Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ ଓଷ୍ଟାର ଶିଶୁ ଉତ୍ସବ ଓ ସାମ୍ବିଧାନିକ ସମ୍ମିଳନୀ

ଧାମନଗର ବ୍ଲକ ଓଷ୍ଟାର ଶିଶୁ ଉତ୍ସବ ଓ ସାମ୍ବିଧାନିକ ସମ୍ମିଳନୀ

3

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁ ହସିଲେ ଦୁନିଆ ହସିବ, ଆଜି ର ଶିଶୁ ଆଗାମି ଦିନର ଭବିଶ୍ୱତ ବୋଲି ଧାମନଗର ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଧାମନଗର ବ୍ଲକର ରଇପୁର ସ୍ଥିତ ଜୟଦୁର୍ଗା ହାଇହସ୍କୁଲ ପରିସରରେ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟ ) ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଓ ସାମ୍ବିଧାନିକ ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ବ୍ଲକ ସମ୍ପାଦକ ହେମନ୍ତ କୁମାର ସୁତାର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅକ୍ଷୟ କୁମାର ହୋତା,ଓଷ୍ଟା ପୂର୍ବତନ ଜିଲା ସଭାପତି ରମାକାନ୍ତ ପରିଡା,ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ଉପସଭାପତି ପର୍ଶୁରାମ ପାତ୍ର, ରଇପୁର ସରପଞ୍ଚ ଜଗଦାନନ୍ଦ ସେଠୀ, ପାଳସାହି ସେବା ସମବାୟ ସମିତି ସଭାପତି ଭାଗବତ ଖଟୁଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସବିତା ସ୍ୱାଇଁ, ସଭ୍ୟ ରମେଶ ଚନ୍ଦ୍ର ବେହେରା, ସାମାଜିକ କର୍ମୀ ମନୋରଞ୍ଜନ ଦାସ, ପ୍ରଧାନ ଶିକ୍ଷକ ଗଙ୍ଗାଧର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ସଭାରେ ଓଷ୍ଟା ଧାମନଗର ବ୍ଲକ ସଭାପତି ପ୍ରଦୀପ୍ତ କୁମାର ବସନ୍ତିଆ ଅଧ୍ୟକ୍ଷତା କରିଥିଲେ । , ଓଷ୍ଟା ଜିଲା ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ରଇପୁର ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ କୁମାର ନାୟକ, ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ସଭ୍ୟ ନିମାଇ ଚରଣ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ । ଏହି ଅବସରରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀଛାତ୍ର ମାନେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ନିଜର କଳା ନୈପୁଣ୍ୟ ଉପସ୍ଥାପନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ର ସଦସ୍ୟ ସହଜୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.