Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା, ଝିପି ଝିପି ବର୍ଷାରେ ବି ପ୍ରବଳ ଭିଡ

ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା, ଝିପି ଝିପି ବର୍ଷାରେ ବି ପ୍ରବଳ ଭିଡ

3

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଘୋଷ ଯାତ୍ରା ପାଇଁ ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକର ଧାମନଗର, ଗୋହିରାଟିକିରି, ଆନନ୍ଦପୁର , ଦୋବଲ ବଜାର, ଜାହାଙ୍ଗୀର, ଅସୁରାଳି ,କୋଠାର, କୋଳେଇପଦା, ସୋଧ, ଚୁଡାକୁଟି, ଗୋବିନ୍ଦପୁର, ରାଧାବଲ୍ଲଭପୁର, ଗୁହାଳିଆ , ନଦୀଗାଁ,ଇଚ୍ଛଦା ଆଦି ସ୍ଥାନ ମାନଙ୍କରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପୂଜାର୍ଚ୍ଚନା କରାଯିବା ପରେ ପହଣ୍ଡିରେ ତିନି ଦିଅ ରଥା ରୁଢ ହୋଇଥିଲେ। ରଥରେ ତିନି ଠାକୁରଙ୍କୁ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ଶ୍ରଦ୍ଧାଳୁ ମାନେ ରଥ ଟାଣି ଗୁଣ୍ଡିଚା ମନ୍ଦିରକୁ ନେଇଥିଲେ। ବିଶେଷ କରି ଆନନ୍ଦପୁରରେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ରଥ ଟାଣି ଥିବାରୁ ସେଠାରେ ବହୁ ସଂଖ୍ୟକ ମହିଳା ଭକ୍ତଙ୍କ ସମାଗମ ହୋଇଥିଲା।ସେହିପରି ଦୋବଲ ଠାରେ ମହିଳା ମାନଙ୍କ ଦ୍ୱାରା ରଥ ଟଣା ଯାଇଥିଲା।ସେହିପରି ରଥଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ଅବସରରେ ବିଭିନ୍ନ ସ୍ଥାନରେ ଭଜନ କୀର୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.