Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକରେ ୯ ଏକକ ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହେଲା, ସୂର୍ଯ୍ୟପୁର ସ୍କୁଲରୁ ଶିକ୍ଷକ...

ଧାମନଗର ବ୍ଲକରେ ୯ ଏକକ ସ୍କୁଲରେ ଶିକ୍ଷକ ପଦବୀ ପୂରଣ ହେଲା, ସୂର୍ଯ୍ୟପୁର ସ୍କୁଲରୁ ଶିକ୍ଷକ ବଦଳି ବାତିଲ ପାଇଁ ଅଭିଯୋଗ

7

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଳକ ରେ ଶିକ୍ଷା ବ୍ୟବସ୍ଥା କୁ ଆଗକୁ ନେବା ପାଇ ପ୍ରଶାସନ ଏବେ ପୁରା ତତ୍ପର ହୋଇଛନ୍ତି।ଧାମନଗର ବ୍ଲକରେ ଦୀର୍ଘ ବର୍ଷ ହେବ ୯ ଟି ବିଦ୍ୟାଳୟ ଏକକ ଶିକ୍ଷକ ଥିବାବେଳେ ଅନେକ ଅସୁବିଧା ହେଉଥିଲା। ଭଦ୍ରକ ଜିଲ୍ଲାପାଳ ଚଳିତ ମାସ ୭ ତାରିଖ ନିର୍ଦେଶ ପରେ ୮ ତାରିଖ ସୁଦ୍ଧା ଉକ୍ତ ୯ ଟି ବିଦ୍ୟାଳୟରେ ଶିକ୍ଷକ କାର୍ଯ୍ୟରେ ଯୋଗ ଦେବେ ମାତ୍ର ଗୋଟିଏ ବିଦ୍ୟାଳୟର କିଛି ସମସ୍ୟା ନେଇ ଜଣେ ଶିକ୍ଷକ ଯୋଗ ଦେଇ ନାହାନ୍ତି। ସୁଚନା ଥାଉକି ଧାମନଗର ବ୍ଲକର ୧ ରୁ ୫ ଶ୍ରେଣୀ ୯ ଟି ସ୍କୁଲ ଯଥା କଂଟିଦୋଳ, ବୈକୁଣ୍ଠୀ, ଉଆସ ଡିହ, ଅର୍ଜୁନପୁର, ବାସୁଦେବପୁର, ରାମେଶ୍ୱରପୁରଗୋଖାସାହି,ମଙ୍ଗଳାବାଙ୍କ, ଓଉପୁର କରଦା ଓ ଅଜମତପୁର ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ଜଣେ ଲେଖା ଶିକ୍ଷକ ରହି ଶିକ୍ଷାଦାନ କରୁଥିଲେ। ଚଳିତ ଶିକ୍ଷାବର୍ଷ ରୁ ଦୁଇଜଣ ଶିକ୍ଷକ ଉକ୍ତ ବିଦ୍ୟାଳୟ ରେ ରହିବେ ।ତେବେ କଂଟିଦୋଳ ସ୍କୁଲ ରେ କିଛି ସମସ୍ୟା ନେଇ ଗ୍ରାମବାସୀ ଉକ୍ତ ବିଦ୍ୟାଳୟ ରେ ଜୈନିକା ଶିକ୍ଷୟତ୍ରୀ କୁ ବିଦ୍ୟାଳୟ ରେ ଯୋଗ କରାଇ ଦେଉ ନଥିବାରୁ ସେ ଶିକ୍ଷୟତ୍ରୀ ଜଣଙ୍କ ବିଇଓ ଅଫିସ ରେ ରହୁଛନ୍ତି ।ଜିଲାପାଳ ଙ୍କ ନିର୍ଦେଶ ପରେ ଯାହା ନିଷ୍ପତି ନିଆଯିବ ବୋଲି ବ୍ଲକ ଶିକ୍ଷା ଅଧିକାରି ପ୍ରଫୁଲ୍ଲ ସହୁ ସୁଚନା ଦେଇଛନ୍ତି। ସୁଚନା ଥାଉକି ଧାମନଗର ବ୍ଲକ ରେ ୧୮୯ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ୭୬୯ ଶିକ୍ଷକ ଆବଶ୍ୟକ ମାତ୍ର ଅଛନ୍ତି ୬୩୪ ଶିକ୍ଷକ ଆହୁରି ଶିକ୍ଷକ ଆବଶ୍ୟକ ରହିଛି ତେବେ ବିଭାଗୀୟ ଉଚ୍ଚ ଅଧିକାରୀ ଖୁବଶୀଘ୍ର ଶିକ୍ଷକ ପଦବୀ ପୂରଣ କରିବେ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସାହୁ କହିଛନ୍ତି। ଅପର ପକ୍ଷେ ବ୍ଲକ ରେ ୯ ଜଣ ସିନିୟର୍ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ବଦଳି ହୋଇଥିବା ବେଳେ ସୂର୍ଯ୍ୟପୁର ନୋଡାଲ ସ୍କୁଲ ର ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଥିବାରୁ ଗୁରୁବାର ଦିନ ଉକ୍ତ ବିଦ୍ୟାଳୟ ର ଗ୍ରାମବାସୀ ଓ ପରିଚାଳନା କମିଟି ର ସଦସ୍ୟ ମାନେ ଧାମନଗର ବି ଇ ଓ ଙ୍କୁ ଭେଟି ଅଭିଯୋଗ କରିଥିଲେ ।ଉକ୍ତ ବିଦ୍ୟାଳୟ ୧ ରୁ ୮ ଶ୍ରେଣୀ ଥିବାବେଳେ ୧୧୯ ଛାତ୍ର ଛାତ୍ରୀ ଅଛନ୍ତି। ସେଥିରୁ ବିଜ୍ଞାନ ଶିକ୍ଷକ ତୃପ୍ତି ବିଶ୍ୱାଳ ଙ୍କୁ ଅନ୍ୟତ୍ର ବଦଳି ନିର୍ଦେଶ ଦିଆଯାଇଛି ଫଳରେ ଉକ୍ତ ବିଦ୍ୟାଳୟ ର ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିବ ବୋଲି ଅଭିଯୋଗ କରିଥିଲେ। ତେବେ ଉକ୍ତ ଘଟଣା ସଂପର୍କ ରେ ଜିଲ୍ଲାପାଳ ଙ୍କୁ ଅବଗତ କରାଇ ସମସ୍ୟା ର ସମାଧାନ କରାଯିବବୋଲି ବି ଇ ଓ ଶ୍ରୀ ସାହୁ କହିଥିଲେ ।ତେବେ ଧାମନଗର ବ୍ଲକ ରେ ବିଭିନ୍ନ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ରହିଛନ୍ତି।ତୁରନ୍ତ ଶିକ୍ଷକ ପଦବୀ ପୂରଣ ପାଇଁ ମଧ୍ୟ ବିଭିନ୍ନମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.