Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକର ବିଜେଡ଼ି ମଙ୍ଗ ଧରିଲେ ପ୍ରତାପ ସାମଲ

ଧାମନଗର ବ୍ଲକର ବିଜେଡ଼ି ମଙ୍ଗ ଧରିଲେ ପ୍ରତାପ ସାମଲ

18

ଭଦ୍ରକ, ୩୦ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ରେ ବିଜେଡ଼ି ର ଏବେ ନେତୃତ୍ୱ ପରିବର୍ତନ ହୋଇଛି।ଲଗାତାର ଦୁଇଥର ଉମେଶ ମହାନ୍ତି ଧାମନଗର ବ୍ଲକ ର ବିଜେଡ଼ି ବ୍ଲକ ସଭାପତି ଦାୟୀତ୍ୱରେ ଥିବା ବେଳେ ଏଥର ତାଙ୍କ ହାତରୁ ଏହି ପଦବୀଟି ଚାଲି ଯାଇଛି।ଧାମନଗର ବ୍ଲକ ର ନୂତନ ବିଜେଡ଼ି ବ୍ଲକ ସଭାପତି ଭାବେ ଦୋବଲ ଜୋନ ର ପୂର୍ବତନ ସମିତି ସଭ୍ୟ ପ୍ରତାପ ସାମଲ ଙ୍କୁ ଦଳ ଏହି ଦାଇତ୍ୱ ଶୁକ୍ରବାର ଘୋଷଣା କରିଚି।ବିଜେଡ଼ି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ପବନ ଶର୍ମା ଶ୍ରୀ ସାମଲ ଙ୍କୁ ଏହି ଦାଇତ୍ୱ ପ୍ରଦାନ କରିଛନ୍ତି।ସୂଚନା ଥାଉକି ଶ୍ରୀ ସାମଲ ୧୯୯୦ ମସିହାରୁ ନିଜର ରାଜନୈତିକ କାର୍ଯ୍ୟ ଆରମ୍ଭ କରିଛନ୍ତି।୧୯୯୨ ମସିହାରେ ଖଡ଼ିପଦା ,୨୦୦୨ ରେ ଦୋବଲ, ୨୦୦୭ ରେ ଖଡ଼ିପଦା ପଂଚାୟତ ରେ ସମିତି ସଭ୍ୟ ,୨୦୧୨ ରେ ତାଙ୍କ ସ୍ତ୍ରୀ ଧାମନଗର ପଂଚାୟତ ସମିତି ରେ ଉପାଦକ୍ଷା ଓ ଏବେ ତାଂକ ସ୍ତ୍ରୀ ଦୋବଲ ଜୋନ ରେ ଜିଲ୍ଲାପରିଷଦ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ସାମଲ ନିଜର ରାଜନୀତି ଜୀବନ ରେ ସର୍ଗତ ହୃଦାନନ୍ଦ ମଲ୍ଲିକ,ମାନସ ମଲିକ ବିଧାୟକ ଥିବା ବେଳେ ତାଙ୍କ ସହ ଦଳୀୟ କାର୍ଯ୍ୟ କରି ଦଳରେ ସଂଗଠନ ସୃଦୁଡ଼ ପ୍ରତି ନଜର ଦେଉଥିଲେ । ତେବେ ତାଂଙ୍କୁ ଏହି ପଦବୀ ମିଳିବା ପରେ ବିଜେଡ଼ିର ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକ ଓ ପୂର୍ବତନ ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ କୃତଙ୍ଗ୍ୟତା ଜଣାଇଛନ୍ତି। ଆଗାମୀ ଦିନରେ ଧାମନଗର ବ୍ଲକ ରେ ବିଜେଡ଼ି କୁ ଅଧିକ ଶକ୍ତିଶାଳୀ କରିବା ସହ ସମସ୍ତ ଦଳୀୟ ନେତୃତ୍ୱ ଙ୍କ ଶହ ଆଲୋଚନା ଓ ପରାମର୍ଶ ରେ ଦଳକୁ ଆଗକୁ ନେବି ବୋଲି ଶ୍ରୀ ସାମଲ କହିଛନ୍ତି ।ସେହିପରି ଧାମନଗର ଏନ ଏ ସି ର ବିଜୁ ଜନତା ଦଳ ର ସଭାପତି ଶୁଶାନ୍ତ ରାଉତ ଥିବା ବେଳେ ଏବେ ନୂତନ କରି ବିଜୟ କେତନ ସାହୁ ଙ୍କୁ ଏନ ଏ ସି ସଭାପତି ଭାବେ ଦଳ ଦାଇତ୍ୱ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.