Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକ୍‌ରେ ମୋଟ ୧୫ ଟି ସରକାରୀ ସ୍ୱୀକୃତି ପ୍ରାପ୍ତ ଧାନମଣ୍ଡି ଖୋଲିବ

ଧାମନଗର ବ୍ଲକ୍‌ରେ ମୋଟ ୧୫ ଟି ସରକାରୀ ସ୍ୱୀକୃତି ପ୍ରାପ୍ତ ଧାନମଣ୍ଡି ଖୋଲିବ

16

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଠାରୁ ଧାନକିଣିବା ପାଇଁ ସ୍ୱୀକୃତିପ୍ରାପ୍ତ ଧାନ କ୍ରୟ କେନ୍ଦ୍ରରେ ଧାନ ବିକ୍ରୟ ପାଇଁ ଅନଲାଇନ୍ ପଂଜିକରଣ ଆରମ୍ଭ ହୋଇଛି । ଏହି କାର୍ଯ୍ୟ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ଚାଷୀମାନେ ଆବେଦନ କରିବା ପାଇଁ ଅଗଷ୍ଟ ୧୬ ଏବଂ ସମବାୟ ସମିତି ଗୁଡିକରେ ଏହି ପଂଜିକରଣର ଶେଷ ତାରିଖ ଅଗଷ୍ଟ ୨୨ ତାରିଖ ଧାର୍ଯ୍ୟ ହୋଇଛି । ଧାମନଗର ବ୍ଲକ୍‌ର ୧୨ ଟି ସମବାୟ ସମିତି ଓ ୩ଟି ଏଚଏଚ୍‌ଜି ମାଧ୍ୟମରେ ଚଳିତ ବର୍ଷ ୨୦୨୪-୨୫ ବିପଣନ ବର୍ଷରେ ୩୮୦୬ ଜଣ ଚାଷୀ ପଂଜିକୃତ କରିଛନ୍ତି । ଧାମନଗର ବ୍ଲକ୍‌ର ୧୨ ସମବାୟ ସମିତି ଓ ୩ଟି ଏସଏଚ୍‌ଜି ସରକାରୀ ସ୍ୱୀକୃତି ପ୍ରାପ୍ତ ଧାନମଣ୍ଡିରେ ଚାଷୀ ପଂଜିକରଣ କରୁଛନ୍ତି । ଏହି ବ୍ଲକ୍‌ରେ ଅଗଷ୍ଟ ୮ ତାରିଖ ମଧ୍ୟାହ୍ନ ସୁଦ୍ଧା ବରଗଡା ସମିତିରେ ୨୯୩ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଂଜିକୃତ ହୋଇଥିବାବେଳେ ଚୁଡାକୁଟି ୫୦୪ ଜଣ, ଧାମନଗର ୪୬୧ ଜଣ, ଦଳାଙ୍ଗ ୨୮୭ ଜଣ, ଶ୍ରୀଜଗନ୍ନାଥ ୩୮୭, କୋଠାର ୧୪୪, କରଦା ୧୦୨, ବମକୁରା ୨୭୯, ପାଳସାହି ୫୦୪, ଭାରତ ମାତା ଏସଏଚ୍‌ଜି ୨୩୭, ଗଂଗେଶ୍ୱର ଏସଏଚଜି ୪୬, ଦୋବଲ ଜିପିଏଲଏଫ ୩୩ ଜଣ ଚାଷୀଙ୍କୁ ପଂଜିକୃତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.