଧାମନଗର ବ୍ଲକ କଂଗ୍ରେସ ତରଫରୁ ମୃତ ଛାତ୍ରୀ ସୌମ୍ୟାଙ୍କ ପରିବାରକୁ ନ୍ୟାୟ ଦାବିରେ ପ୍ରତିବାଦ ଓ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

12
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ କଂଗ୍ରେସ ତରଫରୁ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ର ଜଣେ ଛାତ୍ରୀ ଙ୍କୁ ବରିଷ୍ଠ ପ୍ରାଧ୍ୟାପକ ଙ୍କ ଦ୍ୱାରା ଯୌନ ନିର୍ଯାତନା ଦେବା ଏବଂ ଉକ୍ତ ନିର୍ଯାତନା ରୁ ବଂଚିବା ପାଇଁ ପୋଲିସ ପ୍ରଶାସନ ର ଦ୍ୱାରସ୍ଥ ହୋଇ ଗୁହାରି କରିବା, ପ୍ରିନସିପାଲ ମୋହଦୟଙ୍କୁ ନେହୁରା ହୋଇ କହିବା ସଙ୍ଗେ ସଙ୍ଗେ ସରକାରୀ ଦଳରନେତା ମାନଙ୍କୁ ଗୁହାରି କରି ବିଫଳ ହେବାରୁ ନିଜ ଦେହରେ ପେଟ୍ରୋଲ ଢାଳି ନିଜ ଜୀବନ ହରାଇ ଦେବାରୁ, ଏପରି ଲୋମ ଟାଙ୍କୁରା ବର୍ବୋରଚିତ ପାଶବିକ ଅତ୍ୟାଚାରୀ ଙ୍କୁ ଫାସୀ ଦଣ୍ଡ ରେ ଦଣ୍ଡିତ କରିବା ସହ ବିଭାଗୀୟ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଗାଦିଚ୍ୟୁତ କରିବା ପାଇଁ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟରେ ଧାମନଗର ର ନେତା ରଞ୍ଜନ କୁମାର ବେହେରା ଙ୍କ ନେତୃତ୍ୱ ରେ ଧାମନଗର ବିଡ଼ିଓ ଙ୍କୁ ଧାମନଗର ବ୍ଲକ କଂଗ୍ରେସ ଦଳ ତରଫରୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ଧାମନଗର ମେଡିକାଲ ଛକ ରୁ କଂଗ୍ରେସ ଦଳର ଶତାଧିକ କର୍ମୀ, ସମର୍ଥକ ଏବଂ ନେତୃ ମଣ୍ଡଳୀ ମାନେ ହାତରେ ଦଳୀୟ ପତାକା ଏବଂ ପ୍ଲାଏ କାର୍ଡ ଧରି ବିଜେପି ସରକାର ଏବଂ ବିଭାଗୀୟ ମନ୍ତ୍ରୀ ଙ୍କ ବିରୋଧରେ ବିଭିର୍ନ ନାରାବାଜି ମାନ ଦେଇ ବ୍ଲକ କାର୍ଯ୍ୟାଳୟ ଫାଟକ ପାଖରେ ପହଂଚି ଥିଲେ। ଉକ୍ତ ଗେଟ ସମ୍ମୁଖରେ ବ୍ଲକ କଂଗ୍ରେସ ର ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଧାମନଗର ର ପୂର୍ବତନ ବିଧାୟକ ପ୍ରାର୍ଥୀ ବିଦ୍ୟାଧର ଯେନା ଏବଂ ହୃଦାନନ୍ଦ ସେଠୀ, ରଞ୍ଜନ କୁମାର ବେହେରା,ପୂର୍ବତନ ବ୍ଲକ କଂଗ୍ରେସ ର ସଭାପତି ପ୍ରସନ୍ନ କୁମାର ଧଳ ଏବଂ ରମଣୀ ରଞ୍ଜନ ଦାସ, ନଗର ସଭାପତି ମାନସ ରଞ୍ଜନ ମହାପାତ୍ର, ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ସ୍ୱାଇଁ,ପୂର୍ବତନ ସରପଂଚ ଅରବିନ୍ଦ ନାୟକ, ପ୍ରମୋଦ କୁମାର ନାୟକ, ରାଜେନ୍ଦ୍ର କୁମାର ସାହୁ,ଏବଂ ପରମାନନ୍ଦ ସାୟନ୍ତ, ଯୁବ ନେତା ସଂଜୟ କୁମାର ମିଶ୍ର, ମାନସ ରଞ୍ଜନ ସାହୁ,ପ୍ରଭାତ କୁମାର ପଣ୍ଡା,ମଦନ ମୋହନ ଦାସ, ହରିହର ଦେବତା,ହିମାଂଶୁ ଦାସ, ମୃତୁଞ୍ଜୟ ଦାସ, ଅଜିତ କୁମାର ପଣ୍ଡା, ସତ୍ୟ ସୁନ୍ଦର ପୁହାଣ,ସୁରେଶ ଚନ୍ଦ୍ର ମହାନ୍ତି,ରବୀନ୍ଦ୍ର କୁମାର ଜେନା, ତ୍ରିଲୋଚନ ରାଉତ, ଶଶୀ କାନ୍ତ ବିଶ୍ୱାଳ,ରବୀନ୍ଦ୍ର କୁମାର ମଳିକ,ପ୍ରଣବ ଦାସ, ସେକ ଜୁନେଟ, ସେକ ବଲଭ,ଭାସ୍କର ଚନ୍ଦ୍ର ଗାହାଣ,ସୁଧୀର କୁମାର ଖଟୁଆ ଏବଂ ନାରୀନେତ୍ରୀ ଜାନକୀ ଦାସ ଙ୍କ ସମେତ ବହୁ ସଂଗଠକ ଏବଂ ଶୁଭେଛୁ ମାନେ ଯୋଗଦାନ କରି ଥିଲେ। ସଭା ଶେଷ ରେ ହରିହର ସାହୁ ଧନ୍ୟବାଦ ଦେଇଥିଲେ ପରେ ଧାମନଗର ର ବିଡିଓ ଙ୍କୁ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟରେ ଦଳ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.